ସଂସ୍କୃତି ମନ୍ତ୍ରଣାଳୟ
ହର ଘର ତିରଙ୍ଗା ୱେବ୍ ସାଇଟ୍ରେ ୫ କୋଟିରୁ ଅଧିକ ତିରଙ୍ଗା ସେଲ୍ଫି ଅପଲୋଡ୍ ହୋଇଛି
ଏହା ପ୍ରକୃତରେ ଦେଶକୁ ଭଲ ପାଇବାର ସାମୂହିକ ଅଭିବ୍ୟକ୍ତି ଏବଂ ମାତୃଭୂମି ସହିତ ସଂଯୋଗର ଏକ ବିଶେଷ ମୁହୂର୍ତ : ଶ୍ରୀ ଜି. କିଷନ ରେଡ୍ଡୀ
Posted On:
15 AUG 2022 5:59PM by PIB Bhubaneshwar
ହର ଘର ତିରଙ୍ଗା ୱେବ୍ ସାଇଟ୍ରେ ଲୋକ ମାନଙ୍କ ଦ୍ୱାରା ୫ କୋଟିରୁ ଅଧିକ ପରିମାଣର ତିରଙ୍ଗା ସେଲ୍ଫି ଅପଲୋଡ୍ ହୋଇଛି, ଯାହା ହେଉଛି ଏକ ଏକ ଚମତ୍କାର ସଫଳତା ।
୧୫ ଅଗଷ୍ଟ, ୨୦୨୨ରେ ୭୫ ସପ୍ତାହର କାଉଂଟଡାଉନ୍ ସମ୍ପୂର୍ଣ୍ଣ ହୋଇ ଯିବା ପରେ, ଭାରତ ସ୍ୱାଧୀନତାର ୭୬ ତମ ବର୍ଷର ଆରମ୍ଭ କରିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜଦୀର ଅମୃତ ମହୋତ୍ସବ ପାଳନ ନିମନ୍ତେ ନୋଡାଲ୍ ମନ୍ତ୍ରଣାଳୟ, ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ସଂଚାଳିତ ହର ଘର ତିରଙ୍ଗା ନାମରେ ଏକ ପଦକ୍ଷେପ ଆରମ୍ଭ ହୋଇ ଯାଇଛି ।
ଏହି ପଦକ୍ଷେପ ଅମୃତ କାଳ (ଏବେ ଠାରୁ ୨୫ ବର୍ଷ@୨୦୪୭ ପର୍ଯ୍ୟନ୍ତ) ସମୟରେ ରାଷ୍ଟ୍ର ନିର୍ମାଣ ପ୍ରତି ପ୍ରତିବଦ୍ଧତା ରୂପରେ ତିରଙ୍ଗା ସହିତ ଗଭୀର ବ୍ୟକ୍ତିଗତ ସମ୍ବନ୍ଧକୁ ପ୍ରୋତ୍ସାହିତ କରିବା ନିମନ୍ତେ ସମର୍ପିତ ଅଟେ । ଏହା ଅନୁସାରେ ଭାରତୀୟ ମାନେ ସମସ୍ତ ସ୍ଥାନରେ – ଘରେ ହେଉ କିମ୍ବା କାର୍ଯ୍ୟସ୍ଥଳରେ ପତାକା ଉଡାଇବା ନିମନ୍ତେ ଅନୁରୋଧ କରା ଯାଇଥିଲା ।
ଏକ ମିଳିତ ପ୍ରାରୂପରେ ପରିକଳ୍ପିତ ହୋଇଥିବା ଏହି କାର୍ଯ୍ୟକ୍ରମ ବ୍ୟକ୍ତିଗତ ପ୍ରସଙ୍ଗରେ ପତାକା ସହିତ ଏକ ବ୍ୟକ୍ତିଗତ ଏବଂ ଭାବନାତ୍ମକ ସମ୍ବନ୍ଧକୁ ଧାରଣ କରିଥାଏ । ଏହି ପଦକ୍ଷେପ ନିମନ୍ତେ ସ୍ୱତନ୍ତ୍ର ୱେବ୍ ସାଇଟ୍ (www.harghartiranga.com) କରା ଯାଇଥିଲା । ଏହି ୱେବ୍ ସାଇଟ୍ରେ ପତାକା ସହିତ ସେଲ୍ଫି ଅପଲୋଡ୍ କରି ଏକ ସାମୂହିକ ଉତ୍ସବ ପାଳନ କରିବା ଏବଂ ଦେଶଭକ୍ତିର ଉତ୍ସାହ ବଢ଼ାଇବା ନିମନ୍ତେ ପରିକଳ୍ପନା କରା ଯାଇଥିଲା ।
