ସହଯୋଗ ମନ୍ତ୍ରଣାଳୟ

କେନ୍ଦ୍ର ଗୃହ ଏବଂ ସହକାରିତା ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀ ଠାରେ ଗଭର୍ଣମେଣ୍ଟ ଇ ମାର୍କେଟ ପ୍ଲେସ୍ (ଜିଇଏମ୍‌) ପୋର୍ଟାଲ୍‌ରେ ସହଯୋଗିତା ଗୁଡିକ ଲାଗୁ କରାଯିବା (ଅନ୍ ବୋର୍ଡିଂ)ର ଶୁଭାରମ୍ଭ କରିଛନ୍ତି

Posted On: 09 AUG 2022 6:48PM by PIB Bhubaneshwar

ଆଜିର ଦିବସଟି ସହକାରିତା ନିମନ୍ତେ ଏକ ମହତ୍ୱପୂର୍ଣ୍ଣ ଦିନ ଅଟେ, ଯେହେତୁ ଆଜି ସାରା ଦେଶରେ ସମସ୍ତ ସମବାୟ ସମିତି ଗୁଡିକ ନିମନ୍ତେ ଜିଇଏମ୍ (ଜେମ୍‌)ର ଦ୍ୱାର ଉନ୍ମୁକ୍ତ ହୋଇ ଯାଇଛି।

ସହକାରିତା କ୍ଷେତ୍ରରେ ଅନେକ ସମ୍ଭାବନା ରହିଛି ଏବଂ ଏହି କ୍ଷେତ୍ରର ବିସ୍ତାର ନିମନ୍ତେ ଜିଇଏମ୍ ପୋର୍ଟାଲ୍ ଏକ ବହୁତ ଉପଯୋଗୀ ମଂଚ ସାବ୍ୟସ୍ତ ହେବ

ପ୍ରଧାନମନ୍ତ୍ରୀ ମୋଦୀ ଜୀ ଙ୍କ ନେତୃତ୍ୱରେ ସହକାରିତା ମନ୍ତ୍ରଣାଳୟ ସମବାୟ ସମିତି ଗୁଡିକ ନିମନ୍ତେ ଅନେକ ଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛି ଏବଂ ଗତ ଏକ ବର୍ଷ ମଧ୍ୟରେ ମନ୍ତ୍ରଣାଳୟ ୨୫ ରୁ ୩୦ ଟି ପଦକ୍ଷେପ ଉପରେ ଲଗାତର ଭାବରେ କାର୍ଯ୍ୟ କରି ଆସୁଛି।

ପାକ୍ସ ଠାରୁ ଆରମ୍ଭ କରି ଆପେକ୍ସ ପର୍ଯ୍ୟନ୍ତ ଏକ ସାମଗ୍ରିକ ଦୃଷ୍ଟିକୋଣ ସହିତ ସହକାରିତା ନୀତି ମଧ୍ୟ ପ୍ରସ୍ତୁତ କରା ଯାଉଛି, ସରକାରଙ୍କର ସହକାରିତାକୁ ବିସ୍ତାର କରିବାର ଅଛି, କିନ୍ତୁ ଏହାର କୌଣସି ଡାଟା ବେସ୍ ନାହିଁ । ଏହି କାରଣରୁ ମନ୍ତ୍ରଣାଳୟ ସମସ୍ତ ପ୍ରକାରର ସମବାୟ ସମିତି ଗୁଡିକର ଏକ ଜାତୀୟ ସ୍ତରର ଡାଟା ବେସ୍ ପ୍ରସ୍ତୁତ କରୁଛନ୍ତି ।

ଦେଶର ୬୦ କୋଟି ଲୋକ ଏମିତି ଥିଲେ, ଯେଉଁ ମାନଙ୍କର ସାରା ଦିନ ଦୁଇ ବେଳା ଖାଇବା ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀର ଯୋଗାଡ କରିବା ଚିନ୍ତାରେ କଟି ଯାଉଥିଲା ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଗରିବ ଲୋକ ମାନଙ୍କର ବ୍ୟାଙ୍କ ଆକାଉଂଟ ଖୋଲି, ଗ୍ୟାସ୍ ସିଲିଣ୍ଡର ଯୋଗାଇ, ଶୌଚାଳୟ, ବିଦ୍ୟୁତ୍‌, ବିଶୁଦ୍ଧ ପାନୀୟ ଜଳ ଏବଂ ମାଗଣାରେ ଖାଦ୍ୟଶସ୍ୟ ପ୍ରଦାନ କରି ସେମାନଙ୍କର ପ୍ରାଥମିକ ଆବଶ୍ୟକତା ଗୁଡିକୁ ପୂରଣ କରି ଏହି ୬୦ କୋଟି ଲୋକ ମାନଙ୍କର ଆଶା ଆକାଂକ୍ଷାକୁ ଉଜ୍ଜୀବିତ କରିଛନ୍ତି, ଏବଂ ସହକାରିତା କ୍ଷେତ୍ର ଏହି ସମସ୍ତ ଆଶା ତଥା ଆକାଂକ୍ଷାକୁ ପୂରଣ କରିବାର ସମ୍ଭାବନା ମଧ୍ୟ ରହିଛି ।

