ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav g20-india-2023

ଭାରତ ସହ ମୁକ୍ତ ବାଣିଜ୍ୟ ରାଜିନାମାକୁ ଅଷ୍ଟ୍ରେଲିଆ ସଂସଦର ଅନୁମୋଦନ


ଇସିଟିଏକୁ ଆମ ବ୍ୟବସାୟୀ ଗୋଷ୍ଠୀ ସ୍ୱାଗତ କରିବେ: ପ୍ରଧାନମନ୍ତ୍ରୀ

Posted On: 22 NOV 2022 7:05PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଅଷ୍ଟ୍ରେଲିଆ ସଂସଦରେ ଭାରତ ସହ ମୁକ୍ତ ବାଣିଜ୍ୟ ରାଜିନାମା ଅନୁମୋଦିତ ହୋଇଥିବାରୁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଅର୍ଥନୈତିକ ସହଯୋଗ ଓ ବାଣିଜ୍ୟ ରାଜିନାମା (ଇସିଟିଏ)କୁ ମଧ୍ୟ ଆମ ବ୍ୟବସାୟୀ ଗୋଷ୍ଠୀ ସ୍ୱାଗତ କରିବେ ଓ ଭାରତ- ଅଷ୍ଟ୍ରେଲିଆ ବ୍ୟାପକ ରଣନୈତିକ ଭାଗିଦାରୀକୁ ଆହୁରି ମଜବୁତ କରିବ ବୋଲି ଶ୍ରୀ ମୋଦୀ କହିଛନ୍ତି ।

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜଙ୍କ ଟ୍ୱିଟର ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଧନ୍ୟବାଦ ପ୍ରଧାନମନ୍ତ୍ରୀ @AlboMP! ଲାଗୁ ହୋଇଥିବା ଭାରତ- ଅଷ୍ଟ୍ରେଲିଆ ଇସିଟିଏକୁ ଆମ ବ୍ୟବସାୟୀ ଗୋଷ୍ଠୀ ବେଶ ସ୍ୱାଗତ କରିବେ ଓ ଏହା ଭାରତ- ଅଷ୍ଟ୍ରେଲିଆ ବ୍ୟାପକ ରଣନୈତିକ ଭାଗିଦାରୀକୁ ଆହୁରି ମଜବୁତ କରିବ ।”   

 

SR



(Release ID: 1878397) Visitor Counter : 134