ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀ ଠାରେ ଅକ୍ଟୋବର ୧୭ ତାରିଖରେ ଦୁଇ ଦିବସୀୟ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ସମ୍ମିଳନୀ - ୨୦୨୨ର ଉଦ୍‌ଘାଟନ କରିବେ

Posted On: 15 OCT 2022 8:49PM by PIB Bhubaneshwar

ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୭ ଅକ୍ଟୋବର ୨୦୨୨ର ପୂର୍ବାହ୍ନ ୧୧.୪୫ ଟା ସମୟରେ ନୂଆଦିଲ୍ଲୀର ପୁସା ଠାରେ ଅବସ୍ଥିତ ମେଳା ଗ୍ରାଉଣ୍ଡ, ଆଇଏଆର୍‌ଆଇରେ କିଷାନ ସମ୍ମାନ ସମ୍ମିଳନୀ ୨୦୨୨ ନାମରେ ଏକ ଦୁଇ ଦିନିଆ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବେ ।  ଏହି କାର୍ଯ୍ୟକ୍ରମ ଅବସରରେ ଶ୍ରୀ ମୋଦୀ ପିଏମ୍ - କିଷାନ ଛାମୁଆ ଯୋଜନା ଅଧୀନରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ମାଧ୍ୟମରେ ଦ୍ୱାଦଶ କିସ୍ତିରେ ୧୬,୦୦୦ କୋଟି ଟଙ୍କା ପ୍ରଦାନ କରିବେ । ପ୍ରଧାନମନ୍ତ୍ରୀ କୃଷି ଷ୍ଟାର୍ଟ ଅପ୍ କନ୍‌କ୍ଲେଭ୍ ଏବଂ ପ୍ରଦର୍ଶନୀର ମଧ୍ୟ ଉଦ୍‌ଘାଟନ କରିବେ । ସେ କେନ୍ଦ୍ର ରସାୟନ ଏବଂ ସାର ମନ୍ତ୍ରଣାଳୟର ୬୦୦ ପିଏମ୍ କିଷାନ ସମୃଦ୍ଧି କେନ୍ଦ୍ର (ପିଏମ୍ - କେଏସ୍‌କେ) ଗୁଡିକର ମଧ୍ୟ ଉଦ୍‌ଘାଟନ କରିବେ ଏବଂ ଭାରତ ୟୁରିଆ ବ୍ୟାଗ୍‌, ସାର କ୍ଷେତ୍ରରେ ସବୁଠାରୁ ବଡ ପଦକ୍ଷେପ - କୃଷକ ମାନଙ୍କ ନିମନ୍ତେ ଏକ ଦେଶ ଏକ ସାର' ଯୋଜନାର ଶୁଭାରମ୍ଭ କରିବେ ।

କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମାର ଆଜି ଏକ ପ୍ରେସ୍ ବିବୃତିରେ ସମ୍ବୋଧନ କରି ଏହା କହିଥିଲେ ଯେ, ତାଙ୍କ ମନ୍ତ୍ରଣାଳୟ ଏବଂ ରସାୟନ ଓ ସାର ମନ୍ତ୍ରଣାଳୟ ଦ୍ୱାରା ମିଳିତ ଭାବେ ଆୟୋଜିତ  "ପିଏମ୍ - କିଷାନ ସମ୍ମାନ ସମ୍ମିଳନୀ - ୨୦୨୨ମାଧ୍ୟମରେ ପ୍ରଧାନମନ୍ତ୍ରୀ କୃଷକ ମାନଙ୍କୁ ଏବଂ କୃଷି ଷ୍ଟାର୍ଟଅପ୍ ମାନଙ୍କୁ, ଗବେଷକ ମାନଙ୍କୁ, ନୀତି ନିର୍ମାତା ମାନଙ୍କୁ, ବ୍ୟାଙ୍କର ଏବଂ ଅନ୍ୟ ହିତାଧିକାରୀ ମାନଙ୍କୁ ସମ୍ବୋଧିତ କରିବେ । କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମାର କହିଥିଲେ ଯେ, ଏହି ଆୟୋଜନ ସାରା ଦେଶର ୧୩,୫୦୦ରୁ ଅଧିକ କୃଷକ ମାନଙ୍କୁ ଏବଂ ୧୫୦୦ କୃଷି ଷ୍ଟାର୍ଟ - ଅପ୍‌କୁ ଗୋଟିଏ ମଂଚକୁ ଆଣିବ । ଏହି କାର୍ଯ୍ୟକ୍ରମରେ ୧ କୋଟିରୁ ଅଧିକ କୃଷକ ଆଭାସୀ ରୂପରେ ଅଂଶ ଗ୍ରହଣ କରିବେ । ୭୦୦ କୃଷି ବିଜ୍ଞାନ କେନ୍ଦ୍ର, ୭୫ଟି ଆଇସିଏଆର୍ ସଂସ୍ଥା, ୭୫ ଟି ରାଜ୍ୟ କୃଷି ବିଶ୍ୱ ବିଦ୍ୟାଳୟ, ୬୦୦ ପିଏମ୍ କିଷାନ କେନ୍ଦ୍ର, ୫୦,୦୦୦ ପ୍ରାଥମିକ କୃଷି ସମବାୟ ସମିତି ଏବଂ ୨ ଲକ୍ଷ ସାମୁଦାୟିକ ସେବା କେନ୍ଦ୍ର (ସିଏମ୍‌ସି) ଭଳି ବିଭିନ୍ନ ସଂସ୍ଥା ମଧ୍ୟ ଏହି କାର୍ଯ୍ୟକ୍ରମରେ ଆଭାସୀ ରୂପରେ ଯୋଗ ଦେବେ । 

ଭାରତ ସରକାରଙ୍କ ମାନନୀୟ ରସାୟନ ଏବଂ ସାର ମନ୍ତ୍ରଣାଳୟ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଭଗୱନ୍ତ ଖୁବା, ମାନନୀୟ କୃଷି ଏବଂ କୃଷକ କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ କୈଳାଶ ଚୌଧରୀ ଏବଂ ସୁଶ୍ରୀ ଶୋଭା କାରନ୍ଦଲାଜେ ପ୍ରମୁଖ ଏହି ଉଦ୍‌ଘାଟନୀ ସମାରୋହରେ ଉପସ୍ଥିତ ହେବେ । ଏହି କାର୍ଯ୍ୟକ୍ରମ ଭାରତ ସରକାରଙ୍କ କୃଷି ଏବଂ କୃଷକ ମନ୍ତ୍ରଣାଳୟ ଏବଂ ରସାୟନ ଏବଂ ସାର ମନ୍ତ୍ରଣାଳୟ ଦ୍ୱାରା ମିଳିତ ଭାବେ ଆୟୋଜିତ କରା ଯାଉଛି । ଏହି କାର୍ଯ୍ୟକ୍ରମରେ ନିମ୍ନଲିଖିତ ସମାରୋହ ଅନ୍ତର୍ଭୁକ୍ତ ଅଟେ ।

ଦ୍ୱାଦଶ କିସ୍ତି ଅନୁସାରେ ପିଏମ୍‌-କିଷାନ୍ ଅଧୀନରେ ୧୬,୦୦୦ କୋଟି ଟଙ୍କା ହିତାଧିକାରୀ କୃଷକ ମାନଙ୍କୁ ପ୍ରଦାନ କରିବା

