ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ୟୁଟ୍ୟୁବ୍ ଚ୍ୟାନେଲ ଗୁଡିକର ମିଥ୍ୟା ଖବର ଓ ଗୁଜବ ପ୍ରସାରଣ ଉପରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର କାର୍ଯ୍ୟାନୁଷ୍ଠାନ


ପିଆଇବି ଫ୍ୟାକ୍ଟଚେକ ୟୁନିଟ୍ ୬ ଟି ଚ୍ୟାନେଲରେ ଶହେରୁ ଅଧିକ ଭିଡିଓକୁ ଚିହ୍ନଟ କରିଛି, ଯେଉଁମାନେ ନକଲି ଖବରର ବ୍ୟବସାୟ କରି ଅର୍ଥ ଉପାର୍ଜନ କରିଛନ୍ତି ; ୫୦କୋଟିରୁ ଅଧିକ ଦର୍ଶକୀୟ ଭ୍ୟୁ ସଂଗ୍ରହ କରିଛନ୍ତି

ମିଥ୍ୟା ଖବର ଅର୍ଥ ବ୍ୟବସ୍ଥାର ଅଂଶ ହୋଇଥିବା ଚ୍ୟାନେଲ ଗୁଡିକ ଉପରେ ଚଢ଼ାଉ ; ମିଳିତ ଭାବରେ ଏମାନଙ୍କର ୨୦ଲକ୍ଷରୁ ଅଧିକ ଅନୁସରଣକାରୀ ଅଛନ୍ତି

ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଏବଂ ନିର୍ବାଚନ ଆୟୋଗଙ୍କ ସମ୍ବନ୍ଧିତ ମିଥ୍ୟା ଖବରକୁ ନେଇ ବ୍ୟବସାୟ କରିବା ପାଇଁ କ୍ଲିକ୍ ବେଟ୍ ଥମ୍ବ ନେଲ ବ୍ୟବହାର କରୁଥିଲେ ଚ୍ୟାନେଲ

Posted On: 12 JAN 2023 1:15PM by PIB Bhubaneshwar

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପିଆଇବି ଫ୍ୟାକ୍ଟ ଚେକ୍ ୟୁନିଟ୍ / ସତ୍ୟତା ଯାଂଚ ୟୁନିଟ୍ (ଏଫସିୟୁ) ୬ଟି ୟୁଟ୍ୟୁବ୍ ଚ୍ୟାନେଲ୍‌ର ପର୍ଦ୍ଦାଫାଶ୍ କରିଛନ୍ତି, ଯେଉଁ ଗୁଡିକ ସଂଯୋଜିତ ଭାବରେ କାର୍ଯ୍ୟ କରୁଥିଲେ ଏବଂ ଭାରତରେ ମିଥ୍ୟା ଓ ତଥ୍ୟର ପ୍ରଚାର କରୁଥିଲେ । ଏହି ଚ୍ୟାନେଲ ଗୁଡିକ ଦ୍ୱାରା ପ୍ରସାରିତ ମିଥ୍ୟା ଖବରକୁ ପ୍ରତିହତ କରିବା ପାଇଁ ଫ୍ୟାକ୍ଟ ଚେକ ୟୁନିଟ୍ ୧୦୦ରୁ ଅଧିକ ସତ୍ୟତା ଯାଂଚ କରି ୬ ଟି ପୃଥକ ଟ୍ୱିଟର ସୂତ୍ରକୁ ପ୍ରକାଶ କରିଛନ୍ତି । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଥିବା ଏହି ୟୁନିଟର ଏହା ହେଉଛି ଏହି ଭଳି ଦ୍ୱିତୀୟ କାର୍ଯ୍ୟାନୁଷ୍ଠାନ, ଯେଉଁଥିରେ ସବୁ ଚ୍ୟାନେଲ ଗୁଡ଼ିକ ଉପରେ ଚଢ଼ାଉ କରାଯାଇଛି ।

ଏହି ୬ଟି ୟୁଟ୍ୟୁବ୍ ଚ୍ୟାନେଲ ଗୁଡିକ ଏକ ସଂଯୋଜିତ ନକଲି ସୂଚନା ନେଟୱର୍କର ଅଂଶ ଭାବରେ କାର୍ଯ୍ୟ କରୁଥିବା ଜାଣିବାକୁ ମିଳିଥିଲା, ଯାହାର ପ୍ରାୟ ୨୦ ଲକ୍ଷ ଗ୍ରାହକ ରହିଥିଲେ ଏବଂ ସେମାନଙ୍କ ଭିଡିଓ ଗୁଡିକ ୫୧ କୋଟିରୁ ଅଧିକ ଥର ଦେଖା ଯାଇଥିଲା । ପିଆଇବି ଦ୍ୱାରା ତଥ୍ୟ - ଯାଂଚ କରା ଯାଇଥିବା ୟୁଟ୍ୟୁବ୍ ଚ୍ୟାନେଲ ଗୁଡିକର ସବିଶେଷ ବିବରଣୀ ନିମ୍ନରେ ପ୍ରଦାନ କରାଗଲା :

SI. No.

Name of YouTube Channel

Subscribers

Views

  1.  

Nation Tv

5.57 Lakh

21,09,87,523

  1.  

Samvaad Tv

10.9 Lakh

17,31,51,998

  1.  

Sarokar Bharat

21.1 thousand

45,00,971

  1.  

Nation 24

25.4 thousand

43,37,729

  1.  

Swarnim Bharat

6.07 thousand

10,13,013

  1.  

