ନୀତି ଆୟୋଗ

ଅଗଷ୍ଟ ୭ରେ ନୀତି ଆୟୋଗଙ୍କ ୭ମ ପରିଚାଳନା ପରିଷଦ ବୈଠକରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

Posted On: 05 AUG 2022 1:52PM by PIB Bhubaneshwar

ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ରାଜ୍ୟଗୁଡିକୁ ଦକ୍ଷ, ପ୍ରତିରୋଧୀ ଓ ଆତ୍ମନିର୍ଭର ହେବା ସହ ସମବାୟ ସଙ୍ଘୀୟ ଭାବନା ଅନୁରୂପ ଆତ୍ମନିର୍ଭର ଭାରତ ପାଇଁ ଆଗକୁ ବଢିବାର ଦୃଢ ଆବଶ୍ୟକତା କହିଛି । ସ୍ଥିର, ନିରନ୍ତର ଓ ସମାବେଶୀ ଭାରତ ନିର୍ମାଣ ଉଦ୍ଦେଶ୍ୟରେ ଅଗଷ୍ଟ ୭,୨୦୨୨ରେ ନୀତି ଆୟୋଗଙ୍କ ସପ୍ତମ ପରିଚାଳନା ପରିଷଦ ବୈଠକ ଆୟୋଜିତ ହେବ ଓ କେନ୍ଦ୍ର ଏବଂ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ମଧ୍ୟରେ ଭାଗିଦାରୀ ଓ ସହଯୋଗର ନୂଆ ଅଧ୍ୟାୟ ସୃଷ୍ଟି ପାଇଁ ପଥପ୍ରଶସ୍ତ କରିବ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ର, ନୂଆଦିଲ୍ଲୀ ଠାରେ ପରିଚାଳନା ପରିଷଦର ସପ୍ତମ ବୈଠକରେ ଅଧ୍ୟକ୍ଷତା କରିବେ । ଏହି ବୈଠକରେ ଅନ୍ୟ ପ୍ରସଙ୍ଗ ସମେତ ଶସ୍ୟ ବିବିଧତା ଓ ତୈଳବୀଜ, ଡାଲି ଓ କୃଷି ସମ୍ପ୍ରଦାୟ ମଧ୍ୟରେ ଆତ୍ମନିର୍ଭରଶୀଳତା ହାସଲ, ଜାତୀୟ ଶିକ୍ଷା ନୀତି- ସ୍କୁଲ ଶିକ୍ଷାର କାର୍ଯ୍ୟାନ୍ୱୟନ, ଜାତୀୟ ଶିକ୍ଷା ନୀତି- ଉଚ୍ଚଶିକ୍ଷାର କାର୍ଯ୍ୟାନ୍ୱୟନ ଓ ପୌର ପ୍ରଶାସନ ଆଦି ବିଷୟବସ୍ତୁ ରହିଛି ।

ବୈଠକର ପ୍ରସ୍ତୁତିର ଅଂଶ ଭାବେ କେନ୍ଦ୍ର ଓ ରାଜ୍ୟଗୁଡିକର ଦୀର୍ଘ ଛଅ ମାସର ପରିଶ୍ରମର ଫଳସ୍ୱରୂପ ଜୁନ ୨୦୨୨ରେ ଧର୍ମଶାଳା ଠାରେ ମୁଖ୍ୟ ଶାସନ ସଚିବମାନଙ୍କ ଜାତୀୟ ସମ୍ମେଳନ ଆୟୋଜିତ ହୋଇଥିଲା । ପ୍ରଧାନମନ୍ତ୍ରୀ ଏହି ସମ୍ମେଳନରେ ଅଧ୍ୟକ୍ଷତା କରିଥିଲେ ଓ ଏଥିରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ମୁଖ୍ୟ ଶାସନ ସଚିବମାନଙ୍କ ସହ ବରିଷ୍ଠ ଅଧିକାରୀମାନେ ଭାଗ ନେଇଥିଲେ । ସପ୍ତମ ପରିଚାଳନା ପରିଷଦ ବୈଠକରେ ଉପରୋକ୍ତ ପ୍ରତ୍ୟେକ ବିଷୟର ରୋଡମ୍ୟାପ ଏବଂ ଫଳାଫଳ ଭିତ୍ତିକ କାର୍ଯ୍ୟଯୋଜନା ପ୍ରସ୍ତୁତ ପାଇଁ ଉଦ୍ୟମ କରାଯିବ ।        

