ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଦିଲ୍ଲୀ ବାହାରେ ନିଜର ପ୍ରଥମ ମିଶନ ଅଲମ୍ପିକ ସେଲ (ଏମଓସି) ବୈଠକ ଆୟୋଜନ କଲା କ୍ରୀଡା ମନ୍ତ୍ରଣାଳୟ

Posted On: 22 JAN 2023 9:07PM by PIB Bhubaneshwar

ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ (ଏମୱାଇଏଏସ) ଜାନୁୟାରୀ ୧୯ ଓ ୨୦ ତାରିଖରେ ଦିଲ୍ଲୀ ବାହାରେ ତଥା ଓଡିଶାର ଭୁବନେଶ୍ୱରରେ ଚାଲିଥିବା ହକି ବିଶ୍ୱକପ ଅବସରରେ ନିଜର ପ୍ରଥମ ମିଶନ ଅଲମ୍ପିକ ସେଲ (ଏମଓସି) ବୈଠକ ଆୟୋଜନ କରିଛନ୍ତି ।

ଭାରତର ଅଲମ୍ପିକ କାର୍ଯ୍ୟକ୍ରମର ପ୍ରମୁଖ କାର୍ଯ୍ୟସୂଚୀ ଓ ଟାର୍ଗେଟ ଅଲମ୍ପିକ ପୋଡିୟମ ସ୍କିମ (ଟପ୍ସ) ଆଥଲେଟମାନଙ୍କ ପ୍ରସ୍ତାବ ସମ୍ପର୍କରେ ଆଲୋଚନା ପାଇଁ ଏମଓସି ସଦସ୍ୟମାନେ ମିଳିତ ହେଉଥିବା ଏହି ପାକ୍ଷିକ ବୈଠକ ଓଡିଶାର ଭୁବନେଶ୍ୱରରେ ଆୟୋଜିତ ହୋଇଥିଲା । ଏହି ଅବସରରେ ଏମଓସି ସଦସ୍ୟମାନେ ଶେଷ ଗ୍ରୁପ ମ୍ୟାଚରେ ଭାରତୀୟ ପୁରୁଷ ହକି ଦଳ ବନାମ ୱେଲ୍ସ ଦଳର ଖେଳ ଦେଖିଥିଲେ ।

ପ୍ରତ୍ୟକ୍ଷ ଭାବେ ଖେଳାଳିମାନଙ୍କ ପ୍ରଦର୍ଶନ ଦେଖିବାର ଅନୁଭବ ସମ୍ପର୍କରେ ପୂର୍ବତନ ଭାରତୀୟ ଲଙ୍ଗ ଜମ୍ପର ଅଞ୍ଜୁ ବବି ଜର୍ଜ କହିଛନ୍ତି, ଏହି ଅବସର (ବିଶ୍ୱକପ ମ୍ୟାଚ)ରେ ଆମେ ପ୍ରତିଯୋଗିତା ବେଳେ ଖେଳାଳିମାନଙ୍କ ପ୍ରଦର୍ଶନ ଦେଖିବାର ସୁଯୋଗ ପାଇଲୁ ଓ ଆମେ ସେମାନଙ୍କୁ ସଠିକ ଭାବେ ଆକଳନ କରିବା ସହ ଆଗାମୀ ବୈଠକରେ ସେ ସମ୍ପର୍କରେ ବିଚାର କରିପାରିବୁ ଏବଂ ଶୂନ୍ୟସ୍ଥାନ ପୂରଣ ପାଇଁ ଆହୁରି ଭଲ ଭାବେ ସେମାନଙ୍କ ମୂଲ୍ୟାୟନ କରିପାରିବୁ । ତେଣୁ ଆମମାନଙ୍କ ପାଇଁ ଏହା ଏକ ଭଲ ସୁଯୋଗ ଥିଲା ଓ ସୁଯୋଗ ମିଳିଲେ କେବଳ ହକି ନୁହେଁ ଅନ୍ୟାନ୍ୟ କ୍ରୀଡା ପ୍ରତିଯୋଗିତା ଦେଖିବି ।”