ସମବାୟ ମଡେଲ୍ ଏମିତି ଏକ ମଡେଲ୍ ଅଟେ, ଯେଉଁଥିରେ କମ୍ ପୁଞ୍ଜିରେ ମଧ୍ୟ ଲୋକମାନେ ଏକତ୍ରିତ ହୋଇ ବଡରୁ ବଡ କାମକୁ ସରଳତା ପୂର୍ବକ କରି ପାରିବେ ।

କୌଣସି ବି ବ୍ୟବସ୍ଥା ଯଦି ସମୟ ସହିତ ନିଜକୁ ପରିବର୍ତନ ନ କରେ, ତେବେ ତାହା ବ୍ୟବହାର ଅନୁପଯୋଗୀ ହୋଇ ଯାଇଥାଏ, ତେଣୁ ସମବାୟ କ୍ଷେତ୍ରର ବିସ୍ତାର କରିବା ନିମନ୍ତେ ଏଥିରେ ପରିବର୍ତନ ଆଣିବା ଆବଶ୍ୟକ ଅଟେ ।

ସ୍ୱାଧୀନତା ପରେ ଏହି କ୍ଷେତ୍ରକୁ ଅଣଦେଖା କରା ଯାଇ ଆସିଛି, କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ଜୀ ଐତିହାସିକ ପରିବର୍ତନ ଗୁଡିକ ତଥା ଆଧୁନିକୀକରଣ ସହିତ ଏହାର ବିସ୍ତାରକୁ ତ୍ୱରିତ ଗତି ପ୍ରଦାନ କରୁଛନ୍ତି ।

ଏକ ରପ୍ତାନୀ ଗୃହ ମଧ୍ୟ ପଞ୍ଜିକୃତ କରା ଯାଉଛି, ଯାହାର ପ୍ରକ୍ରିୟା ଡିସେମ୍ବର ସୁଦ୍ଧା ଶେଷ ହୋଇଯିବ, ଏହା ସାରା ଦେଶର ସମବାୟ ସମିତି ଗୁଡିକ ଦ୍ୱାରା ଉତ୍ପାଦିତ ଉତ୍ପାଦ ଗୁଡ଼ିକର ରପ୍ତାନୀ କରିବା ନିମନ୍ତେ ପ୍ଲାଟଫର୍ମ (ମଂଚ) ପ୍ରଦାନ କରିବ ।

ଏବେ ସମବାୟ କ୍ଷେତ୍ରକୁ ଦ୍ୱିତୀୟ ଶ୍ରେଣୀର ସଂସ୍ଥା ଭଳି ବ୍ୟବହାର ପ୍ରଦର୍ଶନ କରାଯିବ ନାହିଁ, ତେବେ ଯେଉଁମାନେ ଏହି କ୍ଷେତ୍ରରେ ରହିଛନ୍ତି ସେମାନଙ୍କୁ ମଧ୍ୟ ପରିବର୍ତନର ଧାରା ଆରମ୍ଭ କରିବାକୁ ପଡିବ ଏବଂ ସ୍ୱଚ୍ଛତା ବଜାୟ ରଖିବା ଦିଗରେ ନିଜକୁ ପ୍ରସ୍ତୁତ କରିବାକୁ ହେବ ।

ସମବାୟ କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ନିମନ୍ତେ ଜିଇଏମ୍ ପୋର୍ଟାଲ୍ ବହୁତ ଉପଯୋଗୀ ସାବ୍ୟସ୍ତ ହେବ, ଏବଂ ସ୍ୱଚ୍ଛତା ରହିଲେ କୃଷକ ମାନଙ୍କର ଏବଂ ଦୁଗ୍ଧ ଉତ୍ପାଦକ ମାନଙ୍କର ସମିତି ଗୁଡିକ ଉପରେ ତଥା ଏହାର ସଦସ୍ୟ ମାନଙ୍କ ଉପରେ ଭରସା ବୃଦ୍ଧି ପାଇବ।