ପୁସା, ଆଇଏଆର୍‌ଆଇ, ନୂଆଦିଲ୍ଲୀ ଠାରେ ପିଏମ୍ କିଷାନ ସମ୍ମାନ ସମ୍ମିଳନୀ, ୨୦୨୨ର ପ୍ରଥମ ଦିନ (୧୭/୧୦/୨୦୨୨)ରେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ମାଧ୍ୟମରେ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟର ପିଏମ୍ - କିଷାନ ନାମରେ ଏକ ଛାମୁଆ ଯୋଜନା ଅଧୀନରେ କୃଷକ ମାନଙ୍କୁ ୧୬,୦୦୦ କୋଟି ଟଙ୍କାର ଦ୍ୱାଦଶ କିସ୍ତି ପ୍ରଦାନ କରିବେ ।  ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍ - କିଷାନ) ଭାରତ ସରକାରଙ୍କର ଏକ ପ୍ରମୁଖ ଯୋଜନା ଯାହା ଭାରତର ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ'ଙ୍କର ନିରନ୍ତର ପ୍ରତିବଦ୍ଧତାର ପରିଣାମ ଅଟେ, ଯାହାର ଉଦ୍ଦେଶ୍ୟ ସମାବେଶୀ ଏବଂ ଉତ୍ପାଦକ କୃଷି କ୍ଷେତ୍ର ନିମନ୍ତେ ନୀତିଗତ କାର୍ଯ୍ୟ ଗୁଡିକୁ ଆରମ୍ଭ କରିବା ଏବଂ ସାର୍ବଜନିନ କାର୍ଯ୍ୟକ୍ରମ ଗୁଡିକର କାର୍ଯ୍ୟନ୍ୱୟନ କରିବା । ଏହି ଯୋଜନା ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୨୪/୦୨/୨୦୧୯ ତାରିଖରେ ଆରମ୍ଭ କରା ଯାଇଥିଲା । ଏହି ଯୋଜନା ଅନୁସାରେ ହିତାଧିକାରୀ କୃଷକ ପରିବାର ମାନଙ୍କୁ ପ୍ରତ୍ୟେକ ଚାରି ମାସର ବ୍ୟବଧାନରେ ୨,୦୦୦ ଟଙ୍କାର ତିନିଟି ସମାନ କିସ୍ତିରେ ପ୍ରତି ବର୍ଷ ୬,୦୦୦ଟଙ୍କା ଲାଭ ପ୍ରଦାନ କରା ଯାଇଥାଏ । ଏହି ଯୋଜନାର ଲାଭ ଆଧୁନିକ ଡିଜିଟାଲ ଜ୍ଞାନ କୌଶଳକୁ ବ୍ୟବହାର କରି ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ମାଧ୍ୟମରେ ସିଧାସଳଖ ଉପଯୁକ୍ତ ହିତାଧିକାରୀ ମାନଙ୍କ ବ୍ୟାଙ୍କ ଖାତାକୁ ହସ୍ତାନ୍ତରିତ କରା ଯାଇଥାଏ । ଏବେ ପର୍ଯ୍ୟନ୍ତ ପିଏମ୍ - କିଷାନ ଅଧୀନରେ ଉପଯୁକ୍ତ କୃଷକ ପରିବାର ଗୁଡିକୁ ୧୧ଟି କିସ୍ତିରେ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥର ଲାଭ ମିଳି ପାରିଛି । ଏଥିରେ ୧.୬ ଲକ୍ଷ କୋଟି ଟଙ୍କା କୋଭିଡ୍ ମହାମାରୀ ସମୟରେ ହସ୍ତାନ୍ତରିତ କରା ଯାଇଛି । ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୧୭/୧୨/୨୦୨୨ ତାରିଖରେ ଦିଆ ଯିବାକୁ ଥିବା ଦ୍ୱାଦଶ କିସ୍ତି ଅର୍ଥ ପ୍ରଦାନ ସହିତ ହିତାଧିକାରୀ ମାନଙ୍କୁ ସମୁଦାୟ ୨.୧୬ ଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥ ହସ୍ତାନ୍ତରିତ କରାଯିବା ପ୍ରତ୍ୟାଶିତ ଅଟେ । 

