ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜାନୁଆରୀ ୧୮ ତାରିଖରେ ବସ୍ତି ଜିଲ୍ଲାରେ ଆୟୋଜିତ ସାଂସଦ ଖେଳ ମହାକୁମ୍ଭ ୨୦୨୨-୨୩ ର ଦ୍ୱିତୀୟ ପର୍ଯ୍ୟାୟକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
17 JAN 2023 4:36PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ୧୮ ଜାନୁୟାରୀ ୨୦୨୩ ରେ ବସ୍ତି ଜିଲ୍ଲାରେ ଆୟୋଜିତ ହୋଇଥିବା ସାଂସଦ ଖେଳ ମହାକୁମ୍ଭ ୨୦୨୨-୨୩ ର ଦ୍ୱିତୀୟ ପର୍ଯ୍ୟାୟକୁ ଉଦଘାଟନ କରିବେ । ୨୦୨୧ ମସିହାରୁ ବସ୍ତି ଲୋକସଭା ସାଂସଦ ଶ୍ରୀ ହରିଶ ଦ୍ୱିବେଦୀଙ୍କ ଦ୍ୱାରା ବସ୍ତି ଜିଲ୍ଲାରେ ସାଂସଦ ଖେଳ ମହାକୁମ୍ଭ ଆୟୋଜିତ ହେଉଛି ।
ଦୁଇଟି ପର୍ଯ୍ୟାୟରେ ସାଂସଦ ଖେଳ ମହାକୁମ୍ଭ ୨୦୨୨-୨୩ ଆୟୋଜିତ ହେଉଛି । ପ୍ରଥମ ପର୍ଯ୍ୟାୟ ୧୦ରୁ ୧୬ ଡିସେମ୍ବର, ୨୦୨୨ ପର୍ଯ୍ୟନ୍ତ ଏବଂ ଖେଳ ମହାକୁମ୍ଭର ଦ୍ୱିତୀୟ ପର୍ଯ୍ୟାୟ ୧୮ ରୁ ୨୮ ଜାନୁୟାରୀ ୨୦୨୩ ପର୍ଯ୍ୟନ୍ତ ଆୟୋଜିତ ହେବ ।
ଖେଳ ମହାକୁମ୍ଭ ଉଭୟ ଇନଡୋର ତଥା ଆଉଟଡୋର କ୍ରୀଡ଼ାରେ କୁସ୍ତି, କବାଡି, ଖୋ ଖୋ, ବାସ୍କେଟବଲ, ଫୁଟବଲ, ହକି, ଭଲିବଲ, ହ୍ୟାଣ୍ଡବଲ, ଚେସ, କ୍ୟାରମ, ବ୍ୟାଡମିଣ୍ଟନ, ଟେବୁଲ ଟେନିସ ଇତ୍ୟାଦିରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ହେଉଛି, ଏହା ବ୍ୟତୀତ ପ୍ରବନ୍ଧ ଲେଖା, ଚିତ୍ରକଳା ପ୍ରତିଯୋଗିତା, ରଙ୍ଗୋଲି ପକାଇବା ଇତ୍ୟାଦି ମଧ୍ୟ ଖେଳ ମହାକୁମ୍ଭ ସମୟରେ ଆୟୋଜିତ ହେଉଛି ।
ଖେଳ ମହାକୁମ୍ଭ ହେଉଛି ଏକ ନୂତନ ପଦକ୍ଷେପ ଯାହାକି ବସ୍ତି ଜିଲ୍ଲା ଏବଂ ପଡୋଶୀ ଅଞ୍ଚଳର ଯୁବକମାନଙ୍କୁ ସେମାନଙ୍କର କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କରିବାକୁ ସୁଯୋଗ ଏବଂ ପ୍ଲାଟଫର୍ମ ଯୋଗାଇଥାଏ ଏବଂ କ୍ରୀଡ଼ାକୁ ବିକଳ୍ପ କ୍ୟାରିଅର ଭାବେ ଗ୍ରହଣ କରିବାକୁ ସେମାନଙ୍କୁ ଉତ୍ସାହିତ କରିଥାଏ । ଏହା ମଧ୍ୟ ସେହି ଅଞ୍ଚଳର ଯୁବକମାନଙ୍କ ମଧ୍ୟରେ ଅନୁଶାସନ, ଦଳଗତ କାର୍ଯ୍ୟ, ସୁସ୍ଥ ପ୍ରତିଯୋଗିତା, ଆତ୍ମବିଶ୍ୱାସ ଏବଂ ଜାତୀୟତାବାଦର ଆବେଗକୁ ପ୍ରୋତ୍ସାହିତ କରିବାକୁ ଚେଷ୍ଟା କରିଥାଏ ।
HS/BS
(ରିଲିଜ ଆଡି: 1891846)
ପରିଦର୍ଶକ କାଉଣ୍ଟର : 202
ଏହି ରିଲିଜ ପଢନ୍ତୁ :
Assamese
,
Tamil
,
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Punjabi
,
Gujarati
,
Telugu
,
Kannada
,
Malayalam