ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ
azadi ka amrit mahotsav

ସିସିପିଏର ଆମାଜନ୍‌କୁ ଲକ୍ଷେ ଟଙ୍କାର ଜରିମାନା ତଲବ


କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ ଆମାଜନ୍ ନିଜର ଇ - କମର୍ସ ପ୍ଲାଟଫର୍ମ (ମଂଚ)ରେ ବାଧ୍ୟତାମୂଳକ ମାନକ ଗୁଡିକର ଉଲ୍ଲଂଘନ କରି ଘରୋଇ ପ୍ରେସର କୁକର୍ ବିକ୍ରି ନିମନ୍ତେ ଅନୁମତି ଦେବା କାରଣରୁ କମ୍ପାନୀ ବିରୋଧରେ ଆଦେଶ ପାରିତ କରିଛି

ଆମାଜନ୍ ପ୍ରେସର କୁକର କିଣିଥିବା ସମସ୍ତ ୨,୨୬୫ ଗ୍ରାହକ ମାନଙ୍କୁ ଏହା ସମ୍ପର୍କରେ ସୂଚିତ କରିବା, ଏଭଳି ପ୍ରେସର କୁକର ଫେରସ୍ତ ନେବା ଏବଂ ତାହାର ମୂଲ୍ୟକୁ ଫେରସ୍ତ କରିବା ତଥା ୪୫ ଦିନ ଭିତରେ ଅନୁପାଳନ ରିପୋର୍ଟ ଦାଖଲ କରିବା ନିମନ୍ତେ ଆମାଜନ୍‌କୁ ନିର୍ଦ୍ଦେଶ ଦେଇଛି

କ୍ୟୁସିଓକୁ ଉଲ୍ଲଂଘନ କରି ଏବଂ ଉପଭୋକ୍ତା ମାନଙ୍କର ଅଧିକାର ଗୁଡିକୁ ଉଲ୍ଲଂଘନ କରି ପ୍ରେସର କୁକର ବିକ୍ରି ନିମନ୍ତେ ଅନୁମତି ଦେବା ଯୋଗୁଁ ଆମାଜନ୍‌କୁ୧,୦୦,୦୦୦ ଟଙ୍କା ଜରିମାନା ଦେବାକୁ ପଡିବ

प्रविष्टि तिथि: 04 AUG 2022 4:11PM by PIB Bhubaneshwar

ସିସିପିଏ ଦେଶରେ ଉପଭୋକ୍ତା ସୁରକ୍ଷା ପରିଦୃଶ୍ୟ ଉପରେ କ୍ରମାଗତ ଭାବେ ନଜର ରଖିଛି । ନିକଟରେ, ସିସିପିଏ ସମସ୍ତ ଇ କମର୍ସ ପ୍ଲାଟଫର୍ମକୁ ଡ୍ରଗ୍ସ ଏବଂ କସମେଟିକ୍ସ ନିୟମର ଅନୁସୂଚୀ ଇ (୧)ରେ ତାଲିକାଭୁକ୍ତ ସାମଗ୍ରୀକୁ ନେଇ ଆୟୁର୍ବେଦିକ, ସିଦ୍ଧ ଏବଂ ୟୁନାନୀ ଔଷଧ ଗୁଡିକର ବିକ୍ରି ସମ୍ବନ୍ଧରେ ପରାମର୍ଶ ଜାରି କରିଥିଲା । ଏଥିରେ ବିଶେଷ ରୂପରେ ଦର୍ଶା ଯାଇଥିଲା ଯେ, ଏମିତି ଔଷଧ ଗୁଡିକର ବିକ୍ରି କିମ୍ବା ବିକ୍ରିର ସୁବିଧା କେବଳ ସେତେବେଳେ ଦିଆଯିବ, ଯେତେବେଳେ ବ୍ୟବହାରକାରୀ ମାନଙ୍କ ଦ୍ୱାରା ପ୍ଲାଟଫର୍ମରେ ଏକ ପଞ୍ଜୀକୃତ ଚିକିତ୍ସକଙ୍କର ବୈଧ ପ୍ରେସକ୍ରିସନ୍‌କୁ ଅପଲୋଡ୍ କରାଯିବ ।

