ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜାନୁୟାରୀ ୧୨ରେ କର୍ଣ୍ଣାଟକର ହୁବଲି ଠାରେ ୨୬ତମ ଜାତୀୟ ଯୁବ ମହୋତ୍ସବ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ


ମହୋତ୍ସବର ବିଷୟବସ୍ତୁ ରହିଛି: ବିକଶିତ ଯୁବା- ବିକଶିତ ଭାରତ

ଯୁବ ସମ୍ମିଳନୀରେ ବିଭିନ୍ନ କ୍ଷେତ୍ର ସମ୍ପର୍କିତ ପାଞ୍ଚଟି ବିଷୟ ଯଥା କାର୍ଯ୍ୟ, ଉଦ୍ୟୋଗ ଓ ନୂତନତା, ଜଳବାୟୁ ପରିବର୍ତ୍ତନ, ସ୍ୱାସ୍ଥ୍ୟ, ଶାନ୍ତି ଏବଂ ମିଳିତ ଭବିଷ୍ୟତ ସମ୍ପର୍କରେ ଆଲୋଚନା ହେବ

ସ୍ଥାନୀୟ ପାରମ୍ପରିକ ସଂସ୍କୃତିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହେବ

ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ଯୋଗ କରିବାକୁ ଏକାଠି କରିବା ଉଦ୍ଦେଶ୍ୟରେ ଯୋଗାଥନ- ମହୋତ୍ସବର ପ୍ରମୁଖ ଆକର୍ଷଣ

ଜାତୀୟ ସ୍ତରର କଳାକାରମାନଙ୍କ ଦ୍ୱାରା ଆଠଟି ସ୍ୱଦେଶୀ କ୍ରୀଡା ଓ ସମର କଳା ପ୍ରଦର୍ଶନ କରାଯିବ

Posted On: 10 JAN 2023 3:34PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁୟାରୀ ୧୨, ୨୦୨୩ ଅପରାହ୍ନ ପ୍ରାୟ ୪ଟା ବେଳେ କର୍ଣ୍ଣାଟକର ହୁବଲି ଠାରେ ୨୬ତମ ଜାତୀୟ ଯୁବ ମହୋତ୍ସବ ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମ ଜାତୀୟ ଯୁବ ଦିବସ ଅବସରର ଆୟୋଜିତ ହେବ ଯାହା ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ତାଙ୍କ ଆଦର୍ଶ, ଶିକ୍ଷା ଓ ଅବଦାନକୁ ସମ୍ମାନ ଜଣାଇ ପାଳିତ ହୋଇଥାଏ ।

ଆମ ପ୍ରତିଭାବାନ ଯୁବପୀଢିଙ୍କୁ ଜାତୀୟ ସ୍ତରରେ ସୁଯୋଗ ଦେବା ସହ ସେମାନଙ୍କୁ ଦେଶ ନିର୍ମାଣରେ ବ୍ରତୀ କରିବା ଉଦ୍ଦେଶ୍ୟରେ ଜାତୀୟ ଯୁବ ମହୋତ୍ସବ ପ୍ରତିବର୍ଷ ପାଳିତ ହୁଏ । ଏହା ଦେଶର ଭିନ୍ନ ଭିନ୍ନ ସ୍ଥାନର ସଂସ୍କୃତିକୁ ଗୋଟିଏ ମଞ୍ଚକୁ ଆଣିଥାଏ ଓ ଅଂଶଗ୍ରହଣକାରୀଙ୍କୁ ଏକ ଭାରତ, ଶ୍ରେଷ୍ଠ ଭାରତ ସୂତ୍ରରେ ଯୋଡିଥାଏ । ଚଳିତ ବର୍ଷ କର୍ଣ୍ଣାଟକର ହୁବଲି- ଧାରୱାଡରେ ଜାନୁୟାରୀ ୧୨ରୁ ୧୬ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ମହୋତ୍ସବର ବିଷୟବସ୍ତୁ ରହିଛି “ବିକଶିତ ଯୁବା- ବିକଶିତ ଭାରତ” । 

ମହୋତ୍ସବ ଅବସରରେ ଯୁବ ଶିଖର ସମ୍ମିଳନୀରେ ଜି ୨୦ ଓ ୱାଇ ୨୦ ସହ ଜଡିତ ପାଞ୍ଚଟି ବିଷୟ ଯଥା କାର୍ଯ୍ୟ, ଉଦ୍ୟୋଗ, ନୂତନତା ଓ ଏକବିଂଶ ଶତାବ୍ଦୀର କୌଶଳର ଭବିଷ୍ୟତ, ଜଳବାୟୁ ପରିବର୍ତ୍ତନ ଓ ବିପର୍ଯ୍ୟୟ ଆଶଙ୍କା ହ୍ରାସ, ଶାନ୍ତି ନିର୍ମାଣ ଓ ସନ୍ଧି, ମିଳିତ ଭବିଷ୍ୟତ ଗଣତନ୍ତ୍ର ଓ ପ୍ରଶାସନରେ ଯୁବପୀଢି ଓ ସ୍ୱାସ୍ଥ୍ୟ ଏବଂ ନିରାମୟତା ସାମିଲ ରହିଛି । ଏହି ସମ୍ମିଳନୀରେ ୬୦ରୁ ଅଧିକ ପ୍ରତିଷ୍ଠିତ ବିଶେଷଜ୍ଞ ଭାଗ ନେବେ । ବହୁ ପ୍ରତିଯୋଗିତା ଓ ଅଣପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ ଆୟୋଜିତ ହେବ । ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ ମଧ୍ୟରେ ଲୋକନୃତ୍ୟ ଓ ସଂଗୀତ ରହିଛି । ସ୍ଥାନୀୟ ପାରମ୍ପରିକ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହା ଆୟୋଜିତ ହେବ । ଅଣପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ ମଧ୍ୟରେ ଯୋଗାଥନ ସାମିଲ ରହିଛି । ଯୋଗ କରିବା ପାଇଁ ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ଏକାଠି କରିବା ଏହାର ଉଦ୍ଦେଶ୍ୟ ରହିଛି । ଜାତୀୟ ସ୍ତରର କଳାକାରଙ୍କ ଦ୍ୱାରା ଆଠଟି ସ୍ୱଦେଶୀ କ୍ରୀଡା ଓ ସମର କଳା ମଧ୍ୟ ପରିବେଶିତ ହେବ । ଅନ୍ୟ ଆକର୍ଷଣଗୁଡିକ ମଧ୍ୟରେ ରହିଛି ଫୁଡ ଫେଷ୍ଟିଭାଲ, ଯୁବ କଳାକାର ଶିବିର, ଦୁଃସାହସିକ କ୍ରୀଡା କାର୍ଯ୍ୟକ୍ରମ, ସ୍ପେଶାଲ ନୋ ୟୋର ଆର୍ମି, ନ୍ୟାଭି ଓ ଏୟାର ଫୋର୍ସ କ୍ୟାମ୍ପ । 

 

 

SR/BS



(Release ID: 1890170) Visitor Counter : 108