ଜିଇଏମ୍ ପୋର୍ଟାଲ୍ ଆଣି ମୋଦୀ ଜୀ ସରକାରୀ ଆହରଣ କ୍ଷେତ୍ରରେ ସ୍ୱଚ୍ଛତା ଆଣିବାର କାର୍ଯ୍ୟକୁ ସମ୍ପାଦନ କରିଛନ୍ତି, ଏହା ଏକ ନୂତନ ବ୍ୟବସ୍ଥା ଅଟେ, ଆରମ୍ଭରେ କିଛି ପ୍ରଶାସନିକ ସମସ୍ୟା ସମୂହ ଆସିପାରେ କିନ୍ତୁ ଏହାର ଉଦ୍ଦେଶ୍ୟକୁ ନେଇ କାହା ମନରେ ଆଶଙ୍କା ସୃଷ୍ଟି ହେବା ଉଚିତ୍ ନୁହେଁ

ଶ୍ରୀ ଅମିତ ଶାହ ଜୀ କହିଥିଲେ ଯେ, ମୋର ବିଶ୍ୱାସ ରହିଛି ଯେ, ୫ ବର୍ଷ ମଧ୍ୟରେ ସ୍ୱଚ୍ଛତା ଦ୍ୱାରା ସରକାରୀ ଆହରଣର ଏହି ସଫଳ ମଡେଲ୍‌କୁ ସାରା ବିଶ୍ୱ ଦେଖିବ।

ଆଜି ଜିଇଏମ୍ ପୋର୍ଟାଲ୍ ର ଯେଉଁ ବିସ୍ତାର ହୋଇଛି ତାହା ଅକଳ୍ପନୀୟ ଅଟେ, ଜିଇଏମ୍ ପୋର୍ଟାଲ୍‌ରେ ପାଖାପାଖି ୬୨,୦୦୦ ସରକାରୀ କ୍ରେତା ଉପଲବ୍ଧ ଅଛନ୍ତି ଏବଂ ପ୍ରାୟ ୪୯ ଲକ୍ଷ ବିକ୍ରେତା ପଞ୍ଜିକୃତ ଅଛନ୍ତି।

ଏହା ସହିତ ପାଖାପାଖି ୧୦,୦୦୦ରୁ ଅଧିକ ଉତ୍ପାଦ ଏବଂ ୨୮୮ରୁ ଅଧିକ ସେବା ଏଥିରେ ତାଲିକାଭୁକ୍ତ ହୋଇ ସାରିଛି ଯାହା ଜିଇଏମ୍ ର ଏକ ବହୁତ ବଡ ସଫଳତା ଅଟେ ।

କେନ୍ଦ୍ର ଗୃହ ଏବଂ ସହକାରିତା ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀ ଠାରେ ଗଭର୍ଣମେଂଟ ଇ ମାର୍କେଟ୍‌ପ୍ଲେସ୍ (ଜିଇଏମ୍‌) ପୋର୍ଟାଲ୍‌ରେ ସହକାରିତା ଗୁଡିକର ଅନ୍‌ବୋଡିଂକୁ ଇ- ଲଂଚ୍ (ଶୁଭାରମ୍ଭ) କରିଛନ୍ତି । ଭାରତ ସରକାରଙ୍କର ସହକାରିତା ମନ୍ତ୍ରଣାଳୟ, ଭାରତୀୟ ଜାତୀୟ ସହକାରୀ ସଂଘ (ଏନ୍‌ସିୟୁଆଇ) ଏବଂ ଜିଇଏମ୍ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ପିୟୁଷ ଗୋଏଲ୍‌, କେନ୍ଦ୍ର ସହକାରିତା ଏବଂ ଉତର ପୂର୍ବ କ୍ଷେତ୍ର ବିକାଶ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଵି. ଏଲ୍‌. ବର୍ମା ଏବଂ ଏନ୍‌ସିୟୁଆଇର ଅଧ୍ୟକ୍ଷ ଶ୍ରୀ ଦିଲ୍ଲୀପ ସଂଘାନୀ ସମତେ ଅନେକ ଗଣମାଧ୍ୟମର ବ୍ୟକ୍ତି ଉପସ୍ଥିତ ଥିଲେ ।

