ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ
azadi ka amrit mahotsav

ଖେଲୋ ଇଣ୍ଡିଆ ଡାସବୋର୍ଡର ଶୁଭାରମ୍ଭ କଲେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର


ଡାସ୍ ବୋର୍ଡ ଲୋକମାନଙ୍କୁ ଖେଲୋ ଇଣ୍ଡିଆ ସ୍କିମ୍ ବିଷୟରେ ସମସ୍ତ ସୂଚନା ପ୍ରଦାନ କରିବ

ପୋଷ୍ଟ କରାଯିବା ଦିନାଙ୍କ: 23 DEC 2022 5:46PM by PIB Bhubaneswar

ମୁଖ୍ୟାଂଶ

- ଏହି ଡାସବୋର୍ଡ଼ରେ ପ୍ଲେଗ୍ରାଉଣ୍ଡ ସହିତ ଜିଓଟ୍ୟାଗିଂର ସୂଚନା ଉପଲବ୍ଧ ରହିଛି।

- କ୍ରୀଡା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିଶିଥ ପ୍ରାମାଣିକ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ

 

କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ଆଜି ନୂଆଦିଲ୍ଲୀ ଠାରେ ଖେଲୋ ଇଣ୍ଡିଆର ନୂତନ ଡାସବୋର୍ଡର ଶୁଭାରମ୍ଭ କରିଛନ୍ତିଏହି ଡାସବୋର୍ଡ଼ରେ ଖେଲୋ ଇଣ୍ଡିଆ ଯୋଜନା ଏବଂ ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ସହ ଜଡିତ ସମସ୍ତ ପରିସଂଖ୍ୟାନ ଓ ତଥ୍ୟ ରହିଛି ଏହି ଅବସରରେ ଯୁବ ବ୍ୟାପାର ଏବଂ କ୍ରୀଡ଼ା ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ନିଶିଥ ପ୍ରାମାଣିକ ଏବଂ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ତଥା ସାଇ ର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ

ଖେଲୋ ଇଣ୍ଡିଆ ଡ୍ୟାସବୋର୍ଡ ରିୟଲ-ଟାଇମରେ ଅପଡେଟ୍ ହେବ ଏବଂ ଏକ ସ୍ବତନ୍ତ୍ର  ୱାନ-ଷ୍ଟପ୍ ପ୍ଲାଟଫର୍ମ ହେବାକୁ ଲକ୍ଷ୍ୟ ରଖିଛି ଯାହା ମାଧ୍ୟମରେ ଦେଶର ପ୍ରତ୍ୟେକ ନାଗରିକ ଖେଲୋ ଇଣ୍ଡିଆ ସ୍କିମର ବିଭିନ୍ନ ସୁବିଧା ସମ୍ବନ୍ଧୀୟ ସମସ୍ତ ସୂଚନା ପାଇପାରିବେ

ଡ୍ୟାସବୋର୍ଡ ବିଷୟରେ ଶ୍ରୀ ଅନୁରାଗ ସିଂ ଠାକୁର ସୂଚନା ପ୍ରଦାନ କରି କହିଛନ୍ତି, “ଯଦି ଆପଣ ଭାରତ ସରକାର କରୁଥିବା କାର୍ଯ୍ୟକୁ ଦେଖନ୍ତି, ତେବେ ଆପଣ ଦେଖିବେ ଯେ ସୁବିଧା ଏବଂ ସ୍ୱଚ୍ଛତାକୁ ସର୍ବଦା ପ୍ରାଥମିକତା ଦିଆଯାଇଛିବ୍ୟବସାୟ କରିବା ସହଜ ହେଉଛି, ଜୀବନ ଯାପନର ସୁଗମତା ସହିତ ବିଭିନ୍ନ ପ୍ରକ୍ରିୟାର ଅନୁପାଳନ ମଧ୍ୟ ସରଳ ହୋଇଛି। ଏହି  ଚିନ୍ତାଧାରାକୁ ଦୃଷ୍ଟିରେ ରଖି ଖେଲୋ ଇଣ୍ଡିଆ ଡ୍ୟାସବୋର୍ଡର ଶୁଭାରମ୍ଭ କରାଯାଇଛି ଏହି ସ୍ବତନ୍ତ୍ର ପ୍ଲାଟଫର୍ମ, ପ୍ରତ୍ୟେକ ବ୍ୟକ୍ତିଙ୍କୁ ସାହାଯ୍ୟ କରିବ, ଜଣେ ସାଧାରଣ ମଣିଷ ହୁଅନ୍ତୁ କିମ୍ବା ଆଥଲେଟ୍, ଖେଲୋ ଇଣ୍ଡିଆ ସ୍କିମ୍ ସମ୍ବନ୍ଧରେ ଆବଶ୍ୟକ କରୁଥିବା ସମସ୍ତ ସୂଚନା ପାଇପାରିବେ ଏବଂ କୌଣସି ସୂଚନା ପାଇବା ପାଇଁ ସେମାନଙ୍କୁ ଏକାଧିକ ସ୍ଥାନ ପରିଦର୍ଶନ କରିବାକୁ ପଡିବ ନାହିଁ ଏହି ଡ୍ୟାସବୋର୍ଡରେ ଜିଓଟ୍ୟାଗିଂ ସହିତ ଖେଳ ପଡିଆ ବିଷୟରେ ସୂଚନା ଉପଲବ୍ଧ ରହିଛି।

