ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ

କେନ୍ଦ୍ରୀୟ ପୁଲରେ ପର୍ଯ୍ୟାପ୍ତ ଖାଦ୍ୟ ଶସ୍ୟ ମହଜୁଦ ଅଛି: କେନ୍ଦ୍ର


୧୩୮ ଏଲଏମଟି ସୁରକ୍ଷିତ ଭଣ୍ଡାରଣ ଆବଶ୍ୟକତା ଠାରୁ ବହୁ ଅଧିକ ଗହମ ଉପଲବ୍ଧ ଅଛି, ୦୧.୦୧.୨୦୨୩ରେ ଏହା ୧୫୯ ଏଲଏମଟିରେ ପହଞ୍ଚିବ

୧୨.୧୨.୨୦୨୨ ସୁଦ୍ଧା କେନ୍ଦ୍ରୀୟ ପୁଲରେ ୧୮୨ ଏଲଏମଟି ଗହମ ଉପଲବ୍ଧ ଅଛି

Posted On: 15 DEC 2022 10:38AM by PIB Bhubaneshwar

ଜାତୀୟ ଖାଦ୍ୟ ସୁରକ୍ଷା ନିୟମ ଓ ଏହାର ଅନ୍ୟ କଲ୍ୟାଣମୂଳକ ଯୋଜନା ସହ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅନ୍ତର୍ଗତ ଅତିରିକ୍ତ ଆବଣ୍ଟନ ଆବଶ୍ୟକତା ପୂରଣ ପାଇଁ ଭାରତ ସରକାରଙ୍କ କେନ୍ଦ୍ରୀୟ ପୁଲରେ ପର୍ଯ୍ୟାପ୍ତ ଖାଦ୍ୟ ଶସ୍ୟ ମହଜୁଦ ଅଛି । ଜାନୁୟାରୀ ୧, ୨୦୨୩ ସୁଦ୍ଧା ପ୍ରାୟ ୧୫୯ ଲକ୍ଷ ମେଟ୍ରିକ ଟନ (ଏଲଏମଟି) ଗହମ ଉପଲବ୍ଧ ହେବ । ନିୟମାନୁଯାୟୀ ଜାନୁୟାରୀ ୧ ସୁଦ୍ଧା ୧୩୮ ଏଲଏମଟି ସୁରକ୍ଷିତ ଭଣ୍ଡାରଣ ଆବଶ୍ୟକତା ଥିବାବେଳେ ଏହା ବେଶ ଅଧିକ ରହିଛି । ଡିସେମ୍ବର ୧୨, ୨୦୨୨ ସୁଦ୍ଧା ପ୍ରାୟ ୧୮୨ ଏଲଏମଟି ଗହମ କେନ୍ଦ୍ରୀୟ ପୁଲରେ ଉପଲବ୍ଧ ଅଛି ।  

ଭାରତ ସରକାର ଗହମ ମୂଲ୍ୟ ସ୍ଥିତି ସମ୍ପର୍କରେ ଅବଗତ ଅଛନ୍ତି ଓ ଗହମ ସହ ଅନ୍ୟ ସାମଗ୍ରୀଗୁଡିକର ମୂଲ୍ୟ ସମ୍ପର୍କରେ ନିୟମିତ ଭାବେ ସପ୍ତାହୱାରି ନୀରିକ୍ଷଣ କରାଯାଉଛି । ଆବଶ୍ୟକ ସ୍ଥଳେ ଉପଯୁକ୍ତ ପଦକ୍ଷେପ ନିଆଯାଉଛି । ଭାରତ ସରକାର ଅତ୍ୟଧିକ ଦର ବୃଦ୍ଧି ରୋକିବା ପାଇଁ ସକ୍ରିୟତା ପ୍ରଦର୍ଶନ କରିବା ସହ ମେ ୧୩, ୨୦୨୨ ଠାରୁ ରପ୍ତାନୀ ନିୟମ ଲାଗୁ କରିଛନ୍ତି । ଏଥିସହିତ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଚାଉଳକୁ ଗୁରୁତ୍ୱ ପ୍ରଦାନ କରି ସମୀକ୍ଷା କରାଯାଇଛି, ଯାହାଦ୍ୱାରା କେନ୍ଦ୍ରୀୟ ପୁଲରେ ଗହମ ଭଣ୍ଡାରଣ ପର୍ଯ୍ୟାପ୍ତ ହେବା ସହିତ କଲ୍ୟାଣମୂଳକ ଯୋଜନାଗୁଡିକର ଆବଶ୍ୟକତା ପୂରଣ ହୋଇପାରିବ ।

