ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଫେବୃୟାରୀ ୩ରେ ବିଶ୍ୱ ଶାନ୍ତି ପାଇଁ ଆୟୋଜିତ କୃଷ୍ଣଗୁରୁ ଏକନାମ ଅଖଣ୍ଡ କୀର୍ତ୍ତନରେ ଭାଗ ନେବେ

ପୋଷ୍ଟ କରାଯିବା ଦିନାଙ୍କ: 01 FEB 2023 8:16PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଫେବୃୟାରୀ ୩, ୨୦୨୩ ଅପରାହ୍ନ ୪.୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆସାମର ବରପେଟା ଠାରେ ଥିବା କୃଷ୍ଣଗୁରୁ ସେବାଶ୍ରମରେ ବିଶ୍ୱ ଶାନ୍ତି ପାଇଁ ଆୟୋଜିତ କୃଷ୍ଣଗୁରୁ ଏକନାମ ଅଖଣ୍ଡ କୀର୍ତ୍ତନରେ ଭାଗ ନେବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ କ୍ରିଷ୍ଣାଗୁରୁ ସେବାଶ୍ରମର ଶ୍ରଦ୍ଧାଳୁମାନଙ୍କୁ ସମ୍ବୋଧିତ କରିବେ । 

ପରମଗୁରୁ କୃଷ୍ଣଗୁରୁ ଈଶ୍ୱର ଆସାମର ବରପେଟାର ନାସାତ୍ରା ଗାଁରେ ୧୯୭୪ରେ କ୍ରିଷ୍ଣାଗୁରୁ ସେବାଶ୍ରମ ସ୍ଥାପନ କରିଥିଲେ । ମହାନ ବୈଷ୍ଣବ ସନ୍ଥ ଶ୍ରୀ ଶଙ୍କରଦେବଙ୍କ ଅନୁଗାମୀ ମହାବୈଷ୍ଣବ ମନୋହରଦେବଙ୍କ ସେ ନବମ ବଂଶଧର ଥିଲେ । ବିଶ୍ୱ ଶାନ୍ତି ପାଇଁ ଏକ ମାସ ଧରି ଚାଲିଥିବା କୃଷ୍ଣଗୁରୁ ଏକନାମ ଅଖଣ୍ଡ କୀର୍ତ୍ତନ କୃଷ୍ଣଗୁରୁ ସେବାଶ୍ରମରେ ଜାନୁୟାରୀ ୬ରୁ ଆୟୋଜିତ ହୋଇଛି । 

 

 SR


(ରିଲିଜ ଆଡି: 1895621) ପରିଦର୍ଶକ କାଉଣ୍ଟର : 199