ନିଜର ସମ୍ବୋଧନରେ ଶ୍ରୀ ଅମିତ ଶାହ କହିଥିଲେ ଯେ ଆଜିର ଦିନ ଭାରତର ଇତିହାସରେ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ଦିବସ ଅଟେ । ୧୯୪୨ରେ ୯ ଅଗଷ୍ଟକୁ ଗାନ୍ଧୀଜୀ ଇଂରେଜ ଶାସନ ବିରୋଧରେ ଭାରତ ଛାଡ ଆନ୍ଦୋଳନ ଆରମ୍ଭ କରିଥିଲେ ଏବଂ ଆଜଦୀ କି ଅମୃତ ମହୋତ୍ସବରେ ୯ ଅଗଷ୍ଟରେ ହିଁ ଆଜି ଆଉ ଏକ ମହତ୍ୱପୂର୍ଣ୍ଣ କାର୍ଯ୍ୟ ହେଉଛି, ଯେଉଁଥିରେ ସାରା ଦେଶରେ ସମସ୍ତ ସମବାୟ ସମିତି ଗୁଡିକ ନିମନ୍ତେ ଜିଇଏମ୍‌ର ଦ୍ୱାର ଉନ୍ମୁକ୍ତ ହୋଇ ଯାଇଛି । ସେ କହିଥିଲେ ଯେ ସହକାରିତା କ୍ଷେତ୍ରରେ ଅନେକ ସମ୍ଭାବନା ରହିଛି ଏବଂ ଏହି କ୍ଷେତ୍ରର ବିସ୍ତାର ନିମନ୍ତେ ଜିଇଏମ୍ ପୋର୍ଟାଲ୍ ଏକ ବହୁତ ଉପଯୋଗୀ ପ୍ଲାଟଫର୍ମ ସାବ୍ୟସ୍ତ ହେବ । ସହକାରିତା ମନ୍ତ୍ରୀ କହିଥିଲେ ଯେ, ସରକାରଙ୍କ ଅଧିକାଂଶ ୟୁନିଟ୍ ଜିଇଏମ୍ ମାଧ୍ୟମରେ କ୍ରୟ କରିଥାନ୍ତି । ଏଥିପାଇଁ ସମବାୟ ସମିତିି ଗୁଡିକୁ ନିଜର ବଜାର ବୃଦ୍ଧି କରିବା ନିମନ୍ତେ ଜିଇଏମ୍‌ରେ ଯୋଗାଣ ନିମନ୍ତେ ପଞ୍ଜିକରଣର ମଧ୍ୟ ପ୍ରସ୍ତୁତି କରିବା ଆବଶ୍ୟକ ଅଟେ । ସେ ଭାରତୀୟ ଜାତୀୟ ସହକାରୀ ସଂଘକୁ ମଧ୍ୟ ସମବାୟ ସମିତି ଗୁଡିକ ମାଧ୍ୟମରେ ବିପଣନକୁ ବୃଦ୍ଧି କରିବା ନିମନ୍ତେ ଅନୁରୋଧ କରି କହିଥିଲେ ଯେ, ଏଥି ପାଇଁ ଜେମ୍ ଠାରୁ ଭଲ ଅନ୍ୟ କୌଣସି ରାସ୍ତା ହୋଇ ନ ପାରେ ।

