ଜଳ ଶକ୍ତି ମନ୍ତ୍ରଣାଳୟ

ଚତୁର୍ଥ ରାଷ୍ଟ୍ରୀୟ ଜଳ ପୁରସ୍କାରକୁ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ୍ (www.awards.gov.in) ରେ ଶୁଭାରମ୍ଭ କରାଯାଇଛି


ଆବେଦନ ଦାଖଲ କରିବାର ଅନ୍ତିମ ତାରିଖ 15 ସେପ୍ଟେମ୍ବର, 2022

ରାଷ୍ଟ୍ରୀୟ ଜଳ ପୁରସ୍କାର ‘ଜଳ ସମୃଦ୍ଧ ଭାରତ’ ପଦକ୍ଷେପକୁ ପୂରଣ କରିବାରେ ଦେଶବ୍ୟାପି କରାଯାଇଥିବା ଉଲ୍ଲେଖନୀୟ କାର୍ଯ୍ୟ ଏବଂ ପ୍ରଚେଷ୍ଟାକୁ ସ୍ବୀକୃତି ପ୍ରଦାନ ଓ ପ୍ରୋତ୍ସାହିତ କରିଥାଏ

Posted On: 05 AUG 2022 2:03PM by PIB Bhubaneshwar

ଜଳ ଶକ୍ତି ମନ୍ତ୍ରାଳୟର ଜଳ ସମ୍ବଳ, ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ବିଭାଗ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ୍ ରେ ଚତୁର୍ଥ ରାଷ୍ଟ୍ରୀୟ ଜଳ ପୁରସ୍କାରର ସୂଚନା ଦେଇଛନ୍ତି। ସମସ୍ତ ଆବେଦନ କେବଳ ଅନଲାଇନ୍ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ୍ (www.awards.gov.in) ମାଧ୍ୟମରେ ଗ୍ରହଣ କରାଯିବ। ଅଧିକ ବିବରଣୀ ପାଇଁ ସାଧାରଣ ଲୋକମାନେ ଏହି ପୋର୍ଟାଲ୍ ବା ଏହି ବିଭାଗର ୱେବସାଇଟ୍ (www.jalshakti-dowr.gov.in) ଦେଖି ପାରିବେ। ଆବେଦନ ଦାଖଲ କରିବାର ଶେଷ ତାରିଖ 15 ସେପ୍ଟେମ୍ବର 2022 ରହିଛି।

ପୁରସ୍କାର ପାଇଁ ଯୋଗ୍ୟତା :

କୌଣସି ରାଜ୍ୟ, ଜିଲ୍ଲା, ଗ୍ରାମ ପଞ୍ଚାୟତ, ସହରୀ ସ୍ଥାନୀୟ ସଂସ୍ଥା, ମିଡିଆ, ସ୍କୁଲ୍, ସଂସ୍ଥା, ଉଦ୍ୟୋଗ, ବେସରକାରୀ ସଙ୍ଗଠନ ବା ଜଳ ଉପଯୋଗକାରୀ ସଂଘ ଯେଉଁଥିରେ ଜଳ ସଂରକ୍ଷଣ ଏବଂ ପରିଚାଳନା କ୍ଷେତ୍ରରେ ଅନୁକରଣୀୟ କାର୍ଯ୍ୟ କରିଛନ୍ତି, ଆବେଦନ କରିବା ପାଇଁ ଯୋଗ୍ୟ ଅଟନ୍ତି।

ଟ୍ରଫି ଓ ପ୍ରଶସ୍ତି ପତ୍ର :