ଏହା ପୂର୍ବରୁ ଆଜି ସକାଳେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱାଧୀନତା ଦିବସ ଅବସରରେ ତାଙ୍କର ସମ୍ବୋଧନରେ କହିଥିଲେ ଯେ, ଗତ କିଛି ଦିନ ଭିତରେ, ଆମେମାନେ ଏକ ନୂତନ ଶକ୍ତିକୁ ଦେଖିଛେ ଏବଂ ଅନୁଭବ କରିଛେ, ଯାହା ସାମୂହିକ ବିବେକର ପୁର୍ନଜାଗରଣ ଥିଲା ଏବଂ ଏହି ସାମୂହିକ ଅନ୍ତରାତ୍ମା ଦେଶର ସବୁଠାରୁ ବଡ ସମ୍ପତି ଅଟେ । ଏହା ସେହି ଅମୃତ/ ମଧୁ ଭଳି ଅଟେ, ଯାହା ସ୍ୱାଧୀନତାର ସଂଗ୍ରାମ ବର୍ଷ ଗୁଡିକରେ ସୃଷ୍ଟି ହୋଇଥିଲା ।
ମାନନୀୟ ପ୍ରଧାନମନ୍ତ୍ରୀ ୨୨ ଜୁଲାଇ, ୨୦୨୨ରେ ଘରେ ଘରେ ଜାତୀୟ ପତାକାକୁ ଉଡାଇ କିମ୍ବା ଲଗାଇ ‘ହର ଘର ତିରଙ୍ଗା’ ଆନ୍ଦୋଳନରେ ସାମିଲ୍ ହେବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ ।
ଭାରତର ଇତିହାସରେ ଏହି ବିଶେଷ ମୁହୂର୍ତର ଉତ୍ସବକୁ ପାଳନ କରୁଥିବା ଭାରତ ଏବଂ ସାରା ବିଶ୍ୱର ଅନେକ ବ୍ୟକ୍ତିଙ୍କର ଭାଗୀଦାରୀତା କାରଣରୁ ଆଜି ଦ୍ୱିପ୍ରହର ପରେ ପ୍ରାୟ ୪ ଟା ବେଳକୁ ୫ କୋଟି ତିରଙ୍ଗା ସେଲ୍ଫି ୱେବ୍ ସାଇଟ୍ ମାଧ୍ୟମରେ ହାସଲ କରା ଯାଇଛି । ସ୍ୱାଧୀନତାର ୭୫ ବର୍ଷକୁ ସ୍ମରୋଣତ୍ସବ କରିବା ନିମନ୍ତେ ୧୨ ମାର୍ଚ୍ଚ ୨୦୨୧ ରୁ ଆରମ୍ଭ ହୋଇଥିବା ୭୫ ସପ୍ତାହର କାଉଂଟଡାଉନ୍ ୧୫ ଅଗଷ୍ଟ, ୨୦୨୨ ପର୍ଯ୍ୟନ୍ତ ଆରମ୍ଭ ହୋଇଥିଲା ଏବଂ ୧୫ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ଏହା ଚାଲୁ ରହିବ ।
