ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ

ପରୀକ୍ଷା ପେ ଚର୍ଚ୍ଚା ୨୦୨୩ ର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ

Posted On: 09 JAN 2023 3:54PM by PIB Bhubaneshwar

କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ ଏବଂ ଡକ୍ଟର ସୁଭାଷ ସରକାରଙ୍କ ସହିତ ଆଜି ପରୀକ୍ଷା ପେ ଚର୍ଚ୍ଚା (ପିପିସି) ୨୦୨୩ ର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି ।

ଶ୍ରୀ ସଞ୍ଜୟ କୁମାର, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗର ସଚିବ; ଡିଓଏସ୍‌ଇଏଲ୍‌, ଶ୍ରୀ ଅପୂର୍ବ ଚନ୍ଦ୍ରା, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଏବଂ ଶିକ୍ଷା ମନ୍ତ୍ରଣାଳୟ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ପ୍ରେସ ଇନ୍‌ଫରମେସନ ବ୍ୟୁରୋ, ଏନ୍‌ସିଇଆରଟି, ସିବିଏସ୍‌ଇ, ଏନଭିଏସ୍‌, କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ ଏବଂ ମାଇଁ ଗଭ୍‌ର ବରିଷ୍ଠ ଅଧିକାରୀ ମାନେ ବୈଠକରେ ଯୋଗ ଦେଇଥିଲେ ।

ମନ୍ତ୍ରୀ ଏହି ବୈଠକ ସମୟରେ ପିପିସି ୨୦୨୩ ମାଧ୍ୟମରେ ଛାତ୍ର, ଅଭିଭାବକ ଏବଂ ଶିକ୍ଷକ ମାନଙ୍କ ସହ ଯୋଗାଯୋଗକୁ ଆହୁରି ଗଭୀର ତଥା ବ୍ୟାପକ କରିବାକୁ ଆହ୍ୱାନ ଦେଇଛନ୍ତି ।

ଶ୍ରୀ ପ୍ରଧାନ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପିପିସି ୨୦୨୩ ପରୀକ୍ଷା ଋତୁ ପୂର୍ବରୁ ଛାତ୍ର ସମୁଦାୟକୁ ଶକ୍ତି ଏବଂ ପ୍ରେରଣା ଯୋଗାଇଥାଏ ।

*****

SSP/BS



(Release ID: 1889795) Visitor Counter : 146