ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ
azadi ka amrit mahotsav

ଇପିଏଫଓ ପେରୋଲ୍ ଡାଟା : ଜୁଲାଇ, 2022 ମାସରେ 18.23 ଲକ୍ଷ ନେଟ ସବସ୍କ୍ରାଇବର ସାମିଲ୍ କରିଛନ୍ତି ଇପିଏଫଓ

Posted On: 20 SEP 2022 5:31PM by PIB Bhubaneshwar

20 ସେପ୍ଟେମ୍ବର, 2022 ରେ ଜାରି କରାଯାଇଥିବା ଇପିଏଫଓରେ ପ୍ରୋଭିଜନାଲ୍ ପେରୋଲ୍ ଡାଟାରେ ଦର୍ଶାଯାଇଛି ଯେ ଇପିଏଫଓ ଜୁଲାଇ, 2022 ମାସରେ 18.23 ଲକ୍ଷ ନେଟ୍ ସବସ୍କ୍ରାଇବର ସାମିଲ୍ କରିଛନ୍ତି। ଏହି ପେରୋଲ୍ ଡାଟା ବର୍ଷ ପରେ ବର୍ଷ ତୁଳନା ଦର୍ଶାଉଛି ଯେ ଗତ ବର୍ଷ ଅର୍ଥାତ୍ 2021 ର ସମାନ ଅବଧି ତୁଳନାରେ ଜୁଲାଇ 2022 ରେ ସବସ୍କ୍ରାଇବର୍ସରେ 24.48% ର ନେଟ୍ ବୃଦ୍ଧି ହୋଇଛି।

ଏହି ବର୍ଷ ସମୟରେ ସାମିଲ୍ ହୋଇଥିବା ସମୁଦାୟ 18.23 ଲକ୍ଷ ସବସ୍କ୍ରାଇବର୍ସଙ୍କ ମଧ୍ୟରୁ ପ୍ରାୟ 10.58 ଲକ୍ଷ ନୂଆ ସଦସ୍ୟ ପ୍ରଥମ ଥର ଇପିଏଫଓ ର ସାମାଜିକ ସୁରକ୍ଷା କଭରରେ ସାମିଲ୍ ହୋଇଛନ୍ତି। ଇପିଏଫଓରେ ସାମିଲ୍ ହୋଇଥିବା ନୂଆ ସଦସ୍ୟମାନଙ୍କର ଡାଟାରେ ଏପ୍ରିଲ୍ 2022 ରୁ ହିଁ ବୃଦ୍ଧି ଦେଖା ଯାଇଛି। ସାମିଲ୍ ହୋଇଥିବା 10.58 ଲକ୍ଷ ନୂତନ ସବସ୍କ୍ରାଇବର ମଧ୍ୟରୁ ପ୍ରାୟ 57.69 ପ୍ରତିଶତ 18-25 ବର୍ଷ ବୟସର ବୟସ ବର୍ଗରେ ରହିଛନ୍ତି। ଏଥିରୁ ଜଣାଯାଉଛି ଯେ ପ୍ରଥମ ଥର ଚାକିରୀ ଆଶାୟୀ ନିଜର ଶିକ୍ଷା ପରେ ବହୁତ ସଂଖ୍ୟାରେ ସଂଗଠିତ କ୍ଷେତ୍ରରେ କାର୍ଯ୍ୟବଳରେ ସାମିଲ୍ ହେଉଛନ୍ତି ଏବଂ ସଙ୍ଗଠିତ କ୍ଷେତ୍ରରେ ନୂତନ ନିଯୁକ୍ତି ବହୁ ମାତ୍ରାରେ ଦେଶର ଯୁବକମାନେ ଲାଭ କରୁଛନ୍ତି।