ସିସିପିଏ କିଛି ଦିନ ତଳେ ଭ୍ରମାତ୍ମକ ବିଜ୍ଞାପନ ଗୁଡିକୁ ରୋକିବା ନିମନ୍ତେ ଏବଂ ଭ୍ରମାତ୍ମକ ବିଜ୍ଞାପନ ଗୁଡିକ ନିମନ୍ତେ ଏଣ୍ଡୋର୍ସମେଂଟ ମଧ୍ୟ ଜାରି କରିଛି । ନିର୍ଦ୍ଦେଶାବଳୀରେ ବୈଧ ଏବଂ ଅଣ ଭ୍ରମାତ୍ମକ ବିଜ୍ଞାପନ ନିମନ୍ତେ ସର୍ତାବଳୀ, ବିଜ୍ଞାପନ ଗୁଡିକର ଅନୁମୋଦନ ନିମନ୍ତେ ଆବଶ୍ୟକ ତତ୍ପରତା ଏବଂ ପିଲା ମାନଙ୍କ ଉଦ୍ଦେଶ୍ୟରେ କରା ଯାଇଥିବା ବିଜ୍ଞାପନ ଗୁଡିକ ପାଇଁ  ବିଚାରର ମହତ୍ୱକୁ ନେଇ ନିର୍ଦ୍ଦେଶାବଳୀ ସାମିଲ୍ ଅଟେ ।

ସିସିପିଏ ଆଇନ୍‌ର ଧାରା ୧୮ (୨) () ଅଧୀନରେ ସୁରକ୍ଷା ବିଜ୍ଞପ୍ତି ଜାରି କରିଛି, ଯାହା ଉପଭୋକ୍ତା ମାନଙ୍କୁ ଏଭଳି ସାମଗ୍ରୀ କ୍ରୟ କରିବା ବିରୋଧରେ ସତର୍କ ଏବଂ ସାବଧାନ କରାଇବ, ଯେଉଁଥିରେ ବୈଧ ଆଇଏସ୍‌ଆଇ ମାର୍କ ନ ଥିବ ଏବଂ ଯେଉଁଥିରେ ବାଧ୍ୟତାମୂଳକ ବିଆଇଏସ୍ ମାନକର ଉଲ୍ଲଂଘନ କରା ଯାଇଥିବ । ହେଲ୍‌ମେଟ, ପ୍ରେସର କୁକର ଏବଂ ରୋଷେଇ ଗ୍ୟାସ୍ ସିଲିଣ୍ଡର ସମ୍ବନ୍ଧରେ ପ୍ରଥମ ସୁରକ୍ଷା ବିଜ୍ଞପ୍ତି ଜାରି କରା ଯାଇଥିବା ବେଳେ ଦ୍ୱିତୀୟ ସୁରକ୍ଷା ବିଜ୍ଞପ୍ତି ବୈଦ୍ୟୁତିକ ଇମର୍ସନ୍ ୱାଟର ହିଟର, ସିଲେଇ ମେସିନ୍‌, ମାଇକ୍ରୋୱେଭ୍ ଓଭନ, ଏଲ୍‌ପିଜି ସହିତ ଘରୋଇ ଗ୍ୟାସ୍ ଷ୍ଟୋଭ୍ ଇତ୍ୟାଦି ଘରୋଇ ସାମଗ୍ରୀ ସମ୍ବନ୍ଧରେ ଜାରି କରା ଯାଇଥିଲା ।

କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣର ମୁଖ୍ୟ କମିଶନର ଶ୍ରୀମତୀ ନିଧି ଖରେଙ୍କ ଅଧ୍ୟକ୍ଷତାରେ ପ୍ରାଧିକରଣ ନିକଟରେ ଆମାଜନ୍ ନିଜର ଇ - କମର୍ସ ପ୍ଲାଟଫର୍ମରେ ନିର୍ଦ୍ଧାରିତ ବାଧ୍ୟତାମୂଳକ ମାନକ ଗୁଡିକର ଉଲ୍ଲଂଘନ କରି ଘରୋଇ ପ୍ରେସର କୁକର ବିକ୍ରି ନିମନ୍ତେ ଅନୁମତି ଦେବା ଯୋଗୁଁ କମ୍ପାନୀ ତାର ଇ କମର୍ସ ପ୍ଲାଟଫର୍ମ ଦ୍ୱାରା ଉପଭୋକ୍ତା ଅଧିକାର ଗୁଡିକର ଉଲ୍ଲଂଘନ ଖିଲାପରେ ଆଦେଶ ପାରିତ କରିଛନ୍ତି ।

