ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
ମିଥ୍ୟା ବନାମ ସତ୍ୟ
ରାଜନୈତିକ ଚାପ କାରଣରୁ କୋଭାକ୍ସିନକୁ ନିୟାମକ ମଞ୍ଜୁରି ଦିଆଯିବା ନେଇ ଗଣମାଧ୍ୟମ ରିପୋର୍ଟରେ କରାଯାଇଥିବା ଦାବି ସମ୍ପୂର୍ଣ୍ଣ ମିଥ୍ୟା ଓ ଭ୍ରମାତ୍ମକ
ଜରୁରିକାଳୀନ ଉପଯୋଗ ପାଇଁ କୋଭିଡ୍ – 19 ଟୀକାକୁ ଗ୍ରହଣ କରିବା ସମ୍ବନ୍ଧରେ ବୈଜ୍ଞାନିକ ତଥ୍ୟ ତଥା ନିର୍ଦ୍ଧାରିତ ନିୟମର ପାଳନ କରାଯାଇଛି
Posted On:
17 NOV 2022 11:14AM by PIB Bhubaneshwar
ଗଣମାଧ୍ୟମରେ କିଛି ଏପରି ଖବର ପ୍ରକାଶ ପାଇଛି, ଯେଉଁଥିରେ ଦାବି କରାଯାଉଛି ଯେ ସ୍ବଦେଶୀ କୋଭିଡ୍ -19 ଟୀକା – କୋଭାକ୍ସିନର ନିର୍ମାତା ଭାରତ ବାୟୋଟେକ୍ ରାଜନୈତିକ ଚାପ କାରଣରୁ ‘‘କିଛି ନିର୍ଦ୍ଦିଷ୍ଟ ପ୍ରକ୍ରିୟାର ପାଳନ କରିନାହିଁ’’ ଏବଂ ଏହାର କ୍ଳିନିକାଲ୍ ପରୀକ୍ଷଣ ‘ତରବରିଆ’ ଭାବରେ କରିଛି। ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ଟୀକା ପାଇଁ ତିନିଟି ସୋପାନରେ କ୍ଳିନିକାଲ୍ ପରୀକ୍ଷଣ କରାଯାଇଛି, ସେଥିରେ ଅନେକ ଅନିୟମିତତା କରାଯାଇଛି। ମିଡିଆର ଏହି ରିପୋର୍ଟ ସମ୍ପୂର୍ଣ୍ଣ ଭାବରେ ଭ୍ରମାତ୍ମକ, ମିଛ ଓ ତ୍ରୁଟିପୂର୍ଣ୍ଣ ସୂଚନା ଉପରେ ଆଧାରିତ ।
ଏହା ସ୍ପଷ୍ଟ କରିଦିଆଯାଉଛି ଯେ କେନ୍ଦ୍ର ସରକାର ଓ ରାଷ୍ଟ୍ରୀୟ ନିୟାମକ, କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଙ୍ଗଠନ (ସିଡିଏସସିଓ) ଜରୁରିକାଳୀନ ଉପଯୋଗ ପାଇଁ କୋଭିଡ୍ -19 ର ଭାକ୍ସିନକୁ ଅଧିକୃତ କରିବା ସମ୍ବନ୍ଧରେ ବୈଜ୍ଞାନିକ ତଥ୍ୟ ତଥା ନିର୍ଦ୍ଧାରିତ ନିୟମର ପାଳନ କରିଛି।
ସିଡିଏସସିଓର ବିଷୟ ବିଶେଷଜ୍ଞ କମିଟି (ଏସଇସି) ବୈଠକ 1 ଓ 2 ଜାନୁୟାରୀ, 2021 ରେ ଡକା ଯାଇଥିଲା। ବୈଠକରେ ଆବଶ୍ୟକ ଆଲୋଚନା ପରେ ମେସର୍ସ ଭାରତ ବାୟୋଟେକର କୋଭିଡ୍ – 19 ପ୍ରତିଷେଧକ ଟୀକାକୁ ନିୟନ୍ତ୍ରିତ ଜରୁରିକାଳୀନ ଅନୁମତି ପାଇଁ ପ୍ରସ୍ତାବ ବିଷୟରେ ସୁପାରିସ କରାଯାଇଥିଲା। ଜାନୁଆରୀ 2021 ରେ କୋଭାକ୍ସିନର ନିୟନ୍ତ୍ରିତ ଜରୁରିକାଳୀନ ଉପଯୋଗର ଅନୁମତି ପୂର୍ବରୁ, ବିଷୟ ବିଶେଷଜ୍ଞ କମିଟି ଟୀକା ସମ୍ବନ୍ଧିତ ସୁରକ୍ଷା ତଥା ଏହାର ପ୍ରତିରକ୍ଷା କ୍ଷମତା ବିଷୟରେ ପରିସଂଖ୍ୟାନର ବିଶ୍ଳେଷଣ କରିଥିଲା। ଏହାପରେ ଜନହିତରେ ଏହା ନିଷ୍ପତ୍ତି ନିଆଯାଇଛି ଯେ ନିୟନ୍ତ୍ରିତ ଜରୁରିକାଳୀନ ବ୍ୟବହାର ପାଇଁ ଟୀକାକୁ ଅନୁମତି ପ୍ରଦାନ କରାଯାଉ। ଏହାର କ୍ଲିନିକାଲ୍ ପରୀକ୍ଷଣରେ ପର୍ଯ୍ୟାପ୍ତ ସତର୍କତା ଅବଲମ୍ବନ କରାଯାଇଛି। ଏହାପରେ, ଏହାକୁ ଅନୁମତି ଦିଆଯାଇଛି, ଯଦ୍ଦ୍ବାରା ଟିକାକରଣର ଅନ୍ୟ ବିକଳ୍ପ ମଧ୍ୟ ଉପଲବ୍ଧ ହୋଇପାରିବ, ବିଶେଷ କରି ମ୍ୟୁଟାଣ୍ଟ ଷ୍ଟ୍ରେନ୍ ଦ୍ବାରା ସଂକ୍ରମଣ ବିଷୟର ପ୍ରତିହତ କରିବା ପାଇଁ।
କୋଭାକ୍ସିନର ପ୍ରସ୍ତାବିତ ମାତ୍ରାର ତୃତୀୟ ସୋପାନର କ୍ଲିନିକାଲ୍ ପରୀକ୍ଷଣ ଆରମ୍ଭ କରିବା ପାଇଁ ଏନଇସି ଅନୁମତି ପ୍ରଦାନ କରିଥିଲା, ଯାହା ମେସର୍ସ ଭାରତ ବାୟୋଟେକ୍ ଦ୍ବାରା ପ୍ରସ୍ତୁତ ବୈଜ୍ଞାନିକ ପରିସଂଖ୍ୟାନ ଉପରେ ଆଧାରିତ ଥିଲା। ଏଥିରେ ସ୍ଥାପିତ କାର୍ଯ୍ୟ ବ୍ୟବହାରରେ ମଧ୍ୟ ଧ୍ୟାନ ପ୍ରଦାନ କରାଯାଇଥିଲା। ଏହା ବ୍ୟତୀତ, ଗଣାମାଧ୍ୟମ ରିପୋର୍ଟରେ ମଧ୍ୟ ଏହା ଦାବି କରାଯାଇଛି ଯେ କୋଭାକ୍ସିନର କ୍ଲିନିକାଲ୍ ପରୀକ୍ଷଣରେ ‘ଅବୈଜ୍ଞାନିକ ପରିବର୍ତ୍ତନ’ କରାଯାଇଛି, ଯେତେବେଳେ କି ଏହି ତଥାକଥିତ ‘ଅବୈଜ୍ଞାନିକ ପରିବର୍ତ୍ତନ’ ସିଡିଏସସିଓରେ ଟୀକା ଉପସ୍ଥାପିତ କରିବା, ସିଡିଏସସିଓରେ ସମ୍ପୂର୍ଣ୍ଣ ପ୍ରକ୍ରିୟାର ପାଳନ କରିବା ତଥା ଡିଜିସିଆଇର ଅନୁମତି ପରେ ମେସର୍ସ ଭାରତ ବାୟୋଟେକ୍ ଦ୍ବାରା କରାଯାଇଛି।
ଏହାବ୍ୟତୀତ, ପରେ ଯେତେବେଳେ ମେସର୍ସ ଭାରତ ବାୟୋଟେକ୍ ପକ୍ଷରୁ ସୂଚନା ଉପସ୍ଥାପନ କରାଗଲା ଏବଂ ସିଡିଏସସିଓର ଏମଇସି ଅନ୍ତର୍ଗତ କାର୍ଯ୍ୟକାରିତାର ସୁରକ୍ଷା ପରିସଂଖ୍ୟାନର ମୂଲ୍ୟାଙ୍କନ କରାଗଲା, ସେତେବେଳେ 11 ମାର୍ଚ୍ଚ 2021ରେ କୋଭିଡ୍ – 19 ଭାକ୍ସିନ କୁ ‘‘କ୍ଲିନିକାଲ୍ ପରୀକ୍ଷଣ’’ ଭାବରେ ଲାଗୁ କରାଯାଇଥିବା ସର୍ତ୍ତକୁ ଫେରସ୍ତ କରି ନିଆଯାଇଛି।
ଅନେକ ସର୍ତ୍ତ ଏବଂ ପ୍ରତିବନ୍ଧକ ସହିତ ନିୟନ୍ତ୍ରିତ ଜରୁରିକାଳୀନ ପରିସ୍ଥିତିରେ କୋଭାକ୍ସିନ ସହିତ କୋଭିଡ୍ – 19 ର ଭାକ୍ସିନ ବ୍ୟବହାର କରିବାର ଅନୁମତି ସିଡିଏସସିଓର ବିଷୟ ବିଷେଜ୍ଞ ସମିତିର ସୁପାରିଶ୍ କ୍ରମେ ହିଁ ଜାତୀୟ ନିୟାମକ ପ୍ରଦାନ କରିଥିଲେ। ବିଷୟ ବିଶେଷଜ୍ଞ ସମିତିରେ ପଲମୋନୋଲୋଜି, ଇମ୍ୟୁନୋଲୋଜି, ମାଇକ୍ରୋବାୟୋଲୋଜି, ଫାର୍ମାକୋଲୋଜି, ପେଡିଆଟ୍ରିକ୍ସ, ଇଣ୍ଟରନାଲ୍ ମେଡିସିନ୍ ଇତ୍ୟାଦି ଆଦି କ୍ଷେତ୍ରର ବିଶେଷଜ୍ଞ ମାନଙ୍କୁ ରଖାଯାଇଛି।
BS/PS
(Release ID: 1876767)
Visitor Counter : 170