ରେଳ ମନ୍ତ୍ରଣାଳୟ

କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଦେଶର ପ୍ରଥମ ଆଲୁମିନିୟମ ଫ୍ରେଟ ରେକ୍‌-61 BOBRANALHSM-1ଭୁବନେଶ୍ୱର ରେଳଷ୍ଟେସନରେ ଉଦ୍‌ଘାଟିତ


ଏହି ଆଲୁମିନିୟମ ଫ୍ରେଟ ରେକ୍ ଭାରତୀୟ ରେଳବାଇ, ବେସ୍‌କୋ ଲିମିଟେଡର ୱାଗନ ଡିଭିଜନ ଓ ହିଣ୍ଡାଲକୋ ର ମିଳିତ ଉଦ୍ୟମରେ ଦେଶୀ କାରିଗରୀ କୌଶଳରେ ନିର୍ମିତ

ଆଲୁମିନିୟମ ରେକ୍ ପାରମ୍ପରିକ ରେକଠାରୁ ବିଭିନ୍ନ ଦୃଷ୍ଟିରୁ ସୁବିଧାଜନକ

Posted On: 16 OCT 2022 3:57PM by PIB Bhubaneshwar

କେନ୍ଦ୍ର ରେଳବାଇ, ଯୋଗାଯୋଗ, ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଭୁବନେଶ୍ୱର ରେଳଷ୍ଟେସନରେ ଦେଶର ପ୍ରଥମ ଆଲୁମିନିୟମ ଫ୍ରେଟ ରେକ୍‌-61 BOBRANALHSM-1କୁ ଉଦ୍‌ଘାଟନ କରିଛନ୍ତି । ଏହି ଆଲୁମିନିୟମ ନିର୍ମିତ ରେକ୍‌ଗୁଡିକୁ ବିଳାସପୁର ପଠାଯାଇଛି ।

 ଭାରତୀୟ ରେଳବାଇର ଆର୍‌ଡିଏସ୍‌ଓ, ହିଣ୍ଡାଲକୋ ଏବଂ ବେସ୍‌କୋ ୱାଗନର ମିଳିତ ସହଯୋଗରେ ସ୍ୱତନ୍ତ୍ର ଦେଶୀ କାରିଗରୀ କୌଶଳରେ ଏହି ୱାଗନ ନିର୍ମିତ ହୋଇଛି । ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମର ଏହା ଏକ ସଫଳ ଉଦାହରଣ ।

 ଆଲୁମିନିୟମ ରେକ୍‌ର ବିଶେଷତ୍ୱ 

ଏହାର ନିର୍ମାଣରେ ୱେଲଡିଂ ନାହିଁ; ସମଗ୍ର ରେକ୍ ସମ୍ପୂର୍ଣ୍ଣ ଭାବେ ଲକ୍ ବୋଲ୍‌ଟେଡ୍ । 

ଏହି ୱାଗନର ଓଜନ(ଟେର୍‌) ପାରମ୍ପରିକ ଷ୍ଟିଲ ରେକଠାରୁ ୩. ୨୫ ଟନ୍ କମ୍ । ଷ୍ଟିଲ ରେକ୍ ତୁଳନାରେ ଏହା ୧୮୦ ଟନ୍ ଅଧିକ ମାଲ ନେବାକୁ ସକ୍ଷମ । ଏହା ଫଳରେ ୱାଗନଗୁଡିକରେ ମାଲ ପରିବହନ କ୍ଷମତା ବଢିବ ।

ଉଚ୍ଚତର ମାଲବୋଝେଇ ଅନୁପାତ ୱାଗନ ଓଜନର ୨. ୮୫ । 

ୱାଗନର ଓଜନ କମ୍ ରହିଲେ ଇଞ୍ଜିନ ଉପରେ କମ୍ ଚାପ ପଡିବ ଏବଂ ଇନ୍ଧନ ଖର୍ଚ୍ଚ କମ୍ ହେବ । କମ୍ ଇନ୍ଧନ ବ୍ୟବହାର ଦ୍ୱାରା ଅଙ୍ଗାରକାମ୍ଳ ନିର୍ଗମନ କମିବ । ଗୋଟିଏ ଆଲୁମିନିୟମ ରେକ୍ ଏହାର ଜୀବନକାଳ ମଧ୍ୟରେ ୧୪, ୫୦୦ ଟନ୍ ଅଙ୍ଗାରକାମ୍ଳ ନିର୍ଗମନକୁ ରୋକିପାରିବ ।

ରେକ୍‌ର ପୁନଃ ବିକ୍ରିମୂଲ୍ୟ୍ୟ ୮୦% । ୱାଗନ ବ୍ୟବହାର ଅନୁପଯୁକ୍ତ ହେଲେ ଏଥିରେ ଲାଗିଥିବା ଆଲୁମିନିୟମକୁ ପୁନର୍ବାର ବ୍ୟବହାର କରିହେବ । 

ଏହି ୱାଗନ ସମ୍ପୂର୍ଣ୍ଣଭାବେ ଆଲୁମିନିୟମ ତିଆରି ହୋଇଥିବାରୁ ପାରମ୍ପରିକ ୱାଗନଠାରୁ ଏହାର ମୂଲ୍ୟ ୩୫% ଅଧିକ ।

ଏହାର ରକ୍ଷଣାବେକ୍ଷଣ ଖର୍ଚ୍ଚ କମ୍‌; କାରଣ ଏଥିରେ ଲୁହା ବ୍ୟବହୃତ ହୋଇ ନ ଥିବାରୁ କଳଙ୍କି ଲାଗିବାର ସମ୍ଭାବନା ନାହିଁ ।

ଇସ୍ପାତ ଶିଳ୍ପମାନେ ଅଧିକ ନିକେଲ ଓ କାଡମିୟମ୍ ବ୍ୟବହାର କରନ୍ତି । ଏସବୁ ଆମଦାନୀ ହୋଇଥାଏ । ଆଲୁମିନିୟମ ୱାଗନ ନିର୍ମାଣରେ ସ୍ୱଦେଶୀ ଆଲୁମିନିୟମ ବ୍ୟବହାର ଦ୍ୱାରା ନିକେଲ ଓ କାଡମିୟମ ଆମଦାନୀ କମିବ । ଏହା ଦ୍ୱାରା ସ୍ଥାନୀୟ ଆଲୁମିନିୟମ ଉଦ୍ୟୋଗଗୁଡିକ ଲାଭବାନ ହେବେ ।

 

****

TKM / SLP



(Release ID: 1868349) Visitor Counter : 182