ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ

କାନାଡାର ମଣ୍ଟ୍ରିଲଠାରେ ଜାତିସଂଘ ଜୈବ ବିବିଧତା ସମ୍ମିଳନୀ କପ୍ ୧୫ରେ ଭୂପେନ୍ଦ୍ର ଯାଦବଙ୍କ ଉଦ୍‌ବୋଧନ


ବୈଶ୍ୱିକ ଜୈବ ବିବିଧତା ଢାଞ୍ଚାରେ ଧାର୍ଯ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉଚ୍ଚାଭିଳାଷୀ, ମାତ୍ର ବାସ୍ତବ ଓ ବ୍ୟାବହାରିକ ହେବା ଆବଶ୍ୟକ: ଶ୍ରୀ ଯାଦବ

Posted On: 18 DEC 2022 10:01AM by PIB Bhubaneshwar

କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବ ଜାତିସଂଘ ଜୈବ ବିବିଧତା ସମ୍ମିଳନୀର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ତାଙ୍କ ଅଭିଭାଷଣ ରଖିଛନ୍ତି । ଏହି ଅଧିବେଶନ କପ୍‌-୧୫ କାନାଡାର ମଣ୍ଟ୍ରିଲଠାରେ ଆୟୋଜିତ ହୋଇଛି । 

ମାନନୀୟ ଅଧ୍ୟକ୍ଷ, ମହାମହିମଗଣ ଭଦ୍ରବକ୍ତି ଓ ଉଦ୍ର ମହିଳାଗଣ ମୁଁ ସମସ୍ତ ସଦସ୍ୟଙ୍କ ବହୁ ମୂଲ୍ୟ ଅବଦାନକୁ ସ୍ୱୀକାର କରୁଛି ଓ ଆଶା କରୁଛି ଯେ ୨୦୨୦ ପରବର୍ତ୍ତୀ ବୈଶ୍ୱିକ ଜୈବ ବିବିଧତା ଢାଞ୍ଚା ନେଇ ଚଳିତ ସମ୍ମିଳନୀରେ ସହମତି ପ୍ରକାଶ ପାଇବ । ପରିବେଶ ଅବକ୍ଷୟ ରୋକିବା ସହ ବୈଶ୍ୱିକ ଜୈବ ବିବିଧତା କ୍ଷତିକୁ ସୁଧାରିବା ହେଉଛି ସାମାଜିକ ଓ ଆର୍ଥିକ ବିକାଶ, ମାନବ କଲ୍ୟାଣ ଓ ନିରନ୍ତର ବୈଶ୍ୱିକ ସୁରକ୍ଷା ପାଇଁ ନିତ୍ୟାନ୍ତ ଆବଶ୍ୟକ । ବୈଶ୍ୱିକ ଜୈବ ବିବିଧତା ଢାଂଚାରେ ଧାର୍ଯ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉଚ୍ଚ ଅଭିଳାଷ ସମ୍ପନ୍ନ ହେବା ଉଚିତ । ଏହା ମଧ୍ୟ ବାସ୍ତବ ଓ ବ୍ୟାବହାରିକ ହେବା ଦରକାର । ଜୈବ ବିବିଧତା ସଂରକ୍ଷଣ ମଧ୍ୟ ସାଧାରଣ ଅଥଚ ପାର୍ଥକ୍ୟ ଯୁକ୍ତ ଦାୟିତ୍ୱ ଆଧାରିତ ହେବା ଦରକାର । କାରଣ ଜଳବାୟୁ ପରିବର୍ତ୍ତନ ପ୍ରକ୍ରିୟା ଜୈବ ବିବିଧତାକୁ ପ୍ରଭାବିତ କରିଥାଏ । 

