ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସ୍ୱର୍ଗତ ଶ୍ରୀ ହରମୋହନ ସିଂହ ଯାଦବଙ୍କ ୧୦ମ ମୃତ୍ୟୁବାର୍ଷିକୀ ଅବସରରେ ଜୁଲାଇ ୨୫ରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
Posted On:
24 JUL 2022 1:55PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୨୫, ୨୦୨୨ ଅପରାହ୍ନ ୪.୩୦ରେ ସ୍ୱର୍ଗତ ଶ୍ରୀ ହରମୋହନ ସିଂହ ଯାଦବଙ୍କ ୧୦ମ ମୃତ୍ୟୁବାର୍ଷିକୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିବେ ।
ଶ୍ରୀ ହରମୋହନ ସିଂହ ଯାଦବ (ଅକ୍ଟୋବର ୧୮, ୧୯୨୧- ଜୁଲାଇ ୨୫ ୨୦୧୨) ଯାଦବ ସମାଜର ଜଣେ ଉତ୍ତୁଙ୍ଗ ନେତା ଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ କୃଷକ, ପଛୁଆ ବର୍ଗ ଓ ସମାଜର ଅନ୍ୟ ବର୍ଗଙ୍କ ପ୍ରତି ସ୍ୱର୍ଗତ ନେତାଙ୍କ ଅବଦାନକୁ ସ୍ୱୀକୃତି ପ୍ରଦାନ କରୁଛି ।
ଦୀର୍ଘବର୍ଷ ଧରି ଶ୍ରୀ ହରମୋହନ ସିଂହ ଯାଦବ ରାଜନୀତିରେ ସକ୍ରିୟ ରହି ଏମଏଲସି, ବିଧାୟକ, ରାଜ୍ୟସଭା ସଦସ୍ୟ ଓ ଅଖିଳ ଭାରତୀୟ ଯାଦବ ମହାସଭାର ଅଧ୍ୟକ୍ଷ ଭାବେ କାମ କରିଥିଲେ । ପୁଅ ଶ୍ରୀ ସୁଖରାମ ସିଂହଙ୍କ ସହାୟତାରେ କାନପୁର ଆଖପାଖରେ ଅନେକଗୁଡିଏ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
୧୯୮୪ ଶିଖ ବିରୋଧୀ ଦଙ୍ଗା ବେଳେ ସାହସିକତା ପ୍ରଦର୍ଶନ କରି ଅନେକ ଶିଖଙ୍କ ଜୀବନ ବଞ୍ଚାଇ ଥିବା ଶ୍ରୀ ହରମୋହନ ସିଂହ ଯାଦବଙ୍କୁ ୧୯୯୧ରେ ଶୌର୍ଯ୍ୟ ଚକ୍ରରେ ସମ୍ମାନିତ କରାଯାଇଥିଲା ।
SR
(Release ID: 1844475)
Visitor Counter : 167
Read this release in:
Gujarati
,
Assamese
,
English
,
Urdu
,
Marathi
,
Hindi
,
Manipuri
,
Bengali
,
Punjabi
,
Tamil
,
Telugu
,
Kannada
,
Malayalam