ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

୭୫ ଦିନ ଧରି ଚାଲିଥିବା କୋଭିଡ ଟିକାକରଣ ଅମୃତ ମହୋତ୍ସବ ଆଜି ଉଦଯାପିତ


୧୫.୯୨ କୋଟିରୁ ଅଧିକ ପ୍ରତିଷେଧକ ଡୋଜ ଦିଆଯିବା ଦ୍ୱାରା ୧୮ ବର୍ଷରୁ ଅଧିକ ଯୋଗ୍ୟ ହିତାଧିକାରୀଙ୍କ ପ୍ରତିଷେଧକ ଡୋଜ ହାର ୮ରୁ ୨୭ ପ୍ରତିଶତରେ ପହଞ୍ଚିଛି

୭୫ ଦିନରେ ଆୟୋଜିତ ହୋଇଛି ୧୩.୦୧ ଲକ୍ଷରୁ ଅଧିକ କୋଭିଡ ଟିକାକରଣ ଶିବିର

Posted On: 30 SEP 2022 5:33PM by PIB Bhubaneshwar

୭୫ ଦିନ ଧରି ଚାଲିଥିବା କୋଭିଡ ଟିକାକରଣ ଅମୃତ ମହୋତ୍ସବ ଆଜି ଶେଷ ହୋଇଛି । ଏହି ଅଭିଯାନ ଜୁଲାଇ ୧୫, ୨୦୨୨ରେ ମିଶନ ମୋଡରେ ଆରମ୍ଭ ହୋଇଥିଲା । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ସ୍ୱତନ୍ତ୍ର କୋଭିଡ ଟିକାକରଣ ଅଭିଯାନ ମାଧ୍ୟମରେ ଯୋଗ୍ୟ ବୟସ୍କ ଜନସଂଖ୍ୟା (୧୮ ବର୍ଷରୁ ଅଧିକ ଓ ଯେଉଁମାନେ ଦ୍ୱିତୀୟ ଡୋଜ ନେବା ପରେ ୬ ମାସ କିମ୍ବା ୨୬ ସପ୍ତାହ ସଂପୂର୍ଣ୍ଣ କରି ସାରିଥିବା)ଙ୍କ ମଧ୍ୟରେ ପ୍ରତିଷେଧକ ଡୋଜ ବଢାଇଥିଲେ । 

୭୫ ଦିନ ମଧ୍ୟରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବସଷ୍ଟାଣ୍ଡଗୁଡିକରେ ୧୧,୧୦୪, ରେଳ ଷ୍ଟେସନଗୁଡିକରେ ୫୬୬୪, ବିମାନବନ୍ଦରରେ ୫୧୧, ବିଭିନ୍ନ ସ୍କୁଲ ଓ କଲେଜରେ ୧,୫୦,୦୦୪ରୁ ଅଧିକ ଓ ଧାର୍ମିକ ଯାତ୍ରାର ଗନ୍ତବ୍ୟ ପଥଗୁଡିକରେ ୪,୪୫୧ ଓ ବିଭିନ୍ନ ବେସରକାରୀ, ସରକାରୀ କାର୍ଯ୍ୟାଳୟ ଓ ଔଦ୍ୟୋଗିକ ପ୍ରତିଷ୍ଠାନରେ ୧୧,୩୦,୦୪୪ରୁ ଅଧିକ ଶିବିର ଆୟୋଜିତ ହୋଇଥିଲା ।   

ଫଳସ୍ୱରୂପ ଏହି ୭୫ ଦିନ ମଧ୍ୟରେ ୭୬.୧୮ ଲକ୍ଷରୁ ଅଧିକ ପ୍ରଥମ ଡୋଜ, ୨.୩୫ କୋଟି ଦ୍ୱିତୀୟ ଡୋଜ ଓ ୧୫.୯୨ କୋଟି ପ୍ରତିଷେଧକ ଡୋଜ ପ୍ରଦାନ କରାଯାଇ ପାରିଥିଲା । ଦୈନିକ ୨୪.୭୩ ଲକ୍ଷ ଡୋଜରୁ ଅଧିକ ଟିକା ଦିଆଯାଇଥିଲା ଏଥିରେ ଦୈନିକ ୨୦.୬୮ ଲକ୍ଷ ପ୍ରତିଷେଧକ ଡୋଜ ସାମିଲ ଥିଲା ।