ଜୁଲାଇ ୨୦୧୯ ପରେ ଏହା ପରିଚାଳନା ପରିଷଦର ପ୍ରଥମ ପ୍ରତ୍ୟକ୍ଷ ବୈଠକ । କୋଭିଡ- ୧୯ ମହାମାରୀ ପୃଷ୍ଠଭୂମିରେ ଆମେ ଅମୃତ କାଳରେ ପ୍ରବେଶ କରୁଥିବା ତଥା ଭାରତ ଆଗାମୀ ବର୍ଷ ଜି- ୨୦ ଅଧ୍ୟକ୍ଷତା ଓ ଶିଖର ସମ୍ମିଳନୀ ଆୟୋଜନ କରୁଥିବା ପରିପ୍ରେକ୍ଷୀରେ ଏହା ବେଶ ଗୁରୁତ୍ୱପୂର୍ଣ୍ଣ । ଏହି ବୈଠକରେ ସଙ୍ଘୀୟ ବ୍ୟବସ୍ଥାରେ ଭାରତର ଅଧ୍ୟକ୍ଷତାର ଆବଶ୍ୟକତା ଓ ଜି- ୨୦ ମଞ୍ଚରେ ନିଜ ପ୍ରଗତିକୁ ଉପସ୍ଥାପିତ କରିବା ପାଇଁ ରାଜ୍ୟଗୁଡିକର ଭୂମିକା ସମ୍ପର୍କରେ ଗୁରୁତ୍ୱ ପ୍ରଦାନ କରାଯିବ ।

ନୀତି ଆୟୋଗଙ୍କ ପରିଚାଳନା ପରିଷଦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ସକ୍ରିୟ ଭାଗିଦାରୀ ସହ ଜାତୀୟ ପ୍ରାଥମିକତା ଓ ରଣନୀତି ସମ୍ପର୍କରେ ସମନ୍ୱିତ ଦୃଷ୍ଟିକୋଣ ପୋଷଣ କରୁଥିବା ପ୍ରମୁଖ ସଂସ୍ଥା । ପରିଚାଳନା ପରିଷଦ ଆନ୍ତଃକ୍ଷେତ୍ରୀୟ, ଆନ୍ତଃବିଭାଗୀୟ ଓ ସଙ୍ଘୀୟ ସମସ୍ୟା ଆଲୋଚନା ପାଇଁ ମଞ୍ଚ ପ୍ରଦାନ କରିଥାଏ । ଭାରତର ପ୍ରଧାନମନ୍ତ୍ରୀ, ସମସ୍ତ ରାଜ୍ୟ ଓ ବିଧାନସଭା ଥିବା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ, ଅନ୍ୟ କେନ୍ଦ୍ରଶାସିତ ଅଞ୍ଚଳର ଲେଫ୍ଟନାଣ୍ଟ ଗଭର୍ଣ୍ଣର, ଏକ୍ସ-ଅଫିସିଓ ସଦସ୍ୟମାନେ, ଉପାଧ୍ୟକ୍ଷ, ନୀତି ଆୟୋଗ, ପୂର୍ଣ୍ଣକାଳୀନ ସଦସ୍ୟ, ନୀତି ଆୟୋଗ, ବିଶେଷ ଭାବେ ଆମନ୍ତ୍ରିତ କେନ୍ଦ୍ର ମନ୍ତ୍ରୀଗଣ ସାମିଲ ଅଛନ୍ତି । ଏହା କେନ୍ଦ୍ର ଓ ରାଜ୍ୟଗୁଡିକ ମଧ୍ୟରେ ମତ ବିନିମୟ ପାଇଁ ପ୍ରମୁଖ ମଞ୍ଚ ପ୍ରଦାନ କରିବା ସହ ସାମଗ୍ରିକ ସରକାର ଦୃଷ୍ଟିକୋଣ ସହ ଏକାଠି କାମ କରିବାକୁ ପ୍ରମୁଖ ରଣକୌଶଳ ଚିହ୍ନଟ କରିଥାଏ ।

SR



(Release ID: 1848923) Visitor Counter : 158