ଭାରତ ସରକାର ଚଳିତ ବର୍ଷ ଗହମର ଏମଏସପି ୨୧୨୫ ଟଙ୍କା/ ପ୍ରତି କ୍ୱିଣ୍ଚାଲକୁ ବୃଦ୍ଧି କରିଛନ୍ତି । ଆରଏମଏସ ୨୦୨୨-୨୩ ପାଇଁ ଗତ ବର୍ଷ ଗହମର ଏମଏସପି ୨୦୧୫ ଟଙ୍କା/ ପ୍ରତି କ୍ୱିଣ୍ଟାଲ ଥିଲା । ତେଣୁ ଏମଏସପିରେ ୧୧୦ ଟଙ୍କା/ପ୍ରତି କ୍ୱିଣ୍ଟାଲ ବୃଦ୍ଧି ସହ ଅପେକ୍ଷାକୃତ ଭଲ ପାଣିପାଗ ଯୋଗୁଁ ଆଗାମୀ ଋତୁରେ ଗହମ ଉତ୍ପାଦନ ଓ ସଂଗ୍ରହ ସ୍ୱାଭାବିକ ରହିବ ବୋଲି ଆଶା କରାଯାଉଛି । ଆଗାମୀ ଋତୁରେ ଗହମ ସଂଗ୍ରହ ଏପ୍ରିଲ ୨୦୨୩ରୁ ଆରମ୍ଭ ହେବ ଓ ପ୍ରାରମ୍ଭିକ ଆକଳନ ଅନୁଯାୟୀ ଗତବର୍ଷ ତୁଳନାରେ ବେଶ ଅଧିକ ଗହମ ବୁଣାଯାଇଛି ।

ଭାରତ ସରକାର, କେନ୍ଦ୍ରୀୟ ପୁଲରେ ଖାଦ୍ୟ ଶସ୍ୟ ଉପଲବ୍ଧତା ପର୍ଯ୍ୟାପ୍ତ ରଖିବା ସୁନିଶ୍ଚିତ କରିଛନ୍ତି । ଯାହାଦ୍ୱାରା ଦେଶରେ କଲ୍ୟାଣମୂଳକ ଯୋଜନାର ଆବଶ୍ୟକତା ପୂରଣ ହୋଇପାରିବ ଓ ଦର ନିୟନ୍ତ୍ରିତ ରହିବ ।

ଗତବର୍ଷ କମ ଉତ୍ପାଦନ ଓ ଭୂ-ରାଜନୈତିକ ସ୍ଥିତି ଯୋଗୁଁ ଚାଷୀମାନେ ଖୋଲା ବଜାରରେ ଏମଏସପି ଠାରୁ ଅଧିକ ଦରରେ ନିଜ ଗହମ ବିକ୍ରି କରିବା ଯୋଗୁଁ ଗହମ ସଂଗ୍ରହ କମିଥିଲା । ତଥାପି ଆଗାମୀ ଗହମ ଫସଲ ଅମଳ ହେବା ଯାଏଁ ଦେଶର ଆବଶ୍ୟକତା ପୂରଣ କରିବା ପାଇଁ କେନ୍ଦ୍ରୀୟ ପୁଲରେ ପର୍ଯ୍ୟାପ୍ତ ଗହମ ମହଜୁଦ ରହିବ ।

SR



(Release ID: 1883888) Visitor Counter : 131