ଏମୱାଇଏଏସ ଟପ୍ସ ଯୋଜନା ଅନ୍ତର୍ଗତ ଭାରତୀୟ ପୁରଷ ଓ ମହିଳା ହକି ଦଳକୁ ପାଣ୍ଠି ପ୍ରଦାନ କରାଯାଏ । ଭାରତୀୟ କ୍ରୀଡା ପ୍ରାଧିକରଣ (ସାଇ)ର ପ୍ରଶିକ୍ଷଣ ଏବଂ ପ୍ରତିଯୋଗିତା ପାଇଁ ବାର୍ଷିକ କ୍ୟାଲେଣ୍ଡର (ଏସିଟିସି) ଯୋଜନା ଅନ୍ତର୍ଗତ ବାର୍ଷିକ ୨୪ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ ।

ଖେଳାଳି, ବିଶେଷ କରି ହକି ଦଳ ପାଇଁ ଟପ୍ସର ମହତ୍ୱ ସମ୍ପର୍କରେ ପୂର୍ବତନ ଭାରତୀୟ ହକି ଅଧିନାୟକ ବୀରେନ ରସକିହ୍ନା କହିଛନ୍ତି ଏମଓସି ଓ ଟପ୍ସ ବିଗତ କିଛି ବର୍ଷ ହେଲା ଭାରତୀୟ କ୍ରୀଡାବିତ ଏବଂ ହକି ଦଳକୁ ବେଶ ସମର୍ଥନ କରିଆସୁଛି । ଏହାର ସୁଫଳ ବିଶେଷ କରି ପୁରୁଷ ହକି ଟିମର ପ୍ରଦର୍ଶନରୁ ପ୍ରଥମେ ୪୧ ବର୍ଷ ପରେ ଅଲମ୍ପିକ ପଦକ ଜିତି ଓ ଏହାକୁ ପାଥେୟ କରି ବିଶ୍ୱକପ ପ୍ରଦର୍ଶନ ଦେଖିବାକୁ ମିଳିଛି । ତେଣୁ ଆମେ ସେମାନଙ୍କୁ ସମର୍ଥନ ଜାରି ରଖିବୁ ।”

ସାଧାରଣତଃ ସାରା ଦେଶରୁ ଏମଓସି ସଦସ୍ୟମାନେ ପ୍ରତି ମାସରେ ଦିଲ୍ଲୀ ଗସ୍ତ କରି ଟପ୍ସ ସମ୍ପର୍କିତ କାର୍ଯ୍ୟସୂଚୀ ସମ୍ପର୍କରେ ଆଲୋଚନା କରିଥାନ୍ତି । କୋଭିଡ- ୧୯ ସଂକ୍ରମଣ ଅଧିକ ଥିବା ବେଳେ ଖେଳାଳିମାନଙ୍କର ଯେପରି ବିଳମ୍ବ ନହୁଏ ସେଥିପାଇଁ ଭର୍ଚ୍ୟୁଆଲ ମାଧ୍ୟମରେ ଏହି ବୈଠକ ଆୟୋଜିତ ହେଉଥିଲା । ଲକଡାଉନ ପରେ ବୈଠକଗୁଡିକ ପାଇଁ ହାଇବ୍ରିଡ ଆଭିମୁଖ୍ୟ ଆପଣା ଯାଇଥିଲା । ଯେଉଁଥିରେ ପ୍ରତି ମାସରେ ଗୋଟିଏ ବୈଠକ ଭର୍ଚ୍ୟୁଆଲ ମାଧ୍ୟମରେ ଆୟୋଜିତ ହେଉଥିବା ବେଳେ ଅନ୍ୟଟି ସଦସ୍ୟମାନଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ଆୟୋଜିତ ହେଉଥିଲା ।

 

SR/BS



(Release ID: 1892886) Visitor Counter : 181