ଚଳିତ ମାସରେ ପ୍ରାୟ 4.07 ଲକ୍ଷ ସବସ୍କ୍ରାଇବର୍ସ ଇପିଏଫଓରୁ ବାଦ୍ ପଡ଼ିଛନ୍ତି ଏବଂ 11.72 ଲକ୍ଷ ସଦସ୍ୟ ବାହାରି ଯାଇ ପୁଣି ଥରେ ଇପିଏଫଓରେ ସାମିଲ୍ ହୋଇଛନ୍ତି। ଏହି ସଦସ୍ୟମାନେ ଅନ୍ତିମ ସେଟେଲମେଣ୍ଟର ବିକଳ୍ପ ବାଛିବା ପରିବର୍ତ୍ତେ ପାଣ୍ଠିର ଟ୍ରାନ୍‌ସଫର ମାଧ୍ୟମରେ ନିଜର ସଦସ୍ୟତା ବଜାୟ ରଖିବାର ବିକଳ୍ପକୁ ବାଛିଛନ୍ତି। ଏହାର ଶ୍ରେୟ ଇପିଏଫଓ ଦ୍ବାରା ନିରନ୍ତର ଏବଂ ନିର୍ବାଧ ସେବା ବିତରଣ ପାଇଁ ଉଠା ଯାଇଥିବା ବିଭିନ୍ନ ଇ-ପଦକ୍ଷେପକୁ ଦିଆ ଯାଇପାରେ।

ପେରୋଲ୍ ଡାଟା ଲିଙ୍ଗ-ୱାରି ବିଶ୍ଳେଷଣରୁ ସଙ୍କେତ ମିଳିଥାଏ ଯେ ଜୁଲାଇ 2022 ରେ ନେଟ୍ ମହିଳା ସଦସ୍ୟଙ୍କ ନାମାଙ୍କନ 4.06 ଲକ୍ଷ ରହିଛି। ନାମାଙ୍କନ ଡାଟାର ବର୍ଷ ପରେ ବର୍ଷ ତୁଳନାରୁ ଜଣା ଯାଇଛି ଯେ ଗତ ବର୍ଷ ଜୁଲାଇ 2021 ସମୟରେ ନୂଆ ମହିଳା ସଦସ୍ୟଙ୍କ ତୁଳନାରେ ଜୁଲାଇ 2022 ରେ ସଙ୍ଗଠିତ କାର୍ଯ୍ୟବଳରେ ମହିଳାମାନଙ୍କର ନୂତନ ସଦସ୍ୟତାରେ 34.84 ପ୍ରତିଶତର ବୃଦ୍ଧି ହୋଇଛି।

ଚଳିତ ମାସ ସମୟରେ ଇପିଏଫଓ ରେ ସାମିଲ୍ ହେଉଥିବା ସମୁଦାୟ ନୂତନ ସଦସ୍ୟରେ ମହିଳା କାର୍ଯ୍ୟବଳର ନାମାଙ୍କନ 27.54 ପ୍ରତିଶତରେ ଦାଖଲ କରାଯାଇଛି, ଯାହା କି ଗତ 12 ମାସରେ ସବୁଠାରୁ ଅଧିକ ଅଟେ। ଏହା ସୂଚୀତ କରିଥାଏ ଯେ ଇପିଏଫସରେ ସାମିଲ୍ ହୋଇଥିବା ନୂତନ ସଦସ୍ୟମାନଙ୍କ ମଧ୍ୟରେ, ସଂଙ୍ଗଠିତ କ୍ଷେତ୍ରରେ ମହିଳାମାନଙ୍କ ଭାଗିଦାରୀ ବୃଦ୍ଧି ହେଉଛି।

ରାଜ୍ୟ ୱାରି ପେରୋଲର ଡାଟା ଏହି ବିଷୟକୁ ସୂଚୀତ କରୁଛି ଯେ ତାମିଲନାଡ଼ୁ, ଦିଲ୍ଲୀ, ତେଲଙ୍ଗାନା, ଆନ୍ଧ୍ର ପ୍ରଦେଶ ଏବଂ ମଧ୍ୟ ପ୍ରଦେଶ ରାଜ୍ୟରେ ମାସ ପରେ ମାସ ନେଟ୍ ସଦସ୍ୟ ବୃଦ୍ଧି ହେଉଥିବା ଲକ୍ଷ୍ୟ କରାଯାଇଛି। ଚଳିତ ମାସରେ ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡ଼ୁ, ହରିୟାନା, ଗୁଜରାଟ ଏବଂ ଦିଲ୍ଲୀ ରାଜ୍ୟ ପ୍ରାୟ 12.46 ଲକ୍ଷ ନେଟ୍ ସବସ୍କ୍ରାଇବର୍ସକୁ ସାମିଲ୍ କରିଛି, ଯାହାକି ସମଗ୍ର ବୟସ ବର୍ଗରେ ସମୁଦାୟ ବେତନ ବୃଦ୍ଧିର 68.36 ପ୍ରତିଶତ ଅଟେ।

ଉଦ୍ୟୋଗ-ୱାରି ପେରୋଲ୍ ଡାଟାର ବର୍ଗୀକରଣ ଦେଖାଇଥାଏ ଯେ ଚଳିତ ମାସରେ ସମୁଦାୟ ସଦସ୍ୟତା ବୃଦ୍ଧିର 46.20 ପ୍ରତିଶତ ଅଂଶ ମୁଖ୍ୟ ରୂପେ ଦୁଇଟି ଶ୍ରେଣୀରୁ ଆସିଛି ଅର୍ଥାତ୍ – ‘ବିଶେଷଜ୍ଞ ସେବା’ (ଯେଉଁଥିରେ ଶ୍ରମଶକ୍ତି ଏଜେନ୍ସି, ଘରୋଇ ସୁରକ୍ଷା ଏଜେନ୍ସି ଏବଂ ଛୋଟ ଠିକାଦାର ଆଦି ସାମିଲ୍ ରହିଛନ୍ତି) ଏବଂ ‘‘ଟ୍ରେଡିଂ-କମର୍ସିଆଲ୍ ପ୍ରତିଷ୍ଠାନ’’। ଗତ ମାସର ଉଦ୍ୟୋଗୱାରି ଡାଟା ତୁଳନାରେ ‘ସ୍କୁଲ୍‌’, ଭବନ ଏବଂ ନିର୍ମାଣ ଉଦ୍ୟୋଗ’, ‘ଆର୍ଥିକ ପ୍ରତିଷ୍ଠାନ’ ଆଦି ଉଦ୍ୟୋଗରେ ନାମାଙ୍କନ ଅଧିକ ହୋଇଥିବା ଦେଖାଯାଇଛି।

ଏହି ପେରୋଲ୍ ଡାଟା ପ୍ରୋଭିଜନାଲ୍ ଅଟେ କାରଣ ଡାଟା ସୃଷ୍ଟି ଏକ ନିରନ୍ତର ପ୍ରକ୍ରିୟା ଅଟେ, କାରଣ କର୍ମଚାରୀ ରେକର୍ଡ଼ର ଅପଡେଟ୍ କରିବା ମଧ୍ୟ ଏକ ନିରନ୍ତର ପ୍ରକ୍ରିୟା ଅଟେ। ଗତ ଡାଟା ଏଥିପାଇଁ ପ୍ରତି ମାସରେ ଅପଡେଟ୍ କରାଯାଇଥାଏ। ଏପ୍ରିଲ୍ 2018 ମାସରେ ଇପିଏଫଓ ସେପ୍ଟେମ୍ବର 2017 ର ଅବଧିକୁ କଭର କରି ପେରୋଲ୍ ଡାଟା ଜାରି କରୁଛି। ମାସିକ ପେରୋଲ୍ ଡାଟାରେ ଆଧାର ମାନ୍ୟ ୟୁନିଭର୍ସାଲ୍ ଆକାଉଣ୍ଟ ନମ୍ବର (ୟୁଏଏନ୍) ଜରିଆରେ ପ୍ରଥମ ଥର ଇପିଏଫଓରେ ସାମିଲ୍ ହେଉଥିବା ସଦସ୍ୟମାନଙ୍କର ସଂଖା ଏବଂ ବାହାରି ଯାଇ ପୁଣି ଥରେ ସାମିଲ୍ ହୋଇଥିବା ସଦସ୍ୟମାନଙ୍କର ସଂଖ୍ୟାର ନେଟ୍ ମାସିକ ପେରୋଲ୍ ସଂଖ୍ୟା ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ନିଆଯାଇଥାଏ।

ଆଜିକାଲି ସ୍ମାର୍ଟଫୋନର ବ୍ୟାପକ ବ୍ୟବହାର କାରଣରୁ ଇପିଏଫଓ ମୋବାଇଲ୍ ଗଭର୍ଣ୍ଣାନ୍‌ସ ମାଧ୍ୟମରେ ଏହାର ସେବାକୁ ଆହୁରି ଅଧିକ ବ୍ୟାପକ କରିପାରିଛି। ଇପିଏଫଓ ଏବେ ସଦସ୍ୟମାନଙ୍କୁ ସହାୟତା ପାଇଁ ଟ୍ବିଟର, ହ୍ବାଟ୍‌ସଆପ୍ ଓ ଫେସବୁକ୍ ରେ ମଧ୍ୟ ଉପଲବ୍ଧ ରହିଛି।

BS


(Release ID: 1861036) Visitor Counter : 135