ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ

ଆସନ୍ତା କାଲି ପ୍ରୟାଗରାଜ ଠାରୁ ଏକ ମାସ ଧରି ସାରା ଦେଶରେ ଚାଲିବାକୁ ଥିବା ସ୍ୱଚ୍ଛ ଭାରତ ୨୦୨୨ ଅଭିଯାନର ଶୁଭାରମ୍ଭ କରିବେ ଶ୍ରୀ ଅନୁରାଗ ସିଂହ ଠାକୁର


ସ୍ୱଚ୍ଛ ଭାରତ ୨୦୨୨ କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ଏହା ଲୋକ ମାନଙ୍କୁ ସ୍ୱଚ୍ଛତାର ଗୁରୁତ୍ୱକୁ ଅନୁଭବ କରାଇବା ନିମନ୍ତେ ଏକ ଗମ୍ଭୀର ପ୍ରୟାସ ଅଟେ : ଶ୍ରୀ ଅନୁରାଗ ସିଂହ ଠାକୁର

Posted On: 30 SEP 2022 2:06PM by PIB Bhubaneshwar

କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର ୧ ଅକ୍ଟୋବର ୨୦୨୨ରୁ ଉତ୍ତର ପ୍ରଦେଶର ପ୍ରୟାଗରାଜ ଠାରୁ ଏକ ମାସ ପର୍ଯ୍ୟନ୍ତ ଚାଲିବାକୁ ଥିବା ରାଷ୍ଟ୍ରବ୍ୟାପୀ ସ୍ୱଚ୍ଛ ଭାରତ ୨୦୨୨ ଅଭିଯାନର ଶୁଭାରମ୍ଭ କରିବେ ।

ସ୍ୱଚ୍ଛ ଭାରତ ୨୦୨୨ କାର୍ଯ୍ୟକ୍ରମ ସାରା ଦେଶରେ ୭୪୪ ଜିଲ୍ଲା ଗୁଡିକର ୬ ଲକ୍ଷ ଗ୍ରାମ ଗୁଡିକରେ ନେହେରୁ ଯୁବ କେନ୍ଦ୍ର ସଙ୍ଗଠନ (ଏନ୍‌ୱାଇକେଏସ୍‌) ଦ୍ୱାରା ଅନୁବନ୍ଧିତ ୟୁଥ୍ କ୍ଲବ୍ ଏବଂ ଜାତୀୟ ସେବା ଯୋଜନା ଅନୁବନ୍ଧିତ ସଂସ୍ଥା ଗୁଡିକର ନେଟୱର୍କ ମାଧ୍ୟମରେ ଆୟୋଜିତ କରା ଯାଉଛି । ଯୁବ ବ୍ୟାପାର ବିଭାଗ ସ୍ୱଚ୍ଛ ଭାରତ ୨୦୨୨ ମାଧ୍ୟମରେ ୧ କୋଟି କିଲୋ ପ୍ଲାଷ୍ଟିକ୍ ବର୍ଜ୍ୟକୁ ଏକାଠି କରିବା ଏବଂ ଏହାର ପରିଚାଳନା କରିବା ନିମନ୍ତେ ଲକ୍ଷ୍ୟ ରଖିଛନ୍ତି ।

