ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଏସସିଓ ସମ୍ମିଳନୀରେ ଯୋଗଦେବା ପାଇଁ ସମରକନ୍ଦରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

Posted On: 16 SEP 2022 8:57AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଜବେକିସ୍ତାନର ରାଷ୍ଟ୍ରପତି ମାନ୍ୟବର ଶ୍ରୀ ସଭକାଟ ମିର୍ଜିୟୋଭେଙ୍କ ଆମନ୍ତ୍ରଣ କ୍ରମେ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ର ରାଜ୍ୟ ମୁଖ୍ୟ ପରିଷଦର ୨୨ ତମ ବୈଠକରେ ଯୋଗଦେବା ପାଇଁ ଆଜି ସନ୍ଧ୍ୟାରେ ଉଜବେକିସ୍ତାନର ସମରକନ୍ଦରେ ପହଞ୍ଚିଛନ୍ତି । 

ସମରକନ୍ଦରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଉଜବେକିସ୍ତାନର ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀ ଅବଦୁଲ୍ଲା ଆରିପୋଭ ଭବ୍ୟ ସ୍ୱାଗତ କରିଥିଲେ । ବିମାନବନ୍ଦରରେ ପ୍ରଧାନମନ୍ତ୍ରୀଙ୍କୁ ଅନେକ ମନ୍ତ୍ରୀ, ସମରକନ୍ଦର ରାଜ୍ୟପାଳ ତଥା ଉଜବେକିସ୍ତାନ ସରକାରଙ୍କ ଅନ୍ୟ ବରିଷ୍ଠ ଅଧିକାରୀମାନେ ସ୍ୱାଗତ କରିଥିଲେ ।

ଆସନ୍ତାକାଲି ସକାଳେ, ୧୬ ସେପ୍ଟେମ୍ବର ୨୦୨୨ ରେ, ପ୍ରଧାନମନ୍ତ୍ରୀ ଏସସିଓ ସମ୍ମିଳନୀରେ ଅଂଶଗ୍ରହଣ କରିବେ ଏବଂ ଉଜବେକିସ୍ତାନର ରାଷ୍ଟ୍ରପତି ଏବଂ ଏହି ସମ୍ମିଳନୀରେ ଯୋଗ ଦେଇଥିବା ଅନ୍ୟ କେତେକ ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ।

HS



(Release ID: 1859923) Visitor Counter : 123