ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ
ଜି -୨୦ ବିକାଶ କାର୍ଯ୍ୟ ଗୋଷ୍ଠୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ମନ୍ତ୍ରୀ ଶ୍ରୀ ରାଜୀବ ଚନ୍ଦ୍ରଶେଖର
ବିକାଶ ପାଇଁ ଡାଟାର ଗୁରୁତ୍ୱ ଉପରେ ଆଲୋକପାତ କଲେ କେନ୍ଦ୍ରମନ୍ତ୍ରୀ
ଭାରତୀୟ ଖୁବ୍ ଶୀଘ୍ର ଡାଟା ଗଭର୍ନାନ୍ସ ଫ୍ରେମୱାର୍କ ନୀତି ଅନୁଯାୟୀ ଅଧିକ ପରିମାଣରେ ଅଜ୍ଞାତ ଡାଟାସେଟ ଗୁଡିକୁ ଏକତ୍ର କରିବା ଆରମ୍ଭ କରିବେ, ଯାହା ସଂଗୃହୀତ ତଥା ସୁସଂଗତ ହୋଇଥିବ : ଶ୍ରୀ ରାଜୀବ ଚନ୍ଦ୍ରଶେଖର
ବିଶ୍ୱାସ ଏବଂ ସୁରକ୍ଷାର ମିଳିତ ପ୍ରିଜିମ୍ ମାଧ୍ୟମରେ ଆମେ ଡିଜିଟାଲ୍ ଅର୍ଥ ବ୍ୟବସ୍ଥାକୁ ଦେଖିବା ଆବଶ୍ୟକ
Posted On:
13 DEC 2022 5:32PM by PIB Bhubaneshwar
ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ଏବଂ ଦକ୍ଷତା ବିକାଶ ତଥା ଉଦ୍ୟମିତା ରାଷ୍ଟ୍ର ମନ୍ତ୍ରୀ, ଶ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି ଯେ ଜାତୀୟ ତଥ୍ୟ ପରିଚାଳନା ଫ୍ରେମୱାର୍କ ନୀତି ଅନୁଯାୟୀ ଭାରତ ସରକାର ଖୁବ୍ ଶୀଘ୍ର ଏକ ସମାନ ତଥା ସୁସଂଗତ ଅଜ୍ଞାତ ଡାଟା ସେଟ୍ ଏକତ୍ର କରିବା ଆରମ୍ଭ କରିବେ ।
ଶ୍ରୀ ରାଜୀବ ଚନ୍ଦ୍ରଶେଖର ଜି – ୨୦ ବିକାଶ କାର୍ଯ୍ୟ ଗୋଷ୍ଠୀକୁ ଆଭାଷୀ ମାଧ୍ୟମରେ ସମ୍ବୋଧିତ କରିଛନ୍ତି
ଆଜି ଏକ ଭିଡିଓ କନଫରେନ୍ସ ଜରିଆରେ ମୁମ୍ବାଇରେ ଅନୁଷ୍ଠିତ ଜି -୨୦ ଶିଖର ସମ୍ମିଳନୀ ଅଧୀନରେ ବିକାଶ କାର୍ଯ୍ୟ ସମ୍ପର୍କିତ କାର୍ଯ୍ୟ ଗୋଷ୍ଠୀ ସମ୍ମିଳନୀକୁ ମନ୍ତ୍ରୀ ସମ୍ବୋଧିତ କରିଥିଲେ । 'ବିକାଶ ପାଇଁ ଡାଟା' ବିଷୟ ଉପରେ ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା । ଭାରତ ଜି -୨୦ ର ଅଧ୍ୟକ୍ଷତା ସମ୍ଭାଳିବା ପରେ ଜି -୨୦ ବିକାଶ କାର୍ଯ୍ୟ ଗୋଷ୍ଠୀର ଏହା ହେଉଛି ପ୍ରଥମ ଆଧିକାରିକ ପାର୍ଶ୍ୱ ବୈଠକ ।
