ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ

ହିମାଚଳ ପ୍ରଦେଶରେ ୱାଟର ସ୍ପୋର୍ଟସ ସେଣ୍ଟର ଉଦଘାଟନ କଲେ ଶ୍ରୀ ଅନୁରାଗ ସିଂହ ଠାକୁର


ଏହି ଅଭିନବ ୱାଟର ସ୍ପୋର୍ଟସ ସେଣ୍ଟର ସାଇ ଓ ଏନଟିପିସିର ମିଳିତ ଉପକ୍ରମ

Posted On: 09 OCT 2022 5:10PM by PIB Bhubaneshwar

କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର ରବିବାର ପୂର୍ବାହ୍ନରେ ହିମାଚଳ ପ୍ରଦେଶର ବିଳାସପୁରର କୋଲଡେମ ବରମାନା ଠାରେ ଏକ ୱାଟର ସ୍ପୋର୍ଟସ ସେଣ୍ଟର ଉଦଘାଟନ କରିଛନ୍ତି । ହିମାଚଳ ପ୍ରଦେଶରେ ଏହି ଅଭିନବ ୱାଟର ସ୍ପୋର୍ଟସ ସେଣ୍ଟର ଭାରତୀୟ କ୍ରୀଡା ପ୍ରାଧିକରଣ (ସାଇ) ଓ ଜାତୀୟ ତାପଜ ବିଦ୍ୟୁତ ନିଗମ (ଏନଟିପିସି)ର ମିଳିତ ଭାବେ ଆରମ୍ଭ ହୋଇଛି ।

ଏହି କାର୍ଯ୍ୟକ୍ରମ ଅବସରରେ ସାଇ ଓ ଏନଟିପିସି ମଧ୍ୟ ବୁଝାମଣାପତ୍ର ହସ୍ତାନ୍ତର ହୋଇଛି ।  

 

ଖୁବ କମ ସମୟ ଅବଧି ମଧ୍ୟରେ ସ୍ଥାପିତ ହୋଇଥିବା ଏହି କେନ୍ଦ୍ର ସମ୍ପର୍କରେ ଶ୍ରୀ ଅନୁରାଗ ସିଂହ ଠାକୁର କହିଛନ୍ତି “ମାତ୍ର ଗୋଟିଏ ମାସ ମଧ୍ୟରେ ହିଁ ୱାଟର ସ୍ପୋର୍ଟସ ବ୍ୟବସ୍ଥା ହୋଇପାରିଛି ଓ ସାଇ ଏବଂ ଏନଟିପିସି ଅଧିକାରୀମାନେ ଏହା ସମ୍ଭବ କରି ପାରିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଉଛି । ରୋଇଂ, କାୟାକିଂ ଓ କାନୋଇଂରେ ଭାଗ ନେବା ପାଇଁ ୪୦ ଜଣ ଖେଳାଳିଙ୍କୁ ଚୟନ କରାଯିବ । ଅତ୍ୟାଧୁନିକ ଉପକରଣ ସହ ଏଠାରେ ପୁରୁଷ ଏବଂ ମହିଳାଙ୍କ ପାଇଁ ହଷ୍ଟେଲ ଓ ତାଲିମ ସୁବିଧା ରହିଛି । ଏହି କେନ୍ଦ୍ରରେ ଜାତୀୟ ପ୍ରତିଯୋଗିତା ଆୟୋଜିତ ହେବା ନେଇ ବିଶ୍ୱାସ ରହିଛି ।”  

 

ରୋଇଂ, କାୟାକିଂ ଓ କାନୋଇଂ ଭଳି ୱାଟର ସ୍ପୋର୍ଟସ କ୍ରୀଡାବିତମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଏହି କେନ୍ଦ୍ର ସମର୍ପିତ ରହିବ ।

କାର୍ଯ୍ୟକ୍ରମ ଅବସରରେ ଶ୍ରୀ ଠାକୁର ଗୁଜୁରାଟରେ ଚାଲିଥିବା ୩୬ତମ ଜାତୀୟ କ୍ରୀଡାରେ ସ୍ୱର୍ଣ୍ଣପଦକ ବିଜେତା ହିମାଚଳ ପ୍ରଦେଶର କବାଡି ଦଳକୁ ସମ୍ବର୍ଦ୍ଧିତ କରିଛନ୍ତି ।

 

SR



(Release ID: 1866336) Visitor Counter : 115