https://static.pib.gov.in/WriteReadData/userfiles/image/image001QGDJ.jpg

ସହକାରିତା ମନ୍ତ୍ରୀ କହିଥିଲେ ଯେ, ସ୍ୱାଧୀନତା ପରେ ଏହି କ୍ଷେତ୍ରକୁ ଅଣଦେଖା କରା ଯାଇଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ଜୀ ଏଥିରେ ଐତିହାସିକ ପରିବର୍ତନ ଗୁଡିକ ସହିତ ଆଧୁନିକୀକରଣ କରି ଏହାର ବିସ୍ତାରକୁ ମଧ୍ୟ ଗତି ପ୍ରଦାନ କରୁଛନ୍ତି । ମୋଦୀ ଜୀ ଙ୍କର ନେତୃତ୍ୱରେ ସହକାରିତା ମନ୍ତ୍ରଣାଳୟ ସମ୍ପ୍ରସାରଣ ନିମନ୍ତେ ଅନେକ ପ୍ରକାରର ଉପାୟ ଆପଣେଇଛି ଏବଂ ଗତ ଏକ ବର୍ଷ ମଧ୍ୟରେ ମନ୍ତ୍ରଣାଳୟ ୨୫ରୁ ୩୦ ଟି ପଦକ୍ଷେପ ଉପରେ ଲଗାତାର ସମାନ୍ତର ରୂପରେ କାର୍ଯ୍ୟ କରୁଛି । ସେ କହିଥିଲେ ଯେ, ପାକ୍ସ ଠାରୁ ଆରମ୍ଭ କରି ଆପେକ୍ସ ପର୍ଯ୍ୟନ୍ତ ଏକ ସାମଗ୍ରିକ ଦୃଷ୍ଟିକୋଣ ସହିତ ସହକାରିତା ନୀତି ମଧ୍ୟ ପ୍ରସ୍ତୁତ କରା ଯାଉଛି । ସରକାରଙ୍କୁ ସହକାରିତାର ବିସ୍ତାର କରିବାର ଅଛି । କିନ୍ତୁ ଏହାର କୌଣସି ଡାଟା ବେସ୍ ନାହିଁ। ଏଥିପାଇଁ ମନ୍ତ୍ରଣାଳୟ ସମସ୍ତ ପ୍ରକାରର ସହକାରୀ ସମିତି ଗୁଡିକର ଏକ ଜାତୀୟ ସ୍ତରର ଡାଟା ବେସ୍ ପ୍ରସ୍ତୁତ କରୁଛନ୍ତି । ଏକ ସମବାୟ ବିଶ୍ୱବିଦ୍ୟାଳୟ ସ୍ଥାପନା କାର୍ଯ୍ୟ ଆଗେଇ ଚାଲିଛି, ଏବଂ ଏହା ଯେଉଁମାନେ ସମବାୟ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ତଥା ନୂଆ କର୍ମଚାରୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରି ଏ କ୍ଷେତ୍ରରେ ସାହାଯ୍ୟ କରିବ । ଏହି ବିଶ୍ଵବିଦ୍ୟାଳୟରେ  ସହକାରିତା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକ ମାନଙ୍କ ପାଇଁ ଏବଂ ନୂତନ କର୍ମଚାରୀ ମାନଙ୍କ ନିମନ୍ତେ ତାଲିମ୍‌ର ବ୍ୟବସ୍ଥା ମଧ୍ୟ ଉପଲବ୍ଧ ହେବ । ଶ୍ରୀ ଶାହ କହିଥିଲେ ଯେ, ଏକ ରପ୍ତାନୀ ଗୃହ ମଧ୍ୟ ପଞ୍ଜିକୃତ କରା ଯାଉଛି, ଯାହା ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ହୋଇଯିବ । ଏହା ସାରା ଦେଶରେ କୋଅପରେଟିଭ୍ ଗୁଡିକୁ ରପ୍ତାନୀ କରିବା ନିମନ୍ତେ ପ୍ଲାଟଫର୍ମ ପ୍ରଦାନ କରିବ । ସେ ଆହୁରି ମଧ୍ୟ କହିଥିଲେ ଯେ, ମଲ୍ଟି ଷ୍ଟେଟ୍ କୋଅପରେଟିଭ୍ ନିୟମରେ ମଧ୍ୟ ଆମୂଳଚୂଳ ପରିବର୍ତନ କରା ଯାଉଛି ଏବଂ ମୋଦୀ ସରକାର ସମସ୍ତ ପ୍ୟାକ୍ସକୁ କମ୍ପ୍ୟୁଟରୀକୃତ କରିବା ନିମନ୍ତେ ମଧ୍ୟ ନିର୍ଣ୍ଣୟ ନେଇଛନ୍ତି ।

ଶ୍ରୀ ଅମିତ ଶାହ କହିଥିଲେ ଯେ, ଅର୍ଥତନ୍ତ୍ରରେ ଜନସଂଖ୍ୟା ବହୁତ ବଡ ଶକ୍ତି ହୋଇଥାଏ କାରଣ ଦେଖିବାକୁ ଗଲେ ଜନସଂଖ୍ୟା ହିଁ ମାର୍କେଟ ହୋଇଥାଏ । ୨୦୧୪ ସୁଦ୍ଧା ଦେଶର ଜନସଂଖ୍ୟା ୧୩୦ କୋଟି ଥିଲା, କିନ୍ତୁ ବଜାର ମାତ୍ର ୬୦ କୋଟି ଲୋକଙ୍କୁ ନେଇ ଥିଲା, କାରଣ ବାକି ଲୋକ ମାନଙ୍କ ମଧ୍ୟରେ କ୍ରୟ କରିବାର କ୍ଷମତା ନଥିଲା । ଦେଶର ୬୦ କୋଟି ଲୋକ ମାନଙ୍କୁ ସାରା ଦିନରେ ଦୁଇ ବେଳା ଖାଦ୍ୟ ଖାଇବା ଏବଂ ଅନ୍ୟ ମୌଳିକ ଆବଶ୍ୟକ ସାମଗ୍ରୀ ଗୁଡିକର ଯୋଗାଡ କରିବା ଚିନ୍ତାରେ ହିଁ ବିତି ଯାଉଥିଲା ଏବଂ ସେମାନଙ୍କର ଅନେକ ପିଢ଼ି ଏହି ଚିନ୍ତାରେ ଚାଲି ଯାଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଗରିବ ଲୋକ ମାନଙ୍କର ବ୍ୟାଙ୍କ ଆକାଉଂଟ ଖୋଲି, ଗ୍ୟାସ୍ ସିଲିଣ୍ଡର, ଶୌଚାଳୟ, ବିଦ୍ୟୁତ୍‌ ଯୋଗାଇ, ବିଶୁଦ୍ଧ ପାନୀୟ ଜଳ ଏବଂ ମୁକ୍ତ ଖାଦ୍ୟ ଶସ୍ୟ ପ୍ରଦାନ କରି ସେମାନଙ୍କର ପ୍ରାଥମିକ ଆବଶ୍ୟକତା ଗୁଡିକୁ ପୂରଣ କରିଥିଲେ । ସେ ଏହି ୬୦ କୋଟି ଲୋକ ମାନଙ୍କର ଆଶା ଆକାଂକ୍ଷା ଗୁଡିକୁ ଜୀବିତ କରିଛନ୍ତି ଏବଂ ସହକାରିତା ମାଧ୍ୟମରେ ମଧ୍ୟ ଏହି ସମସ୍ତ ପ୍ରକାରର ଆକାଂକ୍ଷା ଗୁଡିକୁ ପୂରଣ କରିବାର ସମ୍ଭାବନା ରହିଛି । ଏବେ ପ୍ରାଥମିକ ଆବଶ୍ୟକତା ଗୁଡିକ ପୂରଣ ହେବା ପରେ ଏହି ଲୋକ ମାନଙ୍କର ମନରେ ଆହୁରି ଅର୍ଥ ରୋଜଗାର କରି ଜୀବନରେ ଆଗକୁ ବଢ଼ିବା ନିମନ୍ତେ ମହତ୍ୱାକଂକ୍ଷା ସୃଷ୍ଟି ହୋଇଛି ଏବଂ ସମବାୟ ସମିତି ମାଧ୍ୟମରେ ସେମାନେ ନିଜର ଏହି ମହାତ୍ୱାକାଂକ୍ଷାକୁ ପୂରଣ କରି ପାରିବେ । ସେ କହିଥିଲେ ଯେ ଦେଶର ୬୦ କୋଟି ଲୋକଙ୍କ ନିକଟରେ ଯଦି ପାଂଚ ହଜାର ଲେଖାଏଁ ଟଙ୍କା ମଧ୍ୟ ରହିଛି, ତେବେ ସେମାନେ ବଡରୁ ବଡ ସମବାୟ ସମିତି ଚଲାଇ ପାରିବେ । ଅମୂଲର ଉଦାହରଣ ଦେଇ ଶ୍ରୀ ଶାହ କହିଥିଲେ ଯେ ଆଜି ୨୦ ଲକ୍ଷ ଭଉଣୀ ୬୦ ହଜାର କୋଟିର ବ୍ୟବସାୟକୁ ଅତିକ୍ରମ କରି ପାରିଥିବା ସମବାୟକୁ ସଫଳତାର ସହିତ ଚଲାଇବା ସହିତ ଏଥିରୁ ଲାଭ ମଧ୍ୟ ଉପାର୍ଜନ କରି ପାରୁଛନ୍ତି ।

ସହକାରିତା ମନ୍ତ୍ରୀ କହିଥିଲେ ଯେ, ସହକାରିତାର ମଡେଲ୍ ଏମିତି ଏକ ମଡେଲ୍ ଅଟେ, ଯେଉଁଥିରେ କମ୍ ପୁଞ୍ଜି ଲଗାଇ ଲୋକ ମାନେ ଏକାଠି ହୋଇ ବଡରୁ ବଡ କାର୍ଯ୍ୟ ସରଳତା ପୂର୍ବକ କରି ପାରିବେ । ସେ କହିଥିଲେ ଯେ, ପ୍ରଥମେ ସମବାୟ ମଡେଲ୍‌ରେ ଅଧିକ ସମ୍ଭାବନା ନ ଥିଲା, କିନ୍ତୁ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଏଥିରେ ୬୦ କୋଟି ଲୋକ ମାନଙ୍କର ଆକାଂକ୍ଷା ଗୁଡିକୁ ଜୀବିତ କରିଛନ୍ତି । ସେ କହିଥିଲେ ଯେ କୌଣସି ବି ବ୍ୟବସ୍ଥା ସମୟ ସହିତ ଯଦି ବଦଳି ନଥାଏ ତେବେ ତାହା ଅନୁପଯୋଗୀ ହୋଇ ଯାଇଥାଏ, ସହକାରିତା କ୍ଷେତ୍ରରେ ବିସ୍ତାର ନିମନ୍ତେ ଏଥିରେ ପରିବର୍ତନ କରିବା ଆବଶ୍ୟକ ଅଟେ । ଆମ ଦେଶରେ ସମବାୟ ବ୍ୟବସ୍ଥା ୧୧୫ ବର୍ଷ ପୁରୁଣା ଅଟେ, ଆଇନ୍ ମଧ୍ୟ ବହୁତ ପୁରୁଣା ଅଟେ, ମଝିରେ ମଝିରେ ସେଥିରେ କିଛି କିଛି ପରିବର୍ତନ ହୋଇଛି, କିନ୍ତୁ ସମୟ ହିସାବରେ ଆମୂଳଚୂଳ ପରିବର୍ତନ ଏବଂ ଆଧୁନିକୀକରଣ ହୋଇ ନାହିଁ ।