ଏହା ଉଲ୍ଲେଖ କରା ଯାଇ ପାରେ ଯେ, ଆମାଜନ୍ ନିଜର ଇ କମର୍ସ ପ୍ଲାଟଫର୍ମରେ ବାଧ୍ୟତାମୂଳକ ମାନକ ଗୁଡିକର ଉଲ୍ଲଂଘନ କରି ଘରୋଇ ପ୍ରେସର କୁକର  ବିକ୍ରି କରିଥିବା ଯୋଗୁଁ ଇ କମର୍ସ ପ୍ଲାଟଫର୍ମ ଖିଲାପରେ ସିସିପିଏ ସ୍ୱତଃ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ଥିଲା । ସିସିପିଏ ଆମାଜନ୍‌, ଫ୍ଲିପ୍‌କାର୍ଟ, ପେଟିଏମ୍ ମଲ୍‌, ଶପ୍‌କ୍ଲୁଜ୍ ଏବଂ ସ୍ନାପଡିଲ୍ ସହିତ ପ୍ରମୁଖ ଇ କମର୍ସ ପ୍ଲାଟଫର୍ମକୁ ତଥା ସେହି ପ୍ଲାଟଫର୍ମରେ ପଂଜୀକୃତ ବିକ୍ରେତା ମାନଙ୍କୁ ମଧ୍ୟ ନୋଟିସ୍ ଜାରି କରିଥିଲା ।

 

କମ୍ପାନୀ ଦ୍ୱାରା ଦାଖଲ ହୋଇଥିବା ପ୍ରତିକ୍ରିୟାର ଯାଂଚ ପରେ, ଏହା ଦେଖା ଯାଇଛି ଯେ, ବାଧ୍ୟତାମୂଳକ ମାନକ ଗୁଡିକ ଅନୁଯାୟୀ ମୋଟ୍ ୨,୨୬୫ ପ୍ରେସର କୁକର କ୍ୟୁସିଓ ଅଧିସୂଚନା ପରେ ଆମାଜନ୍ ମାଧ୍ୟମରେ ବିକ୍ରି କରା ଯାଇ ଥିଲା । ଆମାଜନ୍ ଦ୍ୱାରା ନିଜର ପ୍ଲାଟଫର୍ମ ମାଧ୍ୟମରେ ଏଭଳି ପ୍ରେସର କୁକର ବିକ୍ରି ଦ୍ୱାରା ଅର୍ଜନ କରା ଯାଇଥିବା ମୋଟ ଅର୍ଥ ୬,୧୪,୮୨୫.୪୧ ଟଙ୍କା ଥିଲା ।

ଆମାଜନ୍ ଏହା ସ୍ୱୀକାର କରିଛି ଯେ, ତାହା ନିଜ ପ୍ଲାଟଫର୍ମରେ ବିକ୍ରି କରା ଯାଇଥିବା ପ୍ରେସର କୁକର ନିମନ୍ତେ ବିକ୍ରି କମିଶନଦେୟ ଅର୍ଜନ କରିଛି । ସିସିପିଏ ଦ୍ୱାରା ଏହା ଦେଖା ଯାଇଥିଲା ଯେ, ଯେତେବେଳେ ଆମାଜନ୍ ନିଜ ଇ କମର୍ସ ପ୍ଲାଟଫର୍ମରେ ତାଲିକାଭୁକ୍ତ ସାମଗ୍ରୀର ପ୍ରତ୍ୟେକ ବିକ୍ରିରୁ ବ୍ୟବସାୟିକ ରୂପରେ ରୋଜଗାର କରିଥାଏ, ତେଣୁ କମ୍ପାନୀ ନିଜ ପ୍ଲାଟଫର୍ମ ମାଧ୍ୟମରେ ସାମଗ୍ରୀ ଗୁଡିକର ବିକ୍ରିକୁ ନେଇ ସମସ୍ୟା ଉପୁଜିଲେ ସେଥିରୁ ନିଜକୁ ଅଲଗା କରି ପାରିବ ନାହିଁ ।

****

SSP


(रिलीज़ आईडी: 1848564) आगंतुक पटल : 235
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Punjabi , Tamil