ଏହି ପଥପ୍ରଦର୍ଶନକାରୀ ଯୋଜନାର ଶୁଭାରମ୍ଭ ପରେ, ଏହି ଯୋଜନା ଅନେକ ଅଭିଜ୍ଞତା ହାସଲ କରିଛି ଏବଂ ଯୋଗ୍ୟ କୃଷକ ମାନଙ୍କର ଖ।।ତାକୁ ବହୁତ ମାଇଲ ଖୁଂଟ ଅତିକ୍ରମ ପରେ ସିଧାସଳଖ ଧନର ସ୍ୱଚ୍ଛତାପୂର୍ଣ୍ଣ ଏବଂ ବିନା ପ୍ରତିବନ୍ଧକରେ ହସ୍ତାନ୍ତରଣ ନିମନ୍ତେ ପ୍ରଶଂସା ପ୍ରାପ୍ତ କରିଛି । ଏହି ଯୋଜନା କାରଣରୁ ଦେଶର କୃଷକ ମାନଙ୍କୁ ସହଜରେ କୋଭିଡ୍ ମହାମାରୀ ସମୟରେ ନିଜର ଦୈନନ୍ଦିନ ଖର୍ଚ୍ଚ ଗୁଡିକର ପରିଚାଳନା କରିବା ନିମନ୍ତେ ସହାୟତା ମିଳି ପାରିଛି ।

କୃଷି ଷ୍ଟାର୍ଟଅପ୍ କନ୍‌କ୍ଲେଭ୍ ଏବଂ ପ୍ରଦର୍ଶନୀ ଗୁଡିକର ଉଦ୍‌ଘାଟନ

ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୃଷି ଷ୍ଟାର୍ଟଅପ୍ କନକ୍ଲେଭ୍ ଏବଂ ପ୍ରଦର୍ଶନୀର ଉଦ୍‌ଘାଟନ କରିବେ । ପାଖାପାଖି ୩୦୦ ଷ୍ଟାର୍ଟ - ଅପ୍ ପ୍ରଥମ ଦିନ ସୁବ୍ୟବସ୍ଥିତ ଚାଷ, ଫସଲ ଅମଳ ହେବା ପରର ଏବଂ ମୂଲ୍ୟ ବୃଦ୍ଧି ସମସ୍ୟାର ସମାଧାନ, ସମ୍ବନ୍ଧିତ କୃଷି କ୍ଷେତ୍ର, ବର୍ଜ୍ୟରୁ ସମ୍ପଦ, କ୍ଷୁଦ୍ର କୃଷକ ମାନଙ୍କ ନିମନ୍ତେ ଯାନ୍ତ୍ରିକୀକରଣ, ଯୋଗାଣ ଶୃଙ୍ଖଳା ପରିଚାଳନା ଏବଂ କୃଷି ଯୋଗାଯୋଗ ପରିତନ୍ତ୍ର ସହିତ ସମ୍ବନ୍ଧିତ ନିଜର ସୃଜନଶୀଳତାକୁ ପ୍ରଦର୍ଶନ କରିବେ । ଏହି ସମ୍ମିଳନୀରେ ପ୍ରାୟ ୧୫୦୦ ଷ୍ଟାର୍ଟ - ଅପ୍ ଅଂଶ ଗ୍ରହଣ କରିବେ ।

ଏହି ମଂଚ ଷ୍ଟାର୍ଟଅପ୍ ଗୁଡିକୁ, କୃଷକ ମାନଙ୍କୁ, ଏଫ୍‌ପିଓ, କୃଷି - ବିଶେଷଜ୍ଞ ମାନଙ୍କୁ ଏବଂ କର୍ପୋରେଟ୍ସ ଇତ୍ୟାଦି ଭଲ ଆଲୋଚନା କରିବାର ସୁବିଧା ପ୍ରଦାନ କରିବ । ଦ୍ୱିତୀୟ ଦିନ, ଷ୍ଟାର୍ଟ - ଅପ, ନିଜର ଅଭିଜ୍ଞତା ଗୁଡିକ ବାଂଟିବେ ଏବଂ ବୈଷୟିକ ଜ୍ଞାନ କୌଶଳ ଅଧିବେଶନ ଗୁଡିକରେ ହିତଧାରକ ମାନଙ୍କ ସହିତ ଆଲୋଚନା କରିବେ । ଏସବୁ ବାଦ୍‌, ନୀତି ନିର୍ମାତା ୫ ଟ୍ରିଲିୟନ୍‌ର ଅର୍ଥ ବ୍ୟବସ୍ଥାରେ ଷ୍ଟାର୍ଟଅପ୍‌ର ଭୂମିକା ସହିତ ଷ୍ଟାର୍ଟ - ଅପ୍ ପାରିସ୍ଥିତିକ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ନିମନ୍ତେ ବର୍ତ୍ତମାନ କାର୍ଯ୍ୟକ୍ଷମ ଥିବା ସରକାରୀ ଯୋଜନା ଗୁଡିକୁ ବ୍ୟାଖ୍ୟା କରିବେ ।

ଦେଶରେ କୃଷି ଷ୍ଟାର୍ଟ - ଅପ୍‌କୁ ପ୍ରୋତ୍ସାହିତ କରିବା ନିମନ୍ତେ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ (ଏମ୍‌ଓ ଆଣ୍ଡ ଏଫ୍‌ଡବ୍ଲ୍ୟୁ) ଜାତୀୟ କୃଷି ବିକାଶ ଯୋଜନା - କୃଷି ଏବଂ ଏହି ସମ୍ବନ୍ଧିତ କ୍ଷେତ୍ରର କାୟାକଳ୍ପ ନିମନ୍ତେ ହିତକାରୀ ଦୃଷ୍ଟିକୋଣ (ଆର୍‌କେବିୱାଇ - ରଫ୍‌ତାର) ଆରମ୍ଭ କରିଛନ୍ତି । ଆଇଏଆର୍‌ଆଇ, ଏମ୍‌ଏଏନ୍‌ଏଜିଇ, ଏନ୍‌ଆଇଏଏମ୍‌, ଏଏୟୁ ଏବଂ ୟୁଏସ୍ ଧାରୱାଡ ଭଳି ପାଂଚ ଜ୍ଞାନ ସଙ୍ଗଠନ ଗୁଡିକ ଏବଂ ୨୪ ଆର୍‌ଏବିଆଇ ସହିତ ଭାଗିଦାରୀ କରା ଯାଇଛି । ପ୍ରାକ୍ - ବିହନ ଅବସ୍ଥାରେ ଥିବା ଷ୍ଟାର୍ଟ ଅପ୍ ନିମନ୍ତେ ୫ ଲକ୍ଷ ଏବଂ ବିହନ ଅବସ୍ଥାରେ ଥିବା ଷ୍ଟାର୍ଟ - ଅପ୍ ନିମନ୍ତେ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଦିଆ ଯାଇଥାଏ । ଏହା ବ୍ୟତୀତ, ଆର୍‌କେବିୱାଇ - ରଫ୍‌ତାର ଅଧୀନରେ ୨୫୦୦ରୁ ଅଧିକ କୃଷି - ଷ୍ଟାର୍ଟ ଅପ୍‌କୁ କୃଷି କ୍ଷେତ୍ରରେ ଛୋଟ କୃଷି କ୍ଷେତ୍ରର ଆକାର, ଖରାପ ଭିତ୍ତିଭୂମି ସଂରଚନା, କୃଷି ପ୍ରଯୁକ୍ତି ଗୁଡିକର ଏବଂ ସର୍ବୋତ୍ତମ କୃଷି ଜ୍ଞାନ କୌଶଳର କମ୍ ବ୍ୟବହାର, ସାର ଏବଂ ନିରନ୍ତର କୀଟନାଶକ ଗୁଡିକର ଅତ୍ୟଧିକ ବ୍ୟବହାର କାରଣରୁ ମାଟିର ଉର୍ବରତା କମ୍ ହେବା ଭଳି ସମସ୍ୟା ଗୁଡିକର ସମାଧାନ କରିବା ନିମନ୍ତେ ପ୍ରଶିକ୍ଷିତ କରା ଯାଇଛି ।

୬୦୦ ପିଏମ୍ - କିଷାନ କେନ୍ଦ୍ର (ପିଏମ୍ - କେଏମ୍‌କେ) ଗୁଡିକର ଶୁଭାରମ୍ଭ

ଭାରତ ସରକାରଙ୍କର ମାନନୀୟ ପ୍ରଧାନମନ୍ତ୍ରୀ ରସାୟନ ଏବଂ ସାର ମନ୍ତ୍ରଣାଳୟ ୬୦୦ ପିଏମ୍ କିଷାନ ସମୃଦ୍ଧି କେନ୍ଦ୍ର ଗୁଡିକର (ପିଏମ୍ - କେଏମ୍‌କେ) ଉଦ୍‌ଘାଟନ କରିବେ ।

ବର୍ତ୍ତମାନ ଦେଶରେ ଗ୍ରାମ, ଉପ - ଜିଲ୍ଲା / ଉପ - ମଣ୍ଡଳ / ତାଲୁକ ଏବଂ ଜିଲ୍ଲା ସ୍ତରରେ ପ୍ରାୟ ୨.୭ ଲକ୍ଷ ସାର ଖୁଚୁରା ଦୋକାନ ଗୁଡିକ ରହିଛି । ସେଗୁଡ଼ିକ କମ୍ପାନୀ ପ୍ରଚଳିତ ସମବାୟ ଦୋକାନ ବା ଘରୋଇ ଡିଲର ମାନଙ୍କର ଖୁଚୁରା ଦୋକାନ । ଖୁଚୁରା ସାର ଦୋକାନ ଗୁଡିକୁ ପର୍ଯ୍ୟାୟ କ୍ରମିକ ଭିତିରେ ୱାନ୍ ଷ୍ଟପ୍ ସପ୍‌ରେ ପରିବର୍ତ୍ତିତ କରା ଯିବ, ଯାହାକୁ ପ୍ରଧାନମନ୍ତ୍ରୀ କୃଷକ ସମୃଦ୍ଧି କେନ୍ଦ୍ର କୁହାଯିବ । ପିଏମ୍‌କେଏସ୍‌କେ ଦେଶରେ କୃଷକ ମାନଙ୍କର ଆବଶ୍ୟକତା ଗୁଡିକୁ ପୂରଣ କରିବ ଏବଂ କୃଷି - ବିନିବେଶ (ସାର, ମଞ୍ଜି, ଉପକରଣ) ; ବିଭିନ୍ନ ସରକାରୀ ଯୋଜନା ଗୁଡିକ ସମ୍ପର୍କରେ ସୂଚନା ପ୍ରଦାନ କରିବ ଏବଂ ବ୍ଲକ୍ / ଜିଲ୍ଲା ସ୍ତରର ବିକ୍ରି କେନ୍ଦ୍ର ଗୁଡିକରେ ଖୁଚୁରା ବିକ୍ରେତା ମାନଙ୍କୁ ନିୟମିତ କ୍ଷମତା ନିର୍ମାଣକୁ ସୁନିଶ୍ଚିତ କରିବ । ପ୍ରାଦ୍ୟୋଗିକ ପର୍ଯ୍ୟାୟରେ ପ୍ରତ୍ୟେକ ଜିଲ୍ଲା ସ୍ତରରେ ଅତି କମ୍‌ରେ ଏକ ଖୁଚୁରା ଦୋକାନକୁ ମଡେଲ୍ ଦୋକାନରେ ପରିବତିର୍ତ୍ତିତ କରିବାର ପ୍ରସ୍ତାବ ରହିଛି । 

ଭାରତର ୟୁରିଆ ବ୍ୟାଗ୍ - କୃଷକ ମାନଙ୍କ ନିମନ୍ତେ ଏକ ରାଷ୍ଟ୍ର ଏକ ସାର ଯୋଜନାର ଶୁଭାରମ୍ଭ

ମାନନୀୟ ପ୍ରଧାନମନ୍ତ୍ରୀ ସାର କ୍ଷେତ୍ରରେ ଏକ ଦେଶ, ଏକ ସାର’ (ଓଏନ୍‌ଓଏଫ୍‌) ନାମରେ ସବୁଠାରୁ ବଡ ପଦକ୍ଷେପର ମଧ୍ୟ ଶୁଭାରମ୍ଭ କରିବେ । ଭାରତ ସରକାର ସାର କମ୍ପାନୀ ଗୁଡିକ ନିମନ୍ତେ ବ୍ରାଣ୍ଡ ନାମ "ଭାରତଅଧୀନରେ ସେମାନଙ୍କର ଜିନିଷ ଗୁଡିକୁ ବିତରଣ କରିବା ବାଧ୍ୟତାମୂଳକ କରିଛନ୍ତି, ଯାହା ଫଳରେ ସାରା ଦେଶରେ ସାର ବ୍ରାଣ୍ଡ ଗୁଡିକର ମାନକୀକରଣ କରା ଯାଇ ପାରିବ, ଯେଉଁ କମ୍ପାନୀ ଗୁଡିକ ଏହାକୁ ତିଆରି କରିଥାନ୍ତୁ ନା କାହିଁକି । ଏହା  "ଭାରତ ୟୁରିଆ, ଭାରତ ଡିଏପି, ଭାରତ ଏମ୍‌ଓପି, ଏବଂ ଭାରତ ଏନ୍‌ପିକେ ବି ହୋଇ ପାରିବ । ସମସ୍ତ ସାର ଗୁଡିକ ନିମନ୍ତେ ଏକକ ବ୍ରାଣ୍ଡ ଭାରତ'ର ବିକାଶ ଦ୍ୱାରା ସାର ଗୁଡିକର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଚଳନ କମ୍ ହୋଇ ଯିବ, ଯାହା ଅଧିକ ମାଲ୍ ପରିବହନ ରିହାତି କାରଣ ଅଟେ । ପିଏମ୍ ଏଗ୍ରି - ଷ୍ଟାର୍ଟ ଅପ୍ କନକ୍ଲେଭ୍ ଏବଂ କୃଷକ ସମ୍ମିଳନୀ, ୨୦୨୨ର ଅଂଶ ବିଶେଷ ଭାବରେ ମାନନୀୟ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମ ସମୟରେ ଭାରତ ୟୁରିଆ ବ୍ୟାଗ୍ ମଧ୍ୟ ବଜାରକୁ ଛାଡିବେ । 

ସାପ୍ତାହିକ ସାର ଆନ୍ତର୍ଜାତିକ ଇ - ପତ୍ରିକାର ଶୁଭାରମ୍ଭ

ଇଣ୍ଡିଆନ୍ ଏଜ୍ ଏକ ଆନ୍ତର୍ଜାତିକ ସ୍ତରର ସାର ଇ - ପତ୍ରିକା ଅଟେ । ଏହା କୃଷକ ମାନଙ୍କର ସଫଳତାର କାହାଣୀ ଗୁଡିକ ସହିତ ଏବେ ହୋଇଥିବା ପ୍ରଗତି, ପ୍ରଚଳିତ ମୂଲ୍ୟର ଧାରା ବିଶ୍ଲେଷଣ, ଉପଲବ୍ଧତା ଏବଂ ବ୍ୟବହାର ସହିତ ଘରୋଇ ଏବଂ ଆନ୍ତର୍ଜାତିକ ସାର ଦୃଶ୍ୟପଟ୍ଟ ଉପରେ ସୂଚନା ପ୍ରଦାନ କରିବ । ମାନନୀୟ ପ୍ରଧାନମନ୍ତ୍ରୀ ଏହି ଆୟୋଜନରେ ଇଣ୍ଡିଆନ୍ ଏଜ୍‌ର ଶୁଭାରମ୍ଭ କରିବେ ।

<><><><><>

SSP



(Release ID: 1868139) Visitor Counter : 199