ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭଏସ ଅଫ ଗ୍ଲୋବାଲ ସାଉଥ ୨୦୨୩ ଶିଖର ସମ୍ମିଳନୀର ଉଦ୍‌ଘାଟନ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ

Posted On: 12 JAN 2023 10:53AM by PIB Bhubaneshwar

ମହାମହିମଗଣ, 

ଗ୍ଲୋବାଲ ସାଉଥର ନେତାମାନଙ୍କୁ ନମସ୍କାର ! ଏହି ଶିଖର ସମ୍ମିଳନୀରେ ଆପଣମାନଙ୍କୁ ସ୍ୱାଗତ ଜଣାଇବା ମୋର ସୌଭାଗ୍ୟ । ବିଭିନ୍ନ ଭାଗରୁ ଆସି ଏଥିରେ ଅଂଶଗ୍ରହଣ କରିଥିବାରୁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଜଣାଉଛି । ନୂଆବର୍ଷର ଏକ ସକାଳରେ ଆମେ ମିଳିତ ହୋଇଛୁ ଯାହା ନୂତନ ଆଶା ଓ ଶକ୍ତି ଦେଉଛି । ୧.୩ ବିଲିୟନ ଭାରତବାସୀଙ୍କ ପକ୍ଷରୁ ମୁଁ ଏକ ସୁଖ ଓ ସନ୍ତୁଷ୍ଟିର ୨୦୨୩ ଆପଣ ଓ ଆପଣଙ୍କ ଦେଶକୁ ଜଣାଉଛି ।

ଆମେ ଆଉ ଗୋଟେ କଷ୍ଟକର ବର୍ଷର ପୃଷ୍ଠା ଓଲଟାଉଛୁ ଯାହା ଯୁଦ୍ଧ, ଗଣ୍ଡଗୋଳ, ଆତଙ୍କବାଦ, ଭୂ-ରାଜନୈତିକ ଅଶାନ୍ତି, ଖାଦ୍ୟ, ସାର ଓ ଇନ୍ଧନ ଦରଦାମ ବୃଦ୍ଧି, ଜଳବାୟୁ ପରିବର୍ତ୍ତନଜନିତ ପ୍ରାକୃତିକ ବିପର୍ଯ୍ୟୟ ଓ କୋଭିଡ ବୈଶ୍ୱିକ ମହାମାରୀର ଆର୍ଥିକ ପ୍ରଭାବ ଇତ୍ୟାଦି । ଏ କଥା ସ୍ପଷ୍ଟ ଯେ ବିଶ୍ୱ ଏକ ଜଟିଳ ପରିସ୍ଥିତି ଦେଇ ଗତି କରୁଛି । ଏପରି ଅସ୍ଥିରତା କେତେ ଦିନ ପର୍ଯ୍ୟନ୍ତ ଚାଲିବ ତାହା ଅନୁମାନ କରିବା କଷ୍ଟକର । 

ମହାମହିମ ଗଣ, 

ଆମେ ଦକ୍ଷିଣ ଗୋଲାର୍ଦ୍ଧ ବାଲାଙ୍କୁ ଭବିଷ୍ୟତରେ ଅନେକ ବାଜି ମାରିବାର ଅଛି । ଆମ ଦେଶଗୁଡିକରେ ଜନ ସଂଖ୍ୟାର ତିନି ଚତୁର୍ଥାଂଶ ଏଠାରେ ବାସ କରନ୍ତି । ସେ ଦୃଷ୍ଟିରୁ ଆମର ମଧ୍ୟ ସମାନ ଅଧିକାର ରହିଛି । ତେଣୁ ଆଠ ଦଶନ୍ଧି ଧରି ଚାଲିଥିବା ବୈଶ୍ୱିକ ପ୍ରଶାସନ ବଦଳୁଥିବା ବେଳେ, ଆମେ ନୂତନ ଭାବେ ଆସୁଥିବା ବ୍ୟବସ୍ଥାକୁ ଆପଣାଇବା ପାଇଁ ଚେଷ୍ଟା କରିବା ଉଚିତ୍ । 

ମହାମହିମଗଣ, 

ଅଧିକାଂଶ ବୈଶ୍ୱିକ ସମସ୍ୟା ଦକ୍ଷିଣ ଗୋଲାର୍ଦ୍ଧ ଦ୍ୱାରା ସୃଷ୍ଟି ହୋଇନାହିଁ । ମାତ୍ର ସେଗୁଡିକ ଆମକୁ ଘୋର ପ୍ରଭାବିତ କରିଛି । କୋଭିଡ ବୈଶ୍ୱିକ ମହାମାରୀ, ଜଳବାୟୁ ପରିବର୍ତ୍ତନ, ଆତଙ୍କବାଦ ଓ ଏପରିକି ୟୁକ୍ରେନ ପରିସ୍ଥିତି ଯୋଗୁଁ ଆମେ ପ୍ରଭାବିତ ହୋଇଛୁ। ଏଗୁଡିକ ସମାଧାନ ଖୋଜିବାରେ ଆମର କୌଣସି ଭୂମିକା ବା କହିବାର ଅଧିକାର ନାହିଁ । 

ମହାମହିମଗଣ

ଭାରତ ସବୁବେଳେ ଏହାର ବିକାଶଗତ ଅଭିଜ୍ଞତାକୁ ଦକ୍ଷିଣ ଗୋଲାର୍ଦ୍ଧର ଭାଇମାନଙ୍କ ସହ ସେୟାର କରିଆସିଛି । ଆମର ବିକାଶ ଅଂଶୀଦାରିତା ସମସ୍ତ ଭୂଗୋଳ ଓ ବିବିଧ କ୍ଷେତ୍ରରେ ବିସ୍ତାରିତ । ବୈଶ୍ୱିକ ମହାମାରୀ କାଳରେ ଆମେ ଶହେରୁ ଅଧିକ ଦେଶକୁ ଟିକା ଓ ଔଷଧପତ୍ର ପଠାଇଥିଲୁ । ଆମର ସମାନ ଭବିଷ୍ୟତ ନିର୍ଦ୍ଧାରଣ ନିମନ୍ତେ ଭାରତ ସବୁବେଳେ ବିକାଶଶୀଳ ଦେଶମାନଙ୍କ ପାଇଁ ବଡ ଭୂମିକା ଗ୍ରହଣ କରିଛି । 

ମହାମହିମଗଣ, 

ଭାରତ ଚଳିତବର୍ଷ ଜି-୨୦ରେ ଅଧ୍ୟକ୍ଷତା କରୁଥିବାବେଳେ ଏହା ସ୍ୱାଭାବିକ ଯେ ଆମର ସ୍ୱର ଦକ୍ଷିଣ ଗୋଲାର୍ଦ୍ଧ ନିମନ୍ତେ ଅଧିକ ହେବ । ଆମର ଜି-୨୦ ଅଧ୍ୟକ୍ଷତା ନିମନ୍ତେ ଆମେ “ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ”ର ବିଷୟବସ୍ତୁ ବାଛିଛୁ । ଏହା ଆମ ସଭ୍ୟତାର ଅଂଶବିଶେଷ । ଏକତ୍ୱର ପଥକୁ ପାଇବାକୁ ହେଲେ ମାନବ କୈନ୍ଦ୍ରିକ ବିକାଶପଥରେ ଯିବାକୁ ପଡିବ ବୋଲି ଆମେ ବିଶ୍ୱାସ କରୁ । ଦକ୍ଷିଣ ଗୋଲାର୍ଦ୍ଧର ଅଧିବାସୀମାନେ ବିକାଶର ସୁବିଧାରୁ ଆଉ ବେଶୀଦିନ ବଂଚିତ ହୋଇ ରହିବେ ନାହିଁ । ମିଳିମିଶି ଆମେ ନିଶ୍ଚିତ ବୈଶ୍ୱିକ ରାଜନୀତିକ ଓ ଆର୍ଥିକ ପ୍ରଶାସନର ପୁନର୍ଗଠନ କରିବା । ଏହା ଅସାମାଞ୍ଜସ୍ୟ ଦୂର କରିପାରିବ, ଅଧିକ ସୁଯୋଗ ସୃଷ୍ଟି କରିପାରି, ଅଭିବୃଦ୍ଧିରେ ସହାୟକ ହେବ ଓ ପ୍ରଗତି ଏବଂ ସମୃଦ୍ଧି ବିସ୍ତାର କରିବ । 

