ରେଳ ମନ୍ତ୍ରଣାଳୟ
ରେଳ ବିଦ୍ୟୁତିକରଣ ଦିଗରେ ଅତୁଳନୀୟ ପ୍ରୋତ୍ସାହନ
ଭାରତୀୟ ରେଳପଥ ସମୁଦାୟ ବ୍ରଡ୍ ଗେଜ୍ ନେଟୱର୍କର 81.51% ବିଦ୍ୟୁତିକରଣ ସମାପ୍ତ
ଏପ୍ରିଲ୍ –ସେପ୍ଟେମ୍ବର 2022 ରେ 851 ରୁଟ୍ କିଲୋମିଟର (ଆରକେଏମ୍) ର ବିଦ୍ୟୁତିକରଣ
Posted On:
14 OCT 2022 3:09PM by PIB Bhubaneshwar
ଭାରତୀୟ ରେଳ ନିଜର ସମ୍ପୂର୍ଣ୍ଣ ବ୍ରଡ୍ ଗେଜ୍ ନେଟୱର୍କର ବିଦ୍ୟୁତିକରଣର ଯୋଜନା ଆରମ୍ଭ କରିଛନ୍ତି, ଯାହାର ଫଳସ୍ବରୂପ ଉନ୍ନତ ଇନ୍ଧନ ଶକ୍ତିର ଉପଯୋଗ, ଥ୍ରୁପୁଟରେ ବୃଦ୍ଧି ଓ ଇନ୍ଧନରେ ହେଉଥିବା ବ୍ୟୟ ହ୍ରାସ ପାଇଛି । ଏହା ଜରିଆରେ ବହୁମୁଲ୍ୟ ବିଦେଶୀ ମୁଦ୍ରାର ମଧ୍ୟ ସଞ୍ଚୟ ହୋଇପାରିବ।
ଆର୍ଥିକ ବର୍ଷ 2022-23 ସମୟରେ, ସେପ୍ଟେମ୍ବର 2022 ସୁଦ୍ଧା ଭାରତୀୟ ରେଳ ଆର୍ଥିକ ବର୍ଷ 2021-22 ର ଏହି ଅବଧି ସମୟରେ ହାସଲ କରିଥିବା 562 ରୁଟ୍ କିଲୋମିଟର (ଆରକେଏମ୍) ତୁଳନାରେ 851 ରୁଟ୍ କିଲୋମିଟର (ଆରକେଏମ୍) ବିଦ୍ୟୁତିକରଣ ଲକ୍ଷ୍ୟ ହାସଲ କରିଛନ୍ତି। ଏହା ଗତ ବର୍ଷର ଏହି ଅବଧିର ସଂଖ୍ୟା ଠାରୁ 51.4% ଅଧିକ ଅଟେ। ଏହି ଆର୍ଥିକ ବର୍ଷ ସମୟରେ ବିଦ୍ୟୁତିକରଣର ଲକ୍ଷ୍ୟ 6500 ଆରକେଏମ୍ ଅଟେ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ବର୍ଷ 2021-22 ସମୟରେ ଭାରତୀୟ ରେଳ ଇତିହାସରେ 6366 ଆରକେଏମ୍ ର ରେକର୍ଡ ବିଦ୍ୟୁତିକରଣ ହାସଲ କରିଥିଲା। ଏହା ପୂର୍ବରୁ 2020-21 ସମୟରେ ସର୍ବାଧିକ ବିଦ୍ୟୁତିକରଣ 6015 ଆରକେଏମ୍ ଥିଲା।
30.09.2022 ସୁଦ୍ଧା, ଭାରତୀୟ ରେଳର ବିଜି ନେଟୱର୍କର 65141 ଆରକେଏମ୍ (କେଆରସିଏଲ୍ ସହିତ) ରେ 53,098 ବିଜି ଆରକେଏମ୍ ର ବିଦ୍ୟୁତିକରଣ କରାଯାଇ ସାରିଛି ଯାହା ସମୁଦାୟ ବିଜି ନେଟୱର୍କ ର 81.51% ଅଟେ।
BS
(Release ID: 1867905)
Visitor Counter : 148