କୋଭିଡ ଟିକାକରଣ ଅମୃତ ମହୋତ୍ସବ ଅନ୍ତର୍ଗତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ଶିବିର ସ୍ଥାପନ ମାଧ୍ୟମରେ ଜନ ଅଭିଯାନ ଆରମ୍ଭ ପାଇଁ ଆହ୍ୱାନ ଦିଆଯାଇଥିଲା । ଚାରିଧାମ ଯାତ୍ରା (ଉତ୍ତରାଖଣ୍ଡ), ଅମରନାଥ ଯାତ୍ରା (ଜମ୍ମୁ ଓ କଶ୍ମୀର), କୱଁର ଯାତ୍ରା (ଉତ୍ତର ଭାରତର ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ) ସହ ପ୍ରମୁଖ ମେଳା ଓ ସମାବେଶର ଗନ୍ତବ୍ୟରେ ଅନେକ ସ୍ୱତନ୍ତ୍ର ଟିକାକରଣ ଶିବିର ଆୟୋଜିତ ହୋଇଥିଲା । ସେହିପରି କାର୍ଯ୍ୟାଳୟ ପରିସର, ଔଦ୍ୟୋଗିକ ପ୍ରତିଷ୍ଠାନ, ରେଳ ଷ୍ଟେସନ, ଆନ୍ତଃରାଜ୍ୟ ବସଷ୍ଟାଣ୍ଡ, ସ୍କୁଲ ଓ କଲେଜଗୁଡିକରେ ସ୍ୱତନ୍ତ୍ର ଟିକାକରଣ ଶିବିର ଆୟୋଜିତ ହୋଇଥିଲା । ମାଗଣା କୋଭିଡ ଟିକାକରଣ ପାଇଁ ଏଭଳି ସମୁଦାୟ ୧୩,୦୧,୭୭୮ ଶିବିର ଆୟୋଜିତ ହୋଇଥିଲା ।

କୋଭିଡ ଟିକାକରଣ ଅମୃତ ମହୋତ୍ସବ ଜୁଲାଇ ୧୫, ୨୦୨୨ରେ ଆରମ୍ଭ ହେବା ବେଳକୁ ୧୮ ବର୍ଷର ଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରୁ ମାତ୍ର ୮ ପ୍ରତିଶତ ପ୍ରତିଷେଧକ ଡୋଜ ନେଇଥିଲେ । ୭୫ ଦିନ ଧରି ମାଗଣା ଟିକାକରଣ ଅଭିଯାନ ଚାଲିବା ଦ୍ୱାରା ୨୭ ପ୍ରତିଶତ ଯୋଗ୍ୟ ହିତାଧିକାରୀ ପ୍ରତିଷେଧକ ଡୋଜ ନେଇ ପାରିଛନ୍ତି ।

କୋଭିଡ- ୧୯ରୁ ହିତାଧିକାରୀମାନଙ୍କୁ ପୂର୍ଣ୍ଣ/ବିସ୍ତୃତ ସୁରକ୍ଷା ପ୍ରଦାନ ପାଇଁ ପ୍ରତିଷେଧକ ଡୋଜ ବେଶ ଗୁରୁତ୍ୱପୂର୍ଣ୍ଣ । ଏହା କୋଭିଡ- ୧୯ରେ ଗୁରୁତର ହେବା, ଡାକ୍ତରଖାନାରେ ଭର୍ତ୍ତି ହେବା ହ୍ରାସ କରିବା ସହ ମୃତ୍ୟୁହାର କମାଇଥାଏ ।

 

SR



(Release ID: 1863990) Visitor Counter : 130