ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ପିଆଇବି ଗବେଷଣା ବିଭାଗର କାର୍ଯ୍ୟ ସମୀକ୍ଷା କଲେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ; କ୍ଷମତା ବିକାଶ କର୍ମଶାଳାକୁ କଲେ ଉଦଘାଟନ


ଜନସାଧାରଣଙ୍କ ନିକଟତର ହେବା ଲାଗି ହିନ୍ଦୀ ଓ ଇଂରାଜୀ ଭାଷାରେ ବିଷୟବସ୍ତୁ ପ୍ରସ୍ତୁତ କରିବା ଉପରେ ଗୁରୁତ୍ବାରୋପ

Posted On: 28 OCT 2022 6:28PM by PIB Bhubaneshwar

ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ଗବେଷଣା ବିଭାଗକୁ ଏକ ବର୍ଷ ପୂରଣ ହୋଇଛି । ଏହି ଉପଲକ୍ଷେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଶ୍ରୀ ଅପୂର୍ବ ଚନ୍ଦ୍ର ଏବଂ ପିଆଇବିର ପ୍ରମୁଖ ମହାନିର୍ଦ୍ଦେଶକ ଶ୍ରୀ ସତ୍ୟେନ୍ଦ୍ର ପ୍ରକାଶ ବିଭାଗର କାର୍ଯ୍ୟଧାରା ସମୀକ୍ଷା କରିଛନ୍ତି । ଭାରତ ସରକାରଙ୍କ ବିଭିନ୍ନ ନିଷ୍ପତ୍ତି ଓ ନୀତିର ଏକ ସମ୍ପୂର୍ଣ୍ଣ ସ୍ବରୂପ ପ୍ରଦାନ କରିବା ଲାଗି ସୂଚନାତ୍ମକ ମୂଲ୍ୟ ଆଧାରିତ ଗବେଷଣା ତଥ୍ୟ ଯୋଗାଇ ଦେବା ମାଧ୍ୟମରେ ସରକାରୀ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଗବେଷଣା ବିଭାଗ ପ୍ରତିଷ୍ଠା କରାଯାଇଥିଲା ।

https://static.pib.gov.in/WriteReadData/userfiles/image/image001ADXN.png

ପିଆଇବି ଏବଂ ଅନ୍ୟ ସରକାରୀ ଚାନେଲ ମାଧ୍ୟମରେ ଗଣମାଧ୍ୟମ ଓ ସାଧାରଣ ଲୋକଙ୍କୁ ପ୍ରଦାନ କରାଯାଉଥିବା ସୂଚନାକୁ ସୁଦୃଢ଼ କରିବା ଲାଗି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ଏହି ଗବେଷଣା ବିଭାଗ ତଥ୍ୟ-ଆଧାରିତ, ଗବେଷଣାତ୍ମକ ବିଷୟବସ୍ତୁ ପ୍ରଦାନ କରିଥାଏ। ଅକ୍ଟୋବର ୨୦୨୧ରେ ଏହି ଗବେଷଣା ବିଭାଗ ପ୍ରତିଷ୍ଠା କରାଯାଇଥିଲା ।

ଏହି ଅବସରରେ ସଚିବ ଶ୍ରୀ ଚନ୍ଦ୍ର ଦିନିକିଆ କ୍ଷମତା ନିର୍ମାଣ କର୍ମଶାଳାକୁ ଉଦଘାଟନ କରିଥିଲେ । ଗବେଷଣା ବିଭାଗ ଓ ଏହାର ସଦସ୍ୟମାନଙ୍କ ଦ୍ବାରା ଏହି ଗବେଷଣା ବିଭାଗ ଆୟୋଜନ କରାଯାଇଛି । ଏହି ଅବସରରେ ସଚିବ କହିଥିଲେ ଯେ, ଜନସାଧାରଣଙ୍କ ଅଧିକ ନିକଟତର ହେବା ଲାଗି ହିନ୍ଦୀ ଏବଂ ଆଞ୍ଚଳିକ ଭାଷାରେ ବିଷୟବସ୍ତୁ ବା କଣ୍ଟେଣ୍ଟ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି । ଏହାଦ୍ବାରା ସରକାରଙ୍କ କାର୍ଯ୍ୟକ୍ରମ ଓ ନୀତି ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି କରାଯାଇ ପାରିବ । ବିଭିନ୍ନ ପ୍ରକଳ୍ପରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ସେ ଗବେଷଣା ବିଭାଗର କର୍ମକର୍ତ୍ତାମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ନିକଟ ଭବିଷ୍ୟତରେ ଏହାକୁ ଆହୁରି ସୁଦୃଢ଼ କରିବା ପାଇଁ ପରାମର୍ଶ ଦେଇଥିଲେ । କର୍ମଶାଳାର ଉଦଘାଟନୀ ଅଧିବେଶନରେ ସୂଚନା ଓ ପ୍ରସାରଣ ବିଭାଗର ଯୁଗ୍ମ ସଚିବ ଶ୍ରୀ ବିକ୍ରମ ସହାୟଙ୍କ ସମେତ ଭାରତୀୟ ସୂଚନା ସେବାର ଅନ୍ୟ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ ।

