ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜାନୁୟାରୀ ୨୪ରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ବିଜେତାମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ
Posted On:
23 JAN 2023 2:59PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁୟାରୀ ୨୪ ଅପରାହ୍ନ ୪ଟା ବେଳେ ନିଜ ବାସଭବନ ୭, ଏଲକେଏମରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର (ପିଏମଆରବିପି) ବିଜେତାମାନଙ୍କ ସହ ଆଲୋଚନା କରିବେ ।
ଭାରତ ସରକାର ନବାଚାର, ସମାଜସେବା, ଶୈକ୍ଷିକ, କ୍ରୀଡା, କଳା ଓ ସଂସ୍କୃତି ଏବଂ ସାହସିକତା ଭଳି ଛଅଟି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ପିଲାମାନଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପ୍ରଦାନ କରିଥାନ୍ତି । ପ୍ରତ୍ୟେକ ବିଜେତାଙ୍କୁ ଏକ ମେଡାଲ, ଏକ ଲକ୍ଷ ଟଙ୍କା ନଗଦ ଅର୍ଥରାଶି ଓ ପ୍ରମାଣପତ୍ର ଦିଆଯାଇଥାଏ । ଚଳିତ ବର୍ଷ ବାଲ ଶକ୍ତି ପୁରସ୍କାରର ବିଭିନ୍ନ ବର୍ଗ ଅନ୍ତର୍ଗତ ସାରା ଦେଶରୁ ୧୧ ଜଣ ପିଲାଙ୍କୁ ପିଏମଆରବିପି- ୨୦୨୩ ପାଇଁ ଚୟନ କରାଯାଇଛି । ବିଜେତାମାନଙ୍କ ମଧ୍ୟରେ ୧୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୬ ପୁଅ ଓ ୫ ଝିଅ ସାମିଲ ଅଛନ୍ତି ।
SR/BS
(Release ID: 1893063)
Visitor Counter : 171
Read this release in:
Kannada
,
Assamese
,
English
,
Urdu
,
Marathi
,
Hindi
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Malayalam