ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଉତ୍ତରାଖଣ୍ଡର କେଦାରନାଥ ଧାମରେ ପ୍ରଧାନମନ୍ତ୍ରୀଙ୍କ ଦର୍ଶନ ଓ ପୂଜାର୍ଚ୍ଚନା

Posted On: 21 OCT 2022 12:17PM by PIB Bhubaneshwar

ଗର୍ଭଗୃହରେ ରୁଦ୍ରାଭିଷେକ ସମ୍ପନ୍ନ କଲେ ପ୍ରଧାନମନ୍ତ୍ରୀ

ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ସମାଧି ପରିଦର୍ଶନ

ମନ୍ଦାକିନୀ ଓ ସରସ୍ୱତୀ ଅଷ୍ଟପଥ କାର୍ଯ୍ୟ ପ୍ରଗତିର କଲେ ସମୀକ୍ଷା

କେଦାରନାଥ ଧାମ ପ୍ରକଳ୍ପର ଶ୍ରମଜୀବୀଙ୍କ ସହ କଥାବାର୍ତ୍ତା

ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୧-୧୦-୨୦୨୨) କେଦାରନାଥ ଗସ୍ତ କରି ଶ୍ରୀ କେଦାରନାଥ ମନ୍ଦିରରେ ପୂଜା ଓ ଦର୍ଶନ କରିଛନ୍ତି । ପାରମ୍ପରିକ ପାହାଡୀ ପୋଷାକରେ ପ୍ରଧାନମନ୍ତ୍ରୀ ଗର୍ଭଗୃହ ଅଭ୍ୟନ୍ତରରେ ରୁଦ୍ରାଭିଷେକ କରିବା ସହ ନନ୍ଦୀ ମୂର୍ତ୍ତି ନିକଟରେ ପ୍ରାର୍ଥନା କରିଛନ୍ତି ।

 ପ୍ରଧାନମନ୍ତ୍ରୀ ଆଦି ଗୁରୁ ଶଙ୍କରାଚାର୍ଯ୍ୟ ସମାଧିସ୍ଥଳ ପରିଦର୍ଶନ କରିବା ସହ ମନ୍ଦାକିନୀ ଓ ସରସ୍ୱତୀ ଅଷ୍ଟପଥ କାର୍ଯ୍ୟ ପ୍ରଗତିର ସମୀକ୍ଷା କରିଛନ୍ତି । 

ପ୍ରଧାନମନ୍ତ୍ରୀ ମଧ୍ୟ ଶ୍ରୀ କେଦାରନାଥ ଧାମ ପ୍ରକଳ୍ପ କାର୍ଯ୍ୟରେ ନିୟୋଜିତ ଶ୍ରମଜୀବୀ ମାନଙ୍କ ସହ କଥାବାର୍ତ୍ତା କରିଥିଲେ । 

ପ୍ରଧାନମନ୍ତ୍ରୀଙ୍କ ସହ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଶ୍ରୀ ପୁଷ୍କର ସିଂ ଧାମୀ ଓ ରାଜ୍ୟପାଳ ଅବସରପ୍ରାପ୍ତ ଜେନେରାଲ ଗୁରମିତ ସିଂ ଉପସ୍ଥିତ ଥିଲେ ।

 କେଦାର ନାଥ ହିନ୍ଦୁମାନଙ୍କର ସବୁଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ପୂଜାସ୍ଥଳୀ । ଏହା ମଧ୍ୟ ଶିଖ୍‌ମାନଙ୍କ ତୀର୍ଥସ୍ଥଳୀ ହେମକୁଣ୍ଡ ସାହିବ ପାଇଁ ପ୍ରସିଦ୍ଧ । ଏହି ଦୁଇ ସ୍ଥାନ ମଧ୍ୟରେ ସଂଯୋଗ ପ୍ରକଳ୍ପ ଧାର୍ମିକସ୍ଥଳୀର ମୌଳିକ ଭିତ୍ତିଭୂମି ବିକାଶ ନେଇ ପ୍ରଧାନମନ୍ତ୍ରୀଙ୍କ ଅଙ୍ଗୀକାରବଦ୍ଧତାର ପ୍ରମାଣ ଦେଇଥାଏ ।



 

*****

SM/SLP



(Release ID: 1870117) Visitor Counter : 186