ସଚିବ ଶ୍ରୀ ଚନ୍ଦ୍ର କହିଥିଲେ ଯେ, ଗବେଷଣା ବିଭାଗ ଗଠନ କରାଯିବା, ବିଗତ ବର୍ଷଗୁଡ଼ିକରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସବୁଠୁ ଗୁରୁତ୍ବପୂର୍ଣ୍ଣ ପ୍ରୟାସ ଏବଂ ଏହା ସରକାରୀ ଯୋଗାଯୋଗ ଓ ସୂଚନା ପ୍ରସାର କ୍ଷେତ୍ରରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛି ।

https://static.pib.gov.in/WriteReadData/userfiles/image/image002M7KH.png

ଏହି ଅବସରରେ, ଶ୍ରୀ ସତ୍ୟେନ୍ଦ୍ର ପ୍ରକାଶ କହିଥିଲେ ଯେ ଗଣମାଧ୍ୟମ ଏବଂ ବ୍ୟାପକ ଭାବେ ସାଧାରଣ ଜନତାଙ୍କୁ ପ୍ରଦାନ କରାଯାଉଥିବା ସରକାରୀ ସୂଚନାକୁ ଏକ ସମ୍ପୂର୍ଣ୍ଣ ଦୃଷ୍ଟିକୋଣ ପ୍ରଦାନ କରିବା ଲାଗି ଗବେଷଣାର ଆବଶ୍ୟକତା ରହିଛି । ଗବେଷଣା ବିଭାଗର ଭୂମିକା ଓ ଏହି ବିଭାଗ ଠାରୁ ରହିଥିବା ପ୍ରତ୍ୟାଶା ସମ୍ପର୍କରେ ଆଲୋକପାତ କରି ଶ୍ରୀ ପ୍ରକାଶ କହିଥିଲେ ଯେ, ପିଆଇବିର ବିଭିନ୍ନ ମଞ୍ଚ ବିଷୟବସ୍ତୁ ବା କଣ୍ଟେଣ୍ଟ ଦୃଷ୍ଟିରୁ ସମୃଦ୍ଧ, ସଠିକ, ଆକର୍ଷଣୀୟ ଏବଂ ପାଠକଙ୍କ ପାଇଁ ପଠନ ଉପଯୋଗୀ ହେବା ଉଚିତ୍‌ । ସରକାରୀ ଯୋଗାଯୋଗ ଅଧିକାରୀମାନେ ସେମାନଙ୍କ ଉତ୍ପାଦର ଅନ୍ତିମ ଉପଭୋକ୍ତାଙ୍କୁ ଅଣଦେଖା କରିବା ଉଚିତ୍‌ ନୁହେଁ ।

ଗବେଷଣା ବିଭାଗର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଆଶୀଷ ଗୋୟଲ ଏହି ବିଭାଗର କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ଏହି ବିଭାଗର ଆରମ୍ଭ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସେ ସୂଚନା ଦେଇଥିଲେ । ବିଗତ ଦିନରେ କରାଯାଇଥିବା ବିଭିନ୍ନ ପ୍ରକାରର କାର୍ଯ୍ୟ ଏବଂ ଭବିଷ୍ୟତର ଯୋଜନା ସମ୍ପର୍କରେ ସେ ସୂଚନା ଦେଇଥିଲେ ।

https://static.pib.gov.in/WriteReadData/userfiles/image/image003YK6J.jpg

କର୍ମଶାଳାର ଦୁଇଟି ଅପରାହ୍ଣ ଅଧିବେଶନରେ ଗବେଷଣା ବିଭାଗ ଟିମର କ୍ଷମତା ନିର୍ମାଣ ଉପରେ ଧ୍ୟାନ ଦିଆଯାଇଥିଲା। ବିଭାଗର କର୍ମକର୍ତ୍ତାମାନଙ୍କୁ ସେହିସବୁ ନୂଆ ଉପକରଣ ଏବଂ ବିଷୟବସ୍ତୁ ସମ୍ପର୍କରେ ଅବଗତ କରାଯାଇଥିଲା ଯାହାଦ୍ବାରା ସେମାନେ ନିଜର ବିଷୟବସ୍ତୁରେ ଅଧିକ ମୂଲ୍ୟ ଯୋଗ କରିପାରିବେ । ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମସି)ର ପ୍ରାଧ୍ୟାପିକା ଡକ୍ଟର ଅନୁଭୂତି ଯାଦବ ‘ଭିଜୁଆଲ କମ୍ୟୁନିକେସନ: ଟୁଲ୍ସ ଏଣ୍ଡ ସ୍କିଲ୍ସ’ ଅଧିବେଶନକୁ ସମ୍ବୋଧିତ କରିଥିଲେ । ସେହିପରି ଆଇଆଇଏମସିର ପ୍ରଫେସର ଡକ୍ଟର ଶାଶ୍ବତୀ ଗୋସ୍ବାମୀ, ଗବେଷଣା ଅଧିକାରୀ ଅଧିକାରିଣୀ ଅନନ୍ୟା ରାୟ ପ୍ରମୁଖ ଯୋଗାଯୋଗ ଗବେଷଣାର ବିଭିନ୍ନ ଦିଗ ଉପରେ ମାର୍ଗଦର୍ଶନ କରିଥିଲେ ।

ଗବେଷଣା ବିଭାଗ ଦ୍ବାରା ଏକ୍ସପ୍ଲେନର୍ସ, ଫ୍ୟାକ୍ଟସିଟ, ଏଫଏକ୍ୟୁ, ଫିଚର୍ସ ଓ ଅମୃତ ଯାତ୍ରା ସିରିଜ ଦେଖିବା ଲାଗି ଦୟାକରି ଏଠାରେ କ୍ଲିକ୍‌ କରନ୍ତୁ ।

https://static.pib.gov.in/WriteReadData/userfiles/image/image004RR7X.png https://static.pib.gov.in/WriteReadData/userfiles/image/image005HLTJ.png https://static.pib.gov.in/WriteReadData/userfiles/image/image0069697.png

********

P.S.

 

 



(Release ID: 1871718) Visitor Counter : 114