ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
azadi ka amrit mahotsav

ମଙ୍କିପକ୍ସ ରୋଗ ସମ୍ପର୍କରେ ସଦ୍ୟତମ ରିପୋର୍ଟ


ଏନ୍‌ଆଇଭି ପୁନେ ଦ୍ୱାରା ଦିଲ୍ଲୀର ଜଣେ ବ୍ୟକ୍ତିଙ୍କ ଦେହରେ ମଙ୍କିପକ୍ସ ଭୂତାଣୁ ରହିଥିବା ସମ୍ପର୍କରେ ସ୍ପଷ୍ଟୀକରଣ

ଦିଲ୍ଲୀସ୍ଥିତ ଲୋକ ନାୟକ ହସ୍ପିଟାଲ୍‌ର ସଙ୍ଗରୋଧ କେନ୍ଦ୍ରରେ ସଂକ୍ରମିତ ବ୍ୟକ୍ତିଙ୍କୁ ରଖାଯାଇଛି

ଡିଜିଏଚ୍‌ଏସ୍ ଦ୍ୱାରା ଆଜି ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ

प्रविष्टि तिथि: 24 JUL 2022 1:49PM by PIB Bhubaneswar

ଦିଲ୍ଲୀର ଜଣେ ୩୪ ବର୍ଷ ବୟସ୍କ ବ୍ୟକ୍ତି (ପୁରୁଷ)ଙ୍କୁ ମଙ୍କିପକ୍ସ ରୋଗରେ ଆକ୍ରାନ୍ତ ବୋଲି ସନ୍ଦେହ କରାଯିବା ପରେ ତାଙ୍କୁ ଲୋକ ନାୟକ ହସ୍ପିଟାଲ୍‌ରେ ସଙ୍ଗରୋଧରେ ରଖା ଯାଇଥିଲା । ପୁନେ ସ୍ଥିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (ଏନଆଇଭି) ଦ୍ୱାରା ରୋଗ ନିରୂପଣ କରା ଯିବା ପରେ ଏହାକୁ ସୁନିଶ୍ଚିତ କରା ଯାଇଅଛି । ଆକ୍ରାନ୍ତ ବ୍ୟକ୍ତି ବର୍ତମାନ ଲୋକ ନାୟକ ହସ୍ପିଟାଲ୍‌ର ସଙ୍ଗରