ରାଷ୍ଟ୍ରପତିଙ୍କ ସଚିବାଳୟ

ଗଣେଶ ଚତୁର୍ଥୀ ଅବସରରେ ଭାରତର ରାଷ୍ଟ୍ରପତିଙ୍କ ଶୁଭେଚ୍ଛା

Posted On: 30 AUG 2022 5:24PM by PIB Bhubaneshwar

ଗଣେଶ ଚତୁର୍ଥୀ ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । 

ଏକ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି ଯେ “ ଗଣେଶ ଚତୁର୍ଥୀର ପବିତ୍ର ଅବସରରେ ମୁଁ ଭାରତ ଓ ବିଦେଶରେ ଥିବା ସମସ୍ତ ନାଗରିକଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି ।”

ଜ୍ଞାନ, ସମୃଦ୍ଧି ଓ ସୌଭାଗ୍ୟର ପ୍ରତୀକ ପ୍ରଭୁ ଗଣେଶଙ୍କ ଜନ୍ମଦିନକୁ ଗଣେଶ ଚତୁର୍ଥୀ ଭାବେ ପାଳନ କରାଯାଇଥାଏ । ପ୍ରଭୁ ଗଣେଶଙ୍କୁ ବିଘ୍ନ ବିନାଶନ ଓ ମଙ୍ଗଳ ମୂର୍ତ୍ତି ଭାବେ ବିବେଚନା କରାଯାଏ ।

ଏହି ଅବସରରେର ଶାନ୍ତି ଓ ସୌହାର୍ଦ୍ଦ୍ୟ ନିମନ୍ତେ ଆସନ୍ତୁ ପ୍ରଭୁ ଗଣେଶଙ୍କ ଆଶୀର୍ବାଦ ପାଇଁ ପ୍ରାର୍ଥନା କରିବା । ବିଶ୍ୱ ଶାନ୍ତି ଓ ଖୁସି ପାଇଁ ଆମେ ପ୍ରାର୍ଥନା କରିବା ।

 

*****

SM/SLP



(Release ID: 1855566) Visitor Counter : 158