ମହାମହିମ ଗଣ,

ବିକାଶମୁଖୀ ରାଷ୍ଟ୍ରଗୁଡିକରେ କୃଷି ହେଉଛି ଗ୍ରାମାଞ୍ଚଳ ଜନସାଧାରଣ ନିମନ୍ତେ ପ୍ରମୁଖ ଆର୍ଥିକ ମେରୁଦଣ୍ଡ ଓ ଏଥିପାଇଁ ଏ କ୍ଷେତ୍ରକୁ ଦିଆଯାଉଥିବା ବିଭିନ୍ନ ସହାୟତାକୁ ଅଣଦେଖା କରିହେବ ନାହିଁ । ବିକାଶମୁଖୀ ଦେଶଗୁଡିକ ନିମନ୍ତେ ଖାଦ୍ୟ ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ କୀଟନାଶକ ହ୍ରାସ କରି ସାଂକ୍ଷିକ ଲକ୍ଷ୍ୟ ଧାର୍ଯ୍ୟ କରିବା ଅନାବଶ୍ୟକ । ଏହା ସମ୍ପୃକ୍ତ ଦେଶ ନିଷ୍ପତ୍ତି ନେବାକୁ ଛାଡିଦେବାକୁ ପଡିବ ସେମାନେ ପରିିସ୍ଥିତି ଅଗ୍ରାଧିକାର ଓ ସାମର୍ଥ୍ୟକୁ ଭିତ୍ତିକରି ସେମାନଙ୍କ ଲକ୍ଷ୍ୟଧାର୍ଯ୍ୟ କରିବେ । ଜେବୌ ବିବିଧତାର ସଂରକ୍ଷଣ ପରିବେଶ ସଂରକ୍ଷଣ ସହିତ ଏହାକୁ ସମାଗ୍ରିକ ଓ ସମନ୍ୱିତ ଢଙ୍ଗରେ କରାଯିବା ଦରକାର । ସେ ଦୃଷ୍ଟିରୁ ପ୍ରକୃତିଭିତ୍ତିକ ସମାଧାନ ପରିବର୍ତ୍ତେ ଜୈବ ବିବିଧତାର ସୁରକ୍ଷା ନିମନ୍ତେ ପରିବଶେ ସଂରକ୍ଷଣ ଉପରେ ଗୁରୁତ୍ୱଆରୋପ କରିବା ଆବଶ୍ୟକ । 

ମହାମହିମଗଣ 

ଏହି ଢାଂଚାର ସଫଳ କାର୍ଯ୍ୟକାରିତା ଆମର ସମ ପରିମାଣର ଉଚ୍ଚାଭିଳାଷୀ ସମ୍ବଳ ବିନିଯୋଗ ପଦ୍ଧତି ଉପରେ ନିର୍ଭର କରେ । ସେ ଦୃଷ୍ଟିରୁ ବିକାଶମୁଖୀ ଦେଶଗୁଡିକ ନିମନ୍ତେ ଆର୍ଥିକ ସମ୍ବଳ ଯୋଗାଣର ଏକ ନୂତନ ଓ ଉତ୍ସର୍ଗୀକୃତ ବ୍ୟବସ୍ଥା ବିକଶିତ ହେବା ଆବଶ୍ୟକ । ଭାରତ ସମସ୍ତ ଅଂଶୀଦାରଙ୍କ ସହ କାନ୍ଧକୁ କାନ୍ଧ ମିଳାଇ ଚାଲିବା ନିମନ୍ତେ ସମ୍ପୂର୍ଣ୍ଣ ଅଙ୍ଗୀକାରବଦ୍ଧ । ଏହା ହେଲେ ଯାଇ କପ୍‌-୧୫ ବୈଶ୍ୱିକ ଜୈବ ବିବିଧତା ଢାଞ୍ଚାର ଅଭିଳଷିତ ଲକ୍ଷ୍ୟ ହାସଲ ହୋଇପାରିବ ।

ଆପଣମାନଙ୍କୁ ଧନ୍ୟବାଦ ।

 

*****

SM/SLP



(Release ID: 1884611) Visitor Counter : 186