ଶ୍ରୀ ଅମିତ ଶାହ କହିଥିଲେ ଯେ, ଏବେ ସହକାରିତା କ୍ଷେତ୍ର ସହିତ କୌଣସି ଦ୍ବିତୀୟ ଶ୍ରେଣୀର ବ୍ୟବହାର କରା ଯାଇ ପାରିବ ନାହିଁ, କିନ୍ତୁ ଆମକୁ ମଧ୍ୟ ପରିବର୍ତନର ଆରମ୍ଭ କରିବାକୁ ପଡିବ, ସ୍ୱଚ୍ଛତା ଦିଗରେ ଆଗକୁ ଯିବାକୁ ହେବ ଏବଂ ନିଜକୁ ପ୍ରସ୍ତୁତ କରିବାକୁ ପଡିବ । ସହକାରିତା କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ନିମନ୍ତେ ଜିଇଏମ୍ ପୋର୍ଟାଲ୍ ବହୁତ ଉପଯୋଗୀ ସାବ୍ୟସ୍ତ ହେବ ଏବଂ ଯେତେବେଳେ ଏଥିରେ ସ୍ୱଚ୍ଛତା ରହିବ ସେତେବେଳେ ସମସ୍ତ କୃଷକ ମାନଙ୍କର ଏବଂ ଦୁଗ୍ଧ ଉତ୍ପାଦକ ମାନଙ୍କର ଭରସା ମଧ୍ୟ ସମିତି ଗୁଡିକ ଉପରେ ଏବଂ ତାହାର ସଦସ୍ୟ ମାନଙ୍କ ଉପରେ ବୃଦ୍ଧି ପାଇବ । ସେ କହିଥିଲେ ଯେ, ଜିଇଏମ୍ ପୋର୍ଟାଲ୍ ଆଣି ମୋଦୀ ଜୀ ସରକାରୀ କ୍ରୟ କ୍ଷେତ୍ରରେ ସ୍ୱଚ୍ଛତା ଆଣିବାର କାର୍ଯ୍ୟ କରିଛନ୍ତି, ଏହା ଏକ ନୂତନ ବ୍ୟବସ୍ଥା ଅଟେ, ଆରମ୍ଭରେ କିଛି ପ୍ରଶାସକୀୟ ସମସ୍ୟା ଗୁଡିକ ମଧ୍ୟ ଆସି ପାରେ କିନ୍ତୁ ଏହାର ଉଦ୍ଦେଶ୍ୟ ଉପରେ କୌଣସି ଆଶଙ୍କା ହେବା ଉଚିତ୍ ନୁହେଁ । ଶ୍ରୀ ଶାହ କହିଥିଲେ ଯେ, ସହକାରିତାରେ ବାଛିବା, ଭରିବା ଏବଂ କ୍ରୟ କରିବା ଭଳି ତିନିଟି କ୍ଷେତ୍ର ଗୁଡିକରେ ସ୍ୱଚ୍ଛତା ଆଣିବା ବହୁତ ଜରୁରୀ ଅଟେ । କ୍ରୟରେ ସ୍ୱଚ୍ଛତା ଆଣିବା ନିମନ୍ତେ ଜିଇଏମ୍ ଠାରୁ ଭଲ ଆଉ କୌଣସି ମାଧ୍ୟମ ହୋଇ ପାରିବ ନାହିଁ । ସହକାରିତା ମନ୍ତ୍ରୀ କହିଥିଲେ ଯେ ତାଙ୍କର ବିଶ୍ୱାସ ରହିଛି ଯେ, ୫ ବର୍ଷ ଭିତରେ ସ୍ୱଚ୍ଛତା ମାଧ୍ୟମରେ ସରକାରୀ କ୍ରୟର ଏହି ସଫଳ ମଡେଲ୍ ସମ୍ପୂର୍ଣ୍ଣ ବିଶ୍ୱ ଦେଖିବ ।