ମହାମହିମ ଗଣ, 

ବିଶ୍ୱକୁ ପୁର୍ନଶକ୍ତି ବାନ କରିବା ପାଇଁ ଆମେ ମିଳିମିଶି ଏକ ଜବାବଦାହୀ, ଚିହ୍ନଟ, ସମ୍ମାନ ଓ ସଂସ୍କାର କାର୍ଯ୍ୟକ୍ରମ ନିମନ୍ତେ ଆହ୍ୱାନଦେବା । ଜବାବଦାହୀ ହେଲା ଦକ୍ଷିଣ ଗୋଲାର୍ଦ୍ଧର ଅଗ୍ରାଧିକାର ବିଷୟଗୁଡିକୁ ନେଇ ଏକ ସାମଗ୍ରିକ ଓ ସନ୍ତୁଳିତ ଆନ୍ତର୍ଜାତିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା । ଚିହ୍ନଟ ହେଉଛି ସାଧାରଣ ଅଥଚ ଦାୟିତ୍ୱ ପୃଥିୀକରଣ ଯାହା ବୈଶ୍ୱିକ ଆହ୍ୱାନ ମୁକାବିଲାରେ ସମର୍ଥ । ସମ୍ମାନ ହେଉଛି ସମସ୍ତ ଦେଶର ସାର୍ବଭୌମତ୍ୱ, ଆଇନର ଶାସନ ଓ ବିବାଦ ଓ ମତପାର୍ଥକ୍ୟର ଶାନ୍ତିପୂର୍ଣ୍ଣ ସମାଧାନ ଓ ସଂସ୍କାର ହେଉଛି ଜାତିସଂଘ ସମେତ ଆର୍ନ୍ତଜାତିକ ପ୍ରତିଷ୍ଠାନଗୁଡିକୁ ଅଧିକ ପ୍ରାସଙ୍ଗିକ କରିବା । 

ମହାମହିମଗଣ,

 ବିଶ୍ୱରେ ବିକାଶଶୀଳ ଦେଶଗୁଡିକ ଅନେକ ଆହ୍ୱାନର ସମ୍ମୁଖୀନ ହେଉଥିଲେ ମଧ୍ୟ ମୁଁ ଆଶାବାଦୀ ଯେ ଆମର ଦିନ ଆସୁଛି । ବର୍ତ୍ତମାନର ଆବଶ୍ୟକତା ହେଉଛି ସରଳ, ଅତିକ୍ରମ ଯୋଗ୍ୟ ଓ ସ୍ଥାୟୀ ଓ ନିରନ୍ତର ସମାଧାନ ପନ୍ଥା ଚିହ୍ନଟ କରି ଆମ ସମାଜ ଓ ଅର୍ଥନୀତିରେ ପରିବର୍ତ୍ତନ ଆଣିବା । ଏଭଳି ପନ୍ଥା ଗ୍ରହଣ କରି ଦାରିଦ୍ର‌୍ୟ ହେଉ ବା ସାର୍ବଜନନୀ ସ୍ୱାସ୍ଥ୍ୟ ଯତ୍ନ ବା ମାନବ ସାମର୍ଥ୍ୟ ବୃଦ୍ଧି ଇତ୍ୟାଦି ଭଳି କଠିନ ଆହ୍ୱାନଗୁଡିକର ଆମେ ସାମ୍ନା କରିପାରିବା । ଗତ ଶତାବ୍ଦୀରେ ଆମେ ବିଦେଶୀ ଶାସନ ବିରୁଦ୍ଧରେ ପରସ୍ପରକୁ ସମର୍ଥନ କରିଥିଲୁ । ଚଳିତ ଶତାବ୍ଦୀରେ ଆମେ ନୂତନ ବିଶ୍ୱ ବ୍ୟବସ୍ଥା ସୃଷ୍ଟି କରି ଆମ ନାଗରିକମାନଙ୍କ କଲ୍ୟାଣ ସୁନିଶ୍ଚିତ କରିପାରିବା । ଭାରତ ଦୃଷ୍ଟିରୁ ଦେଖିଲେ ଆପଣମାନଙ୍କ ସ୍ୱର ହେଉଛି ଭାରତ ସହ ସମାନ । ଆପଣମାନଙ୍କୁ ପ୍ରାଥମିକତା ମଧ୍ୟ ଭାରତର ପ୍ରାଥମିକତା । ଆଗାମୀ ଦୁଇଦିନଧରି ଦକ୍ଷିଣ ଗୋଲାର୍ଦ୍ଧର ସମସ୍ତ ଅଗ୍ରାଧିକାର ପ୍ରଦାନ କରାଯାଉଥିବା ବିଷୟମାନ ଶିଖର ସମ୍ମିଳନୀରେ ଆଲୋଚନା ହେବ । ମୁଁ ନିଶ୍ଚିତ ଯେ ମିଳିମିଶି ଦକ୍ଷିଣ ଗୋଲାର୍ଦ୍ଧ ନେଇ ନୂତନ ଓ ସୃଜନାତ୍ମକ ବିଷୟମାନ ଉତଥାପନ ହେବ । ଏହି ଚିନ୍ତାଧାରାଗୁଡିକ ଆମର ଜି-୨୦ ଓ ଅନ୍ୟାନ୍ୟ ଅଞ୍ଚଳରେ ଆମ ଦୃଷ୍ଟିଭଙ୍ଗୀର ଭିତ୍ତି ହେବ । ଭାରତରେ ଆମର ଏକ ପ୍ରାର୍ଥନା ଅଛି ଆ ନୋ ଭ୍ରଦାଃ, କ୍ରତବୋ ୟନ୍ତୁ ବିଶ୍ୱତଃ! ଏହାର ଅଥ ର୍ହେଲା ମହତ୍ ଚିନ୍ତାଧାରା ଜଗତର ସବୁ ଦିଗରୁ ଆମ ପାଖକୁ ଆସୁ । ଆମର ସମନ୍ୱିତ ଭବିଷ୍ୟତ ନିମନ୍ତେ ଦକ୍ଷିଣ ଗୋଲାର୍ଦ୍ଧର ଏହି ମହତ୍ ସ୍ୱର ପାଇଁ ଏକ ସମନ୍ୱିତ ଉଦ୍ୟମ ହେଉ।

ମହାମହିମଗଣ

ମୁଁ ଆପଣମାନଙ୍କ ଚିନ୍ତାଧାରା ଓ ଧାରଣା ସମ୍ପର୍କରେ ଅବଗତ ହେବାର ପାଇଁ ଅପେକ୍ଷା କରୁଛି । ମୁଁ ପୁଣି ଥରେ ଆପଣମାନେ ଅଂଶଗ୍ରହଣ କରିଥିବାରୁ ଧନ୍ୟବାଦ ଜଣାଇଛି ।

ଧନ୍ୟବାଦ ।

 

*****

 SM/SLP



(Release ID: 1890716) Visitor Counter : 153