ରେଳ ମନ୍ତ୍ରଣାଳୟ
azadi ka amrit mahotsav

ଯାତ୍ରୀ ପରିବହନ କ୍ଷେତ୍ରରେ ରେଳବାଇ ଆୟ 73% ବୃଦ୍ଧି


ରେଳବାଇ ସଂରକ୍ଷିତ ଯାତ୍ରୀ ବିଭାଗରେ 48% ଏବଂ ଅଣସଂରକ୍ଷିତ ଯାତ୍ରୀ ବିଭାଗରେ 361% ଅଭିବୃଦ୍ଧି ହାସଲ କରିଛି

प्रविष्टि तिथि: 02 FEB 2023 2:58PM by PIB Bhubaneshwar

ଭାରତୀୟ ରେଳବାଇର ଏପ୍ରିଲରୁ ଜାନୁୟାରୀ 2023 ମଧ୍ୟରେ ଯାତ୍ରୀ ବିଭାଗରେ ସମୁଦାୟ ଆନୁମାନିକ ଆୟ ହେଉଛି 54,733 କୋଟି ଟଙ୍କା। ଗତ ବର୍ଷ ସମାନ ଅବଧିରେ ଏହି ପରିମାଣ 31,634 କୋଟି ଟଙ୍କା ରହିଥିଲା ଯାହାକି 73 ପ୍ରତିଶତର ଅଭିବୃଦ୍ଧି ଅଟେ। 

ସଂରକ୍ଷିତ ଯାତ୍ରୀ ବିଭାଗରେ, 1 ଏପ୍ରିଲରୁ 31 ଜାନୁୟାରୀ 2023 ମଧ୍ୟରେ ବୁକ୍ ହୋଇଥିବା ଯାତ୍ରୀଙ୍କ ମୋଟ ଆନୁମାନିକ ସଂଖ୍ୟା ହେଉଛି 6590 ଲକ୍ଷ, ଯାହା ଗତ ବର୍ଷ ସମାନ ଅବଧିରେ 6181 ଲକ୍ଷ ରହିଥିଲା ଏବଂ ଏଥିରେ 7% ବୃଦ୍ଧି ଘଟିଛି। 1 ଏପ୍ରିଲରୁ 31 ଜାନୁୟାରୀ 2023 ମଧ୍ୟରେ ସଂରକ୍ଷିତ ଯାତ୍ରୀ ବିଭାଗରୁ ମିଳିଥିବା ଆୟ ହେଉଛି 42945 କୋଟି ଟଙ୍କା ଯାହା ଗତ ବର୍ଷ ସମାନ ଅବଧିରେ 29079 କୋଟି ଟଙ୍କା ଥିଲା ଏବଂ ଏଥିରେ 48% ବୃଦ୍ଧି ପରିଲକ୍ଷିତ ହୋଇଛି। 

ଅଣସଂରକ୍ଷିତ ଯାତ୍ରୀ ବିଭାଗରେ, 1 ଏପ୍ରିଲରୁ 31 ଜାନୁୟାରୀ 2023 ମଧ୍ୟରେ ବୁକ୍ ହୋଇଥିବା ଯାତ୍ରୀଙ୍କ ମୋଟ ଆନୁମାନିକ ସଂଖ୍ୟା ହେଉଛି 45180 ଲକ୍ଷ, ଯାହା ଗତ ବର୍ଷ ସମାନ ସମୟ ମଧ୍ୟରେ 19785 ଲକ୍ଷ ତୁଳନାରେ 128% ବୃଦ୍ଧି ଘଟିଛି। 1 ଏପ୍ରିଲରୁ 31 ଜାନୁୟାରୀ 2023 ମଧ୍ୟରେ ଅଣସଂରକ୍ଷିତ ଯାତ୍ରୀ ବିଭାଗରୁ ଉତ୍ପାଦିତ ରାଜସ୍ୱ 11788 କୋଟି ଟଙ୍କା ତୁଳନାରେ ଗତ ବର୍ଷ ସମାନ ଅବଧିରେ 2555 କୋଟି ଟଙ୍କା ରହିଥିଲା ଯାହାକି 361% ବୃଦ୍ଧି ଅଟେ। 

BS


(रिलीज़ आईडी: 1895791) आगंतुक पटल : 223
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Tamil , Telugu