ଏହା ପୂର୍ବରୁ ଏକ ଭିଡିଓ ବାର୍ତ୍ତାରେ ସ୍ୱଚ୍ଛ ଭାରତ ୨୦୨୨ ଅଭିଯାନ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଅନୁରାଗ ଠାକୁର କହିଥିଲେ ଯେ ସ୍ୱଚ୍ଛ ଭାରତ ୨୦୨୨ ଅଭିଯାନର ଆରମ୍ଭ ଲୋକମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା, ଲୋକ ମାନଙ୍କୁ ସଙ୍ଗଠିତ କରିବା ଏବଂ ଭାରତକୁ ସ୍ୱଚ୍ଛ କରିବାରେ ସେମାନଙ୍କର ଭାଗୀଦାରୀତାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ କରା ଯିବ । ଏହି ପଦକ୍ଷେପରେ, ବିଭିନ୍ନ ଅଂଚଳ, ବିଭିନ୍ନ ଭାଷା ଏବଂ ଅଲଗା ପୃଷ୍ଠଭୂମିର ଲୋକ ଏକା ସହିତ କାମ କରିବେ ଏବଂ ଏହି ଲୋକ ମାନଙ୍କ ଦ୍ୱାରା ସମ୍ପୂର୍ଣ୍ଣ ସ୍ୱେଚ୍ଛକୃତ ଭାବରେ ସ୍ୱଚ୍ଛତା ଆଧାରରେ ବର୍ଜ୍ୟ ପରିଚାଳନା କରାଯିବ । ସ୍ୱଚ୍ଛ ଭାରତ ୨୦୨୨ କେବଳ ଏକ କାର୍ଯ୍ୟକ୍ରମ ନୁହେଁ. ଏହା ଲୋକ ମାନଙ୍କୁ ସ୍ୱଚ୍ଛତାର ଅନୁଭବ କରାଇବା ନିମନ୍ତେ ଏକ ଗମ୍ଭୀର ପ୍ରୟାସ ଅଟେ । ଏହା ଦେଶରେ ଖୁସି ସୂଚକାଙ୍କରେ ମଧ୍ୟ ଯୋଗଦାନ ଦେବ । ଯୁବ ବ୍ୟାପାର ବିଭାଗ ଏହି ଅଭିଯାନକୁ ଦେଶରେ ଲୋକ ମାନଙ୍କ ଦ୍ୱାରା ଚାଲୁ କରା ଯାଉଥିବା ସବୁଠାର ବଡ ସ୍ୱଚ୍ଛତା ଅଭିଯାନ କରାଇବା ନିମନ୍ତେ ଚେଷ୍ଟା କରୁଛି ।

ସ୍ୱଚ୍ଛ ଭାରତ ୨୦୨୨ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ୦୧ ଅକ୍ଟୋବରରୁ ୩୧ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ଦେଶର ସମସ୍ତ ଜିଲ୍ଲା ଗୁଡିକରେ ସର୍ବସାଧାରଣ ସ୍ଥାନ ଗୁଡିକୁ ଏବଂ ଘର ଗୁଡିକୁ ପରିଷ୍କାର କରିବା ପାଇଁ ଆୟୋଜନ କରିବା, ଯେଉଁଥିରେ ସମାଜର ସମସ୍ତ ବର୍ଗ ଗୁଡିକର ଲୋକ, ସରକାରୀ ସଙ୍ଗଠନ, ଯେଉଁଥିରେ ପିଆର୍‌ଆଇ ଅନ୍ତର୍ଭୁକ୍ତ ଏବଂ ଅଣ – ସରକାରୀ ସଙ୍ଗଠନ ଗୁଡିକ ସହିତ ସରକାରୀ ସଙ୍ଗଠନ ଗୁଡିକ ଜଡିତ ହୋଇ ନିଜର ଆଖପାଖର ପରିବେଶକୁ ସ୍ୱଚ୍ଛ ଏବଂ ବର୍ଜ୍ୟ ମୁକ୍ତ ରଖିବା ନିମନ୍ତେ ନାଗରିକ ମାନଙ୍କ ମଧ୍ୟରେ ସଚେତନତା ଏବଂ ଗର୍ବର ଭାବନା ସୃଷ୍ଟି କରିବା ପାଇଁ କାର୍ଯ୍ୟ କରିବେ । ଏହା ସହିତ ଏହି ଅଭିଯାନ “ସ୍ୱଚ୍ଛ କାଳ : ଅମୃତ କାଳ” ମନ୍ତ୍ର ପ୍ରଦାନ କରିବ ଏବଂ ଜନ ଭାଗୀଦାରୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମକୁ ଜନ ଆନ୍ଦୋଳନରେ ପରିବର୍ତ୍ତନ କରିବ ।

*****

SSP



 

 



(Release ID: 1863778) Visitor Counter : 146