ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ
azadi ka amrit mahotsav

୩୦ ଅଗଷ୍ଟ ୨୦୨୨ ସୁଦ୍ଧା ୮୮୧.୩୦ ଲକ୍ଷ ମେଟ୍ରିକ ଟନ୍‌ ଧାନ କ୍ରୟ


୧,୭୨,୭୩୪.୬୯ କୋଟି ଟଙ୍କାର ଏମଏସପି ମୂଲ୍ୟ ପ୍ରଦାନ ଦ୍ବାରା ଲାଭାନ୍ବିତ ହେଲେ ପ୍ରାୟ ୧୩୦.୬୫ ଲକ୍ଷ ଚାଷୀ

୩୦ ଅଗଷ୍ଟ ୨୦୨୨ ସୁଦ୍ଧା ୧୮୭.୯୨ ଲକ୍ଷ ମେଟ୍ରିକ ଟନ୍‌ ଗହମ କ୍ରୟ; ୩୭,୮୬୬.୧୩ କୋଟି ଟଙ୍କାର ଏମଏସପି ମୂଲ୍ୟ ପ୍ରଦାନ ଦ୍ବାରା ଲାଭାନ୍ବିତ ହେଲେ ପ୍ରାୟ ୧୭.୮୩ ଲକ୍ଷ ଚାଷୀ

୨୦୨୧-୨୨ ଖରିଫ ବିପଣନ ଋତୁ ଏବଂ ୨୦୨୨-୨୩ ରବି ବିପଣନ ଋତୁରେ ଏମଏସପି ଦରରେ ଫସଲ କ୍ରୟ ସ୍ଥିତି ଉଲ୍ଲେଖନୀୟ

ପୋଷ୍ଟ କରାଯିବା ଦିନାଙ୍କ: 31 AUG 2022 5:26PM by PIB Bhubaneswar

୨୦୨୧-୨୨ ଖରିଫ ବିପଣନ ଋତୁରେ କେନ୍ଦ୍ରୀୟ ପୁଲ ଅନ୍ତର୍ଗତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ଧାନ କ୍ରୟ ସୁଗମ ଭାବେ ଜାରି ରହିଛି ।

୩୦ ଅଗଷ୍ଟ ୨୦୨୨ ସୁଦ୍ଧା ମୋଟ୍‌ ୮୮୧.୩୦ ଲକ୍ଷ ମେଟ୍ରିକ ଟନ୍‌ ପରିମାଣର ଧାନ (୭୫୯.୩୨ ଲକ୍ଷ ମେଟ୍ରିକ ଟନ ଖରିଫ ଫସଲ ଏବଂ ୧୨୧.୯୮ ଲକ୍ଷ ମେଟ୍ରିକ ଟନ୍‌ ରବି ଫସଲ ସାମିଲ ରହିଛି) କିଣାଯାଇଛି । ୧,୭୨,୭୩୪.୬୯ କୋଟି ଟଙ୍କାର ଏମଏସପି ମୂଲ୍ୟ ସହିତ ପ୍ରାୟ ୧୩୦.୬୫ ଲକ୍ଷ ଚାଷୀ ଲାଭବାନ ହୋଇଛନ୍ତି ।

 

୨୦୨୨-୨୩ ରବି ବିପଣନ ଋତୁ ସମୟରେ ଗହମ କ୍ରୟ

୨୦୨୨-୨୩ ରବି ବିପଣନ ଋତୁରେ ୩୦ ଅଗଷ୍ଟ ୨୦୨୨ ସୁଦ୍ଧା ୧୮୭.୯୨ ଲକ୍ଷ ମେଟ୍ରିକ ଟନ୍‌ ଗହମ କିଣାଯାଇଛି । ୩୭,୮୬୬.୧୩ କୋଟି ଟଙ୍କାର ଏମଏସପି ମୂଲ୍ୟ ପ୍ରଦାନ ଦ୍ବାରା ପ୍ରାୟ ୧୭.୮୩ ଲକ୍ଷ ଚାଷୀ ଲାଭାନ୍ବିତ ହୋଇଛନ୍ତି । 

 

********

P.S.


(ରିଲିଜ ଆଡି: 1855835) ପରିଦର୍ଶକ କାଉଣ୍ଟର : 176
ଏହି ରିଲିଜ ପଢନ୍ତୁ : Tamil , Urdu , हिन्दी , Punjabi , English , Telugu