ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ
azadi ka amrit mahotsav

କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ସୂଚନା : ୧ ଅକ୍ଟୋବର ୨୦୨୩ ଠାରୁ ଏମ-ୱାନ୍‌ ଶ୍ରେଣୀର ଯାତ୍ରୀବାହୀ କାରରେ ବାଧ୍ୟତାମୂଳକ ହେବ ୬ଟି ଏୟାରବ୍ୟାଗ

प्रविष्टि तिथि: 29 SEP 2022 3:06PM by PIB Bhubaneshwar

କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ଶ୍ରୀ ନୀତୀନ ଗଡ଼କରୀ ଏକାଧିକ ଟୁଇଟ୍ ଜରିଆରେ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସମସ୍ତ ମୂଲ୍ୟ ବର୍ଗ ଏବଂ ସବୁ ପ୍ରକାରର ମୋଟର ଗାଡ଼ିରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା ।

ଶ୍ରୀ ଗଡ଼କରୀ ଆହୁରି କହିଛନ୍ତି ଯେ ଅଟୋ ଉଦ୍ୟୋଗ ଆଗରେ ଏବେ ବର୍ତ୍ତମାନର ବିଶ୍ବ ଯୋଗାଣ ଶୃଙ୍ଖଳାର ସଙ୍କଟ ଦେଖା ଦେଇଛି । ଏଥିସହିତ ମାଇକ୍ରୋ ଇକୋନୋମିକ ପରିଦୃଶ୍ୟକୁ ଧ୍ୟାନରେ ରଖି ୬ଟି ଏୟାରବ୍ୟାଗକୁ ବାଧ୍ୟତାମୂଳକ କରିବା ଲାଗି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ୧ ଅକ୍ଟୋବର ୨୦୨୩ ଠାରୁ ଏମ-ୱାନ୍‌ ଶ୍ରେଣୀର ସବୁ ଯାତ୍ରୀ ବାହୀ କାରରେ ଅତିକମରେ ୬ଟି ଏୟାର ବ୍ୟାଗ ଲଗାଇବା ବାଧ୍ୟତାମୂଳକ ହେବ ।

ଏଥିପୂର୍ବରୁ ପଛରୁ ଧକ୍କା ହେବା କ୍ଷେତ୍ରରେ ଗାଡ଼ିରେ ଥିବା ଯାତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ କେନ୍ଦ୍ରୀୟ ମୋଟର ଯାନ ନିୟମ (ସିଏମଭିଆର), ୧୯୮୯ରେ ସଂଶୋଧନ କରାଯାଇଥିଲା। ଏଥିରେ ସୁରକ୍ଷା ଉପାୟକୁ ବଢ଼ାଇବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏ ସମ୍ପର୍କରେ ୧୪ ଜାନୁଆରୀ ୨୦୨୨ରେ ଏକ ଡ୍ରାଫ୍ଟ ବିଜ୍ଞପ୍ତି ଜାରି କରାଯାଇଥିଲା। ଯେଉଁଥିରେ ୦୧ ଅକ୍ଟୋବର ୨୦୨୨ ପରେ ନିର୍ମିତ ସବୁ ଏମ-ୱାନ୍‌ ଶ୍ରେଣୀର ଗାଡ଼ିରେ ଭିତର ଦୁଇ ପାର୍ଶ୍ବ ଏବଂ ଦୁଇ ସାଇଡରୁ ଖୋଲୁଥିବା ଏୟାର ବ୍ୟାଗ ଫିଟ୍‌ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଏଥିରେ ସାମ୍ନାକୁ ମୁହଁ କରି ଆଗ ସିଟରେ ବସୁଥିବା ଯାତ୍ରୀଙ୍କ ପାଇଁ ଏୟାରବ୍ୟାଗ ଲଗାଇବାକୁ ପ୍ରସ୍ତାବ ଦିଆଯାଇଥିଲା। ସେହିପରି ପଛ ସିଟରେ ବସୁଥିବା ଯାତ୍ରୀଙ୍କ ସୁରକ୍ଷା ପାଇଁ ଗାଡ଼ି ଭିତରେ ଦୁଇ ପାର୍ଶ୍ବରୁ ଖୋଲୁଥିବା ପରଦା/ଟ୍ୟୁବ ଆକାରର ଏୟାର ବ୍ୟାଗ ଲଗାଇବା ପାଇଁ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ରହିଥିଲା।

*****

P.S.


(रिलीज़ आईडी: 1863539) आगंतुक पटल : 198
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Punjabi , Telugu , Malayalam