ପୁରସ୍କାର ଏହି ଶ୍ରେଣୀ ପାଇଁ ପ୍ରଦାନ କରାଯିବ – ‘ସର୍ବଶ୍ରେଷ୍ଠ ରାଜ୍ୟ’ ଏବଂ ‘ସର୍ବଶ୍ରେଷ୍ଠ ଜିଲ୍ଲା’, ବିଜେତାମାନଙ୍କର ଟ୍ରଫି ଏବଂ ପ୍ରଶଂସା ପତ୍ର ପ୍ରଦାନ କରି ସମ୍ମାନିତ କରାଯିବ। ଅନ୍ୟ ଶ୍ରେଣୀରେ ‘ସର୍ବଶ୍ରେଷ୍ଠ ଗ୍ରାମ ପଞ୍ଚାୟତ’, ‘ସର୍ବଶ୍ରେଷ୍ଠ ସହରୀ ସ୍ଥାନୀୟ ସଂସ୍ଥା’, ‘ସର୍ବଶ୍ରେଷ୍ଠ ମିଡିଆ’, ‘ସର୍ବଶ୍ରେଷ୍ଠ ସ୍କୁଲ୍‌’, ‘କ୍ୟାମ୍ପସ ଉପଯୋଗ ପାଇଁ ସର୍ବଶ୍ରେଷ୍ଠ ସଂସ୍ଥାନ’, ‘ସର୍ବଶ୍ରେଷ୍ଠ ଉଦ୍ୟୋଗ’, ‘ସର୍ବଶ୍ରେଷ୍ଠ ଏନଜିଓ’, ‘ସର୍ବଶ୍ରେଷ୍ଠ ଜଳ ଉପଯୋଗକାରୀ ଆସୋସିଏସନ୍’ ଏବଂ ‘ସିଏସଆର କାର୍ଯ୍ୟ ପାଇଁ ସର୍ବଶ୍ରେଷ୍ଠ ଉଦ୍ୟୋଗ’, ବିଜେତାମାନଙ୍କୁ ଟ୍ରଫି ଏବଂ ପ୍ରଶସ୍ତି ପତ୍ର ସହିତ ନଗଦ ପୁରସ୍କାର ଦ୍ବାରା ସମ୍ମାନିତ କରାଯାଇଥାଏ। ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ପାଇଥିବା ବିଜେତାମାନଙ୍କ ପାଇଁ ନଗଦ ପୁରସ୍କାର ଯଥାକ୍ରମେ : 2 ଲକ୍ଷ ଟଙ୍କା, 1.5 ଲକ୍ଷ ଟଙ୍କା ଏବଂ 1 ଲକ୍ଷ ଟଙ୍କା ରହିଛି।

ଚୟନ ପ୍ରକ୍ରିୟା :

ଚତୁର୍ଥ ରାଷ୍ଟ୍ରୀୟ ଜଳ ପୁରସ୍କାର ପାଇଁ ପ୍ରାପ୍ତ କରାଯାଇଥିବା ସମସ୍ତ ଆବେଦନକୁ ଜଳ ସମ୍ବଳ, ନଦୀ ବିକାଶ  ଏବଂ ଗଙ୍ଗା ସଂରକ୍ଷଣ ବିଭାଗ ଦ୍ବାରା ଗଠିତ ଜୁରି ସମିତି ନିକଟରେ ଉପସ୍ଥାପନ କରାଯିବ। ଜୁରି ସମିତି ଯେଉଁ ସୁପାରିଶ୍ କରିବେ, ସେହି ଅନୁସାରେ ପୁରସ୍କାର ପ୍ରଦାନ କରାଯାଇଥାଏ। ସମିତିର ସୁପାରିଶ୍ ଅନୁମୋଦନ ପାଇଁ କେନ୍ଦ୍ରୀୟ ଜଳ ଶକ୍ତି ମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରାଯାଇଥାଏ। ଏହା ପରେ, ବିଜେତାମାନଙ୍କର ନାମର ଘୋଷଣା ଏକ ଉପଯୁକ୍ତ ତାରିଖରେ କରାଯାଇଥାଏ।

ପୁରସ୍କାରର ବିବରଣୀ

Sl.

No.

Name of category

Eligible Entity

Award

No. of Award

1.

Best State

State Government/UT

Trophy with Citation

3Awards

2.

Best District

District Administration/ DM/ DC

Trophy with Citation

3 Awards

3.

Best Village Panchayat

Village Panchayat

Cash Awards

& Trophy with Citation

3 Awards:

First award:

Rs.2 lakh

Second award: Rs.1.5lakh

Third award: Rs.1lakh

4.

Best Urban Local Body

Urban Local Body

-do-

-do-

5.

Best Media (Print & Electronic)

Newspaper/Magazine/ TV Shows

-do-

-do-

6.

Best School

School

-do-

-do-

7.

Best Institution for Campus usage

Institution/ RWA/ Religious/ Higher Education organization

-do-

-do-

8.

Best Industry

Small/Medium/ Large Scale Industry

-do-

-do-

9.

Best NGO

Registered NGOs

-do-

-do-

10.

Best Water User Association

Water User Association

-do-

-do-

11.

Best Industry for CSR Activities

Large/ Medium/Small Industry

-do-

-do-

 

ରାଷ୍ଟ୍ରୀୟ ଜଳ ପୁରସ୍କାର (ଏନଡବ୍ଲୁଏ), ସରକାରଙ୍କ ‘ଜଳ ସମୃଦ୍ଧ ଭାରତ’ ର ପରିକଳ୍ପନାକୁ ପୂରଣ କରିବା ଦିଗରେ ଦେଶ ବ୍ୟାପୀ ରାଜ୍ୟ, ଜିଲ୍ଲା, ବ୍ୟକ୍ତି, ସଙ୍ଗଠନ ଆଦି ଦ୍ବାରା କରାଯାଇଥିବା ଅନୁକରଣୀୟ କାର୍ଯ୍ୟ ଓ ପ୍ରଚେଷ୍ଟାକୁ ସ୍ବୀକୃତି ପ୍ରଦାନ କରିବା ଏବଂ ତାହାକୁ ପ୍ରୋତ୍ସାହିତ କରିବା ପାଇଁ ଦିଆଯାଇଥାଏ। ଏହାର ଉଦ୍ଦେଶ୍ୟ ହେଉଛି ଜନସାଧାରଣଙ୍କୁ ପାଣିର ଗୁରୁତ୍ବ ବିଷୟରେ ସଚେତନ କରାଇବା ଏବଂ ସେମାନଙ୍କୁ ସର୍ବୋତ୍ତମ ଜଳ ବ୍ୟବହାର ପ୍ରଣାଳୀ ଗ୍ରହଣ ପାଇଁ ଅନୁପ୍ରେରିତ କରିବା। ବିଭିନ୍ନ ଶ୍ରେଣୀରେ ପୁରସ୍କାର ବିଜେତାମାନଙ୍କୁ ପ୍ରଶସ୍ତି ପତ୍ର, ଟ୍ରଫି ଓ ନଗଦ ପୁରସ୍କାର ପ୍ରଦାନ କରାଯାଇଥାଏ। ରାଷ୍ଟ୍ରୀୟ ଜଳ ପୁରସ୍କାରର ଉଦ୍ଦେଶ୍ୟ ହିତାଧିକାରୀମାନଙ୍କୁ ଦେଶରେ ଜଳ ସମ୍ବଳର ପରିଚାଳନା ପ୍ରତି ସାମଗ୍ରିକ ଦୃଷ୍ଟିକୋଣ ଗ୍ରହଣ କରିବା ପାଇଁ ପ୍ରୋତ୍ସାହିତ କରିଥାଏ କାରଣ ପୃଷ୍ଠ ଭାଗ ଜଳ ଓ ଭୂତଳ ଜଳ, ଜଳ ଚକ୍ରରେ ମହତ୍ତ୍ବପୂର୍ଣ ଭୂମିକା ଗ୍ରହଣ କରିଥାଏ। ଏହି ଉଦ୍ଦେଶ୍ୟକୁ ପୂରଣ କରିବା ପାଇଁ ବିଭାଗ ବର୍ଷ 2018 ରେ ରାଷ୍ଟ୍ରୀୟ ଜଳ ପୁରସ୍କାରର ପ୍ରଥମ ସଂସ୍କରଣ ଉପସ୍ଥାପନ କରିଥିଲା। ପୁରସ୍କାର ବିତରଣ ସମାରୋଡ 25 ଫେବୃୟାରୀ 2019 ରେ ନୂଆ ଦିଲ୍ଲୀରେ ଆୟୋଜିତ କରାଯାଇଥିଲା ଏବଂ 14 ଶ୍ରେଣୀରେ 82 ଜଣ ବିଜେତାଙ୍କୁ ସମ୍ମାନିତ କରାଯାଇଥିଲା। ଏହାପରେ ଦ୍ବିତୀୟ ରାଷ୍ଟ୍ରୀୟ ଜଳ ପୁରସ୍କାର 2019 ରେ ଆୟୋଜିତ କରାଯାଇଥିଲା, ଯେଉଁଥିରେ ଭାରତର ଉପରାଷ୍ଟ୍ରପତି 16 ଶ୍ରେଣୀରେ 98 ବିଜେତାମାନଙ୍କୁ 11-12 ନଭେମ୍ବର, 2020 କୁ ସମ୍ମାନିତ କରିଛନ୍ତି। ତୃତୀୟ ରାଷ୍ଟ୍ରୀୟ ଜଳ ପୁରସ୍କାର 29 ମାର୍ଚ୍ଚ, 2022 କୁ ଆୟୋଜିତ କରାଯାଇଛି, ଯେଉଁଥିରେ ଭାରତର ରାଷ୍ଟ୍ରପତି 11 ଟି ଶ୍ରେଣୀରେ 57 ଜଣ ବିଜେତାମାନଙ୍କୁ ସମ୍ମାନିତ କରିଛନ୍ତି।

BS



(Release ID: 1848927) Visitor Counter : 150