ସହକାରିତା ମନ୍ତ୍ରୀ କହିଥିଲେ ଯେ, ଯେଉଁ ଭଳି ଭାବେ କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ପିୟୁଷ ଗୋଏଲ୍‌ଙ୍କ ନେତୃତ୍ୱରେ ଏବେ ସୁଦ୍ଧା ଜିଇଏମ୍‌ର ଯାତ୍ରା ଚାଲି ଆସିଛି, ତାହାର ଭବିଷ୍ୟତକୁ ନେଇ ସେ ବହୁତ ଆଶାନ୍ୱିତ ଅଛନ୍ତି । ସେ କହିଥିଲେ ଯେ, ପ୍ରାୟ ୧୦୦ କୋଟି ଟଙ୍କାର ବ୍ୟବସାୟ ସହିତ ଯୋଡି ହୋଇଥିବା ସମିତି ଗୁଡିକରୁ ୫୮୯ ରାଜ୍ୟ ସରକାରଙ୍କର ଥିଲା ଏବଂ ଆଜି ପର୍ଯ୍ୟନ୍ତ ସେଥିରୁ ୨୮୯ଟି ସମିତି ଯୋଡି ହୋଇ ସାରିଛନ୍ତି, ଏହା ସହିତ ୫୪ଟି ମଲ୍ଟି ଷ୍ଟେଟ୍ କୋପରେଟିଭ୍ ମଧ୍ୟରୁ ୪୫ଟି ଯୋଡି ହୋଇ ସାରିଛନ୍ତି । ଏହା ଏକ ବହୁତ ବଡ ଉପଲବ୍ଧି ଅଟେ । ସେ କହିଥିଲେ ଯେ, ଆଜି ଜିଇଏମ୍‌ର ଯେଉଁ ବିସ୍ତାର ହୋଇଛି ତାହା ଅକଳ୍ପନୀୟ ଅଟେ, ଜିଇଏମ୍‌ରେ ପାଖାପାଖି ୬୨,୦୦୦ ସରକାରୀ ବିକ୍ରେତା ଉପଲବ୍ଧ ଅଛନ୍ତି ଏବଂ ପ୍ରାୟ ୪୯ ଲକ୍ଷ ବିକ୍ରେତା ପଞ୍ଜୀକୃତ ହୋଇ ସାରିଛନ୍ତି । ଏବେ ସୁଦ୍ଧା ୨ ଲକ୍ଷ ୭୮ ହଜାର କୋଟି ଟଙ୍କାର ବ୍ୟବସାୟ ସମ୍ପନ୍ନ ହୋଇ ସାରିଛି, ଯାହା ଜିଇଏମ୍‌ର ଏକ ବହୁତ ବଡ ଉପଲବ୍ଧି ଅଟେ । ଶ୍ରୀ ଶାହ କହିଥିଲେ ଯେ ଆଜି ଆମ ଦେଶ ନିମନ୍ତେ ଏକ ପବିତ୍ର ଦିନ ଅଟେ, ଆଜି ଦିନରେ ଭାରତ ଛାଡ ଆନ୍ଦୋଳନ ହୋଇଥିଲା, ୬ ବର୍ଷ ପୂର୍ବେ ଆଜି ଦିନରେ ଜିଇଏମ୍‌ର ଆରମ୍ଭ ହୋଇଥିଲା ଏବଂ ଆଜି ଜିଇଏମ୍‌ରେ ସହକାରିତା ଗୁଡିକର ଅନ୍ ବୋଡିଂ ଆରମ୍ଭ ହୋଇ ଯାଇଛି । ଏଥି ପାଇଁ ସହକାରିତା ସହିତ ଯୋଡି ହୋଇଥିବା ସମସ୍ତ ବ୍ୟକ୍ତି , ଜିଇଏମ୍‌ର ସମ୍ପୂର୍ଣ୍ଣ ଦଳ ଏବଂ ସମସ୍ତ ୮ ଲକ୍ଷ ସହକାରୀ ସମିତି ଗୁଡିକୁ ଏବଂ ବିଶେଷ କରି ପୀୟୁଷ ଗୋଏଲ୍ ଜୀ ଙ୍କୁ ବହୁତ ବହୁତ ଶୁଭେଚ୍ଛା ପ୍ରଦାନ କରୁଛି ।

***

SSP



(Release ID: 1850496) Visitor Counter : 169