ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ
ଭାରତୀୟ ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ଆଜାଦୀ କା ଅମୃତ ମହୋତ୍ସବ ପ୍ରଦର୍ଶନୀର ଉଦ୍ଘାଟନ କରିଛନ୍ତି ଶ୍ରୀ ନିତିଶ ଗଡକରୀ
ପୋଷ୍ଟ କରାଯିବା ଦିନାଙ୍କ:
13 AUG 2022 4:49PM by PIB Bhubaneswar
କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ଶ୍ରୀ ନିତୀନ ଗଡକରୀ ଆଜି ନାଗପୁର ସ୍ଥିତ ଗଣେଶପେଠର ସେଂଟ୍ରାଲ୍ ବସ୍ ଷ୍ଟେସନ୍ ଠାରେ କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ (ଏମ୍ଓଆରଟିଏଚ୍) ଦ୍ୱାରା ଆୟୋଜିତ ସ୍ୱାଧୀନତା ସଂଗ୍ରାମୀ ଏବଂ ଏହି ସଂଗ୍ରାମର ମହାପୁରୁଷ ମାନଙ୍କର ଏକ ଫଟୋ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ ।

ଶ୍ରୀ ଗଡକରୀ ଏହି ଅବସରରେ ଉପସ୍ଥିତ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଏବଂ ସେମାନଙ୍କ ପରିବାରକୁ ସମ୍ମାନିତ କରିଥିଲେ ।

ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ପାଳିତ ହେଉଥିବା ଆଜାଦୀର ଅମୃତ ମହୋତ୍ସବ ପାଳନ ଉଦ୍ଦେଶ୍ୟରେ ଏମ୍ଓଆର୍ଟିଏଚ୍ ସାରା ଦେଶରେ ୭୫ଟି ବସ୍ ଷ୍ଟେସନ୍ ଗୁଡିକରେ ପ୍ରଦର୍ଶନୀର ଆୟୋଜନ କରୁଛି, ଯାହା ଦ୍ୱାରା ଯେଉଁ ବ୍ୟକ୍ତି ବିଶେଷ ସ୍ୱାଧୀନ ଭାରତର ଗୌରବଶାଳୀ ଯାତ୍ରାରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି, ସେମାନଙ୍କୁ ମନେ ପକା ଯାଇପାରିବ ।

ଏହି ପ୍ରଦର୍ଶନୀ ଗୁଡିକ ଭାରତର ସ୍ୱାଧୀନତା ସଂଗ୍ରାମ ଏବଂ ଭାରତକୁ ସ୍ୱାଧୀନ କରିବା କ୍ଷେତ୍ରରେ ଯେଉଁ ବୀର ପୁରୁଷ ଏବଂ ମହିଳା ମାନଙ୍କର ଅବଦାନ ରହିଛି ଏବଂ ଯେଉଁମାନେ ନିଜ ଜୀବନର ବଳିଦାନ ଦେଇଛନ୍ତି ସେମାନଙ୍କୁ ଚିତ୍ରିତ କରିବ । ଏହା ସମ୍ବିଧାନର ପ୍ରସ୍ତୁତି ଏବଂ ଜୀବନର ସମସ୍ତ କ୍ଷେତ୍ରର ଆମର ସମସ୍ତ ନେତା ତଥା ପୁରୁଷ ଏବଂ ମହିଳା ମାନଙ୍କର ଯୋଗଦାନ ଉପରେ ମଧ୍ୟ ଆଲୋକପାତ କରିବ ।
****
SSP
(ରିଲିଜ ଆଡି: 1851599)
ପରିଦର୍ଶକ କାଉଣ୍ଟର : 245