Samvaad Samachar

3.48 Lakh

11,93,05,103

Total

20.47 Lakh

51,32,96,337

 

ପିଆଇବି ସତ୍ୟତା ଯାଂଚ ୟୁନିଟ୍ ଦ୍ୱାରା ଚିହ୍ନଟ ହୋଇଥିବା ୟୁଟ୍ୟୁବ୍ ଚ୍ୟାନେଲ ଗୁଡିକ ନିର୍ବାଚନ, ସୁପ୍ରିମକୋର୍ଟର କାର୍ଯ୍ୟ ନିର୍ବାହ ଏବଂ ଭାରତର ସଂସଦରେ ଚାଲିଥିବା ପ୍ରକ୍ରିୟା, ଭାରତ ସରକାରଙ୍କ କାର୍ଯ୍ୟକଳାପ ଇତ୍ୟାଦି ବିଷୟରେ ମିଥ୍ୟା ଖବର ପ୍ରସାରଣ କରିଛନ୍ତି, ଉଦାହରଣ ସ୍ୱରୂପ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ଉପରେ ନିଷେଧାଦେଶ ଏବଂ ମିଥ୍ୟା ବିବୃତି ପାଇଁ ଭାରତର ମାନ୍ୟବର ରାଷ୍ଟ୍ରପତି, ମାନ୍ୟବର ପ୍ରଧାନ ବିଚାରପତିଙ୍କ ସମେତ ବରିଷ୍ଠ ସାମ୍ବିଧାନିକ କାର୍ଯ୍ୟକର୍ତ୍ତାଙ୍କୁ ଦାୟୀ କରା ଯାଇଥିବା ।

ଚ୍ୟାନେଲ ଗୁଡିକ ଏକ ନକଲି ସମ୍ବାଦ ଅର୍ଥ ବ୍ୟବସ୍ଥାର ଏକ ଅଂଶ ବିଶେଷ, ଯାହା ମିଥ୍ୟା ଖବରର ପ୍ରସାରଣ କରି ଅର୍ଥ ସଂଗ୍ରହରେ ବୃଦ୍ଧି ଘଟାଇ ଥାଏ । ଚ୍ୟାନେଲ୍ ଗୁଡିକ ଜାଲ, କ୍ଲିକ୍ ବେଟ୍ ଏବଂ ସମ୍ବେଦନଶୀଳ ଥମ୍ବ ନେଲ୍ ଏବଂ ଟିଭି ଚ୍ୟାନେଲ ଗୁଡିକର ଟେଲିଭିଜନ୍ ନ୍ୟୁଜ୍ ଆଙ୍କର୍ ମାନଙ୍କର ଛବି ବ୍ୟବହାର କରି ଏହି ଖବର ସତ୍ୟ ଉପରେ ଆଧାରିତ ଅଟେ ବୋଲି ଦର୍ଶକଙ୍କୁ ବିଭ୍ରାନ୍ତ କରିବା ପାଇଁ ବ୍ୟବହାର କରୁଥିଲେ ଏବଂ ସେମାନଙ୍କ ଦ୍ୱାରା ପ୍ରକାଶିତ ଭିଡିଓ ଗୁଡିକର ମୁଦ୍ରାକରଣ କରିବା ପାଇଁ ସେମାନଙ୍କ ଚ୍ୟାନେଲରେ ଦର୍ଶକ ସଂଖ୍ୟା ବୃଦ୍ଧି କରୁଥିଲେ ।

ପିଆଇବି ସତ୍ୟତା ଯାଂଚ ୟୁନିଟ୍ ଦ୍ୱାରା ଏହା ହେଉଛି ଦ୍ୱିତୀୟ କାର୍ଯ୍ୟାନୁଷ୍ଠାନ । ଏହା ପୂର୍ବରୁ ଏକ ପ୍ରମୁଖ କାର୍ଯ୍ୟାନୁଷ୍ଠାନରେ, ୨୦ ଡିସେମ୍ବର, ୨୦୨୨ ରେ, ୟୁନିଟ୍ ମିଥ୍ୟା ଖବର ପ୍ରଚାର କରୁଥିବା ତିନୋଟି ଚ୍ୟାନେଲ୍‌ର ପର୍ଦ୍ଦାଫାଶ କରିଥିଲା ।

ପିଆଇବି ସତ୍ୟତା ଯାଂଚ ୟୁନିଟ୍ ଦ୍ୱାରା ପୋଷ୍ଟ କରା ଯାଇଥିବା ଟ୍ୱିଟର ସୂତ୍ର ଗୁଡ଼ିକର ଲିଙ୍କ୍ :

୧. ନେସନ ଟିଭିର ଭିଡିଓ ଗୁଡ଼ିକରେ ସତ୍ୟତା ଯାଂଚ :

 ୨. ସମ୍ବାଦ ଟିଭିର ଭିଡିଓ ଗୁଡିକ ଉପରେ ସତ୍ୟତା ଯାଂଚ :

୩.  ସରୋକାର ଭାରତର ଭିଡିଓ ଗୁଡିକ ଉପରେ ସତ୍ୟତା ଯାଂଚ :

୪.  ନେସନ ୨୪ ଭିଡିଓ ଗୁଡ଼ିକ ଉପରେ ସତ୍ୟତା ଯାଂଚ :

୫. ସ୍ୱର୍ଣ୍ଣିମ ଭାରତ ଭିଡିଓ ଗୁଡିକ ଉପରେ ସତ୍ୟତା ଯାଂଚ :

୬.  ସମ୍ବାଦ ସମାଚାର ଭିଡିଓ ଗୁଡ଼ିକ ଉପରେ ସତ୍ୟତା ଯାଂଚ :

 

******

SSP



(Release ID: 1890806) Visitor Counter : 143