ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜାନୁୟାରୀ ୨୮ରେ କାରିଆପ୍ପା ଗ୍ରାଉଣ୍ଡରେ ଏନସିସି ପିଏମ ରାଲିକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

Posted On: 26 JAN 2023 7:47PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁୟାରୀ ୨୮, ୨୦୨୩ ଅପରାହ୍ନ ପ୍ରାୟ ୫.୪୫ ବେଳେ କାରିଆପ୍ପା ପରେଡ ଗ୍ରାଉଣ୍ଡରେ ବାର୍ଷିକ ଏନସିସି ପିଏମ ରାଲିକୁ ସମ୍ବୋଧିତ କରିବେ ।  

ଚଳିତ ବର୍ଷ ଏନସିସି ସ୍ଥାପନର ୭୫ ବର୍ଷ ପାଳନ ହେଉଛି । ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଏନସିସି ସ୍ଥାପନର ସଫଳ ୭୫ ବର୍ଷ ଉପଲକ୍ଷେ ଏକ ସ୍ୱତନ୍ତ୍ର ଡେ କଭର ଓ ୭୫ ଟଙ୍କା ମୂଲ୍ୟର ଏକ ସ୍ୱତନ୍ତ୍ର ସ୍ମାରକ ମୁଦ୍ରା ଜାରି କରିବେ । ରାଲି ଦିନ ଓ ରାତିରେ ଏକ ହାଇବ୍ରିଡ କାର୍ଯ୍ୟକ୍ରମ ଭାବେ ଆୟୋଜିତ ହେବ ଏବଂ ଏଥିରେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ବିଷୟବସ୍ତକୁ ନେଇ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ସାମିଲ ହେବ । ‘ବସୁଧୈବ କୁଟୁମ୍ବକମ’ର ପ୍ରକୃତ ଭାରତୀୟ ଭାବନା ଅନୁରୂପ ୧୯ଟି ବିଦେଶୀ ରାଷ୍ଟ୍ରରୁ ୧୯୬ ଅଧିକାରୀ ଓ କ୍ୟାଡେଟଙ୍କୁ ଏହି ସମାରୋହରେ ଭାଗ ନେବାକୁ ଆମନ୍ତ୍ରିତ କରାଯାଇଛି ।

 

SR



(Release ID: 1894066) Visitor Counter : 100