ଏହି ଅନୁଭବ ଉପରେ ବିଚାର କରି ସଂସ୍କୃତି, ପର୍ଯ୍ୟଟନ ଏବଂ ଉତର ପୂର୍ବାଂଚଳ ବିକାଶ ମନ୍ତ୍ରୀ ଶ୍ରୀ ଜି. କିଶାନ ରେଡ୍ଡୀ କହିଥିଲେ ଯେ, “୫ କୋଟି ତିରଙ୍ଗା ସେଲ୍ଫି ‘ଦେଶ ପ୍ରଥମ ଏବଂ ସର୍ବଦା ପ୍ରଥମ’ର ଚିନ୍ତାଧାରା ରଖିବା ନିମନ୍ତେ କର୍ତବ୍ୟରତ ଭାରତୀୟ ମାନଙ୍କର ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଛି । ଧନ୍ୟବାଦ, ଭାରତ । ଏହା ପ୍ରକୃତରେ ମାତୃଭୂମି ପ୍ରତି ଭଲ ପାଇବା ଏବଂ ସଂଯୋଗର ସାମୂହିକ ଅଭିବ୍ୟକ୍ତିକୁ ପ୍ରଦର୍ଶନ କରିବାର ଏକ ବିଶେଷ ମୁହୂର୍ତ ଅଟେ । ମୁଁ ସମସ୍ତଙ୍କୁ ସ୍ୱାଧୀନତା ଦିବସର ବହୁତ ବହୁତ ଶୁଭ କାମନା ଜଣାଉଛି ।”
ସେ ଏହା ମଧ୍ୟ ସଙ୍କେତ ଦେଇଥିଲେ ଯେ, ଏକ ଗତିବିଧି ରୂପରେ , ୱେବ୍ସାଇଟ୍ ଲୋକ ମାନଙ୍କୁ ସେମାନଙ୍କ ଆଇପିର ଆଧାରରେ ଯେକୌଣସି ସ୍ଥାନରେ ଡିଜିଟାଲ୍ ରୂପରେ ‘ଫ୍ଲାଗ୍ ପିନ୍’ କରିବାର ସୁବିଧା ପ୍ରଦାନ କରିଛି । ଏହି ବିଶେଷତା ମାଧ୍ୟମରେ ସମଗ୍ର ଭାରତ ଏବଂ ବିଶ୍ୱ ସ୍ତରରେ ଭାଗୀଦାରୀ ୫ କୋଟିରୁ ଅଧିକ ହେବା ସହିତ ଏହି ମାଇଲ୍ ଖୁଂଟକୁ ଅତିକ୍ରମ କରି ଏଥିରେ ଏକ ବଡ ଉତ୍ସାହ ଦେଖା ଯାଇଛି ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ନିଜର ସ୍ୱାଧୀନତା ଦିବସର ସମ୍ବୋଧନରେ ଦେଶକୁ ଏହା ମଧ୍ୟ କହିଥିଲେ, “ମୁଁ ଯୁବକ ମାନଙ୍କୁ ନିଜ ଜୀବନର ଆଗାମୀ ୨୫ ବର୍ଷ ଦେଶର ବିକାଶ ନିମନ୍ତେ ସମର୍ପିତ କରିବା ପାଇଁ ଅନୁରୋଧ କରୁଛି । ଆମେ ସମଗ୍ର ମାନବ ଜାତିର ବିକାଶ ଦିଗରେ କାର୍ଯ୍ୟ କରିବା । ଏହା ଭାରତର ଶକ୍ତି ଅଟେ ।”
ପତାକା ସହିତ ୫ କୋଟି ସେଲ୍ଫି ହାସଲ କରାଯିବା ଭାରତକୁ ଶୀର୍ଷ ସ୍ଥାନରେ ରଖିବା ଏବଂ ଭାରତକୁ ସର୍ବୋଚ୍ଚ ରାଷ୍ଟ୍ର କରିବା କ୍ଷେତ୍ରରେ ୫ କୋଟି ପ୍ରତିଶ୍ରୁତିର ପ୍ରମାଣ ଅଟେ ।
*****
SSP
(Release ID: 1852117)