ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗବର ର୍ତିଥଲରେ ମହା ଆରତୀରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 30 SEP 2022 9:20PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନବରାତ୍ରୀର ଶୁଭ ଅବସରରେ ଗବର ର୍ତିଥଲରେ ମହା ଆରତୀରେ ଯୋଗ ଦେଇଥିଲେ ଶ୍ରୀ ମୋଦୀ ଗୁଜରାଟର ଅମ୍ବାଜୀ ମନ୍ଦିରରେ ଦର୍ଶନ ଏବଂ ପୂଜା ମଧ୍ୟ କରିଥିଲେ ଯାହାକି ୫୧ ଶକ୍ତି ପୀଠ ମଧ୍ୟରୁ ଅନ୍ୟତମ ଏବଂ ଗବର ର୍ତିଥଲ ନିକଟରେ ଅବସ୍ଥିତ ମହା ଆରତୀ ମନ୍ଦିରର ଆଚାର୍ଯ୍ୟଙ୍କ ଦ୍ୱାରା ପରିଚାଳିତ ହୋଇଥିଲା ଏବଂ ଲେଜର ଲାଇଟ୍‍ ସହାୟତାରେ ମାଉଣ୍ଟ ଆବୁ ପାହାଡରେ ମା ଦୁର୍ଗାଙ୍କର ଏକ ବିରାଟ ଚିତ୍ର ପ୍ରଦର୍ଶନ କରାଯାଇଥିଲା ପ୍ରଧାନମନ୍ତ୍ରୀ ମଧ୍ୟ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ମନ୍ଦିର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ

ମାଦୁର୍ଗାଙ୍କୁ ପ୍ରାର୍ଥନା କରିବା ପରେ ପ୍ରଧାନମନ୍ତ୍ରୀ ତାଙ୍କର ଦୁଇ ଦିନିଆ ଗୁଜରାଟ ଗସ୍ତ ଶେଷ କରିଥିଲେ

ପ୍ରଧାନମନ୍ତ୍ରୀଙ୍କ ସହ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ପଟେଲ ଏବଂ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଉପସ୍ଥିତ ଥିଲେ

HS


(ରିଲିଜ ଆଡି: 1863989) ପରିଦର୍ଶକ କାଉଣ୍ଟର : 242