ସେ କହିଛନ୍ତି ଯେ, ଭାରତ ନିକଟରେ ଏକ ଜୀବନ୍ତ ଷ୍ଟାର୍ଟ ଅପ୍ ପାରିବେଶିକ ବ୍ୟବସ୍ଥା ଏବଂ ଏକ ଦୃଢ଼ ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ ପାରିବେଶିକ ବ୍ୟବସ୍ଥା ରହିଛି । ତେଣୁ ଆମେ ଆଶା କରୁଛୁ ଯେ କମ୍ପାନୀ ଗୁଡିକ ସେମାନଙ୍କର ଏଆଇ ମଡେଲ୍ ଗୁଡିକୁ ତାଲିମ ଦେବା ପାଇଁ ଏହି ବୃହତ ଡାଟାବେସ୍କୁ ଦ୍ରୁତ ଗତିରେ ବ୍ୟବହାର କରିବେ । ସେ କହିଛନ୍ତି ଯେ , ନବସୃଜନକୁ ପ୍ରୋତ୍ସାହିତ କରିବା ଏବଂ ଅଧିକ ପ୍ରଭାବଶାଳୀ ନୀତି ଏବଂ ବ୍ୟାବହାରିକ ସମାଧାନ ସୃଷ୍ଟି କରିବାକୁ ଆମେ ଲକ୍ଷ୍ୟ ରଖିଛୁ ।
ଶ୍ରୀ ରାଜୀବ ଚନ୍ଦ୍ରଶେଖର ଅନୁକୂଳ ବିକାଶ ପାଇଁ ଡିଜିଟାଲ୍ ଡାଟା ଏବଂ ଡାଟା ସଂଚାଳିତ ହସ୍ତକ୍ଷେପ ଗୁଡିକର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଡାଟାର ଅପବ୍ୟବହାର ବିରୁଦ୍ଧରେ ଅତ୍ୟାବଶ୍ୟକ ସୁରକ୍ଷା ବ୍ୟବସ୍ଥା ଏବଂ ଏହି ଉଦ୍ଦେଶ୍ୟରେ ଏକ ରୂପରେଖ ପ୍ରସ୍ତୁତ କରିବାର ଆବଶ୍ୟକତା ଉପରେ ଆଲୋକପାତ କରି ମନ୍ତ୍ରୀ ଆହୁରି କହିଛନ୍ତି ଯେ, “ବିଶ୍ୱାସ ଏବଂ ସୁରକ୍ଷାର ମିଳିତ ପ୍ରିଜିମ୍ ମାଧ୍ୟମରେ ଆମକୁ ଡିଜିଟାଲ୍ ଅର୍ଥନୀତିକୁ ଦେଖିବା ଆବଶ୍ୟକ । ଟେକ୍ନୋଲୋଜି, ଡିଜିଟାଲ୍ ଇଂଟରନେଟ୍ ଏବଂ ବାସ୍ତବ ରୂପରେ ଜନସାଧାରଣଙ୍କ ମଙ୍ଗଳ ଏବଂ ସ୍ଥାୟୀ ବିକାଶକୁ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ତଥ୍ୟ ନିମନ୍ତେ ଏକ ନୂତନ ଅନ୍ତର୍ଜାତୀୟ ଢାଂଚା ପ୍ରସ୍ତୁତ କରିବା ପାଇଁ ଆମେ ମିଳିତ ଭାବରେ କାର୍ଯ୍ୟ କରିବା ଆବଶ୍ୟକ । ସେ ଆହୁରି ମଧ୍ୟ କହିଛନ୍ତି ଯେ , ଅଭିନବ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଡାଟାସେଟର ବ୍ୟବହାର ଏକ ସୁଦୂରପ୍ରସାରୀ ପ୍ରଭାବ ପକାଇବ ଏବଂ ଏହା ଦ୍ୱାରା ତୃଣମୂଳ ସ୍ତରରେ ବିକାଶ କାର୍ଯ୍ୟକୁ ବହୁତ ଲାଭ ମିଳିବ ଏବଂ ଡିଜିଟାଲୀକରଣ ବ୍ୟାପକ ହେବ ।
ସେ କହିଛନ୍ତି ଯେ , ଦୀର୍ଘକାଳୀନ ବିକାଶ ପାଇଁ ବିକଶିତ ତଥା ବିକାଶଶୀଳ ରାଷ୍ଟ୍ର ଗୁଡିକ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ । ଏହା ଗୁରୁତ୍ୱପୂର୍ଣ୍ଣ ଯେ , ଆମେ ଗୋଟିଏ ପଟେ ଡାଟା ସାର୍ବଭୌମତ୍ୱ ଏବଂ ସୁରକ୍ଷା, ଏବଂ ଡାଟା କମନ୍ସ ଧାରଣା ମଧ୍ୟରେ ସଠିକ୍ ସନ୍ତୁଳନ ପାଇପାରୁ ଯାହା ବୈଶ୍ୱିକ ସମୁଦାୟକୁ ଲାଭାନ୍ୱିତ କରି ପାରିବ ।
***
SSP
(Release ID: 1883227)
Visitor Counter : 276