କେନ୍ଦ୍ର ମନ୍ତ୍ରୀଙ୍କ ବିବୃତ୍ତି ସହିତ ଶ୍ରୀ ପ୍ରାମାନିକ୍ କହିଛନ୍ତି ଯେ ଏହି ପ୍ଲାଟଫର୍ମ କେବଳ ଖେଲୋ ଇଣ୍ଡିଆ ଯୋଜନା ସମ୍ବନ୍ଧରେ ସୂଚନା ପାଇବାରେ ସାହାଯ୍ୟ କରିବ ନାହିଁ ବରଂ କ୍ରୀଡା ଭିତ୍ତିଭୂମି, ଫିଟ୍ ଇଣ୍ଡିଆ ଏବଂ ପ୍ଲେ ଫିଲ୍ଡ ବିକାଶର ଅଗ୍ରଗତି ସମ୍ବନ୍ଧରେ ସୂଚନା ପାଇବାରେ ମଧ୍ୟ ସାହାଯ୍ୟ କରିବ।

ଏହି ସ୍ବତନ୍ତ୍ର ପ୍ଲାଟଫର୍ମରେ ଖେଲୋ ଇଣ୍ଡିଆ ସେଣ୍ଟର୍ସ (କେଆଇସି), ଖେଲୋ ଇଣ୍ଡିଆ ଏକାଡେମୀଜ୍, ସାଇ ଟ୍ରେନିଂ ସେଣ୍ଟର୍ସ ଏବଂ ନ୍ୟାସନାଲ ସେଣ୍ଟର ଅଫ୍ ଏକ୍ସଲେନ୍ସ (ଏନସିଓଇ) ସମ୍ବନ୍ଧରେ ଏକ ଡାଟାବେସ୍ ରହିଛି ଯାହା ପରବର୍ତ୍ତୀ ସମୟରେ ଆଥଲେଟ ମାନଙ୍କୁ ନିକଟତମ କେନ୍ଦ୍ର ଖୋଜିବାରେ ସାହାଯ୍ୟ କରିବ ଯେଉଁଠାରେ ବିଭିନ୍ନ ବିଭାଗରେ କ୍ରୀଡା ତାଲିମ ଉପଲବ୍ଧ ରହିଛି। ଏକ ନିର୍ଦ୍ଦିଷ୍ଟ କ୍ରୀଡା ଅନୁସରଣ କରୁଥିବା କୌଣସି ଆଥଲେଟ୍ ସମଗ୍ର ଭାରତରେ ନିଜ ପସନ୍ଦର କେନ୍ଦ୍ର ଖୋଜିବାରେ ସାହାଯ୍ୟ କରିବାକୁ ଏହି କେନ୍ଦ୍ରଗୁଡ଼ିକ ଭାରତର ମାନଚିତ୍ରରେ ଜିଓଟ୍ୟାଗ୍ କରାଯାଇଛି।

ଖେଲୋ ଇଣ୍ଡିଆ ଡାସବୋର୍ଡ଼କୁ ଏହି ଲିଙ୍କରେ ଦେଖା ଯାଇପାରିବ https://dashboard.kheloindia.gov.in/khelo_india_dashboard/

 

BS


(ରିଲିଜ ଆଡି: 1886156) ପରିଦର୍ଶକ କାଉଣ୍ଟର : 231
ଏହି ରିଲିଜ ପଢନ୍ତୁ : Kannada , English , Urdu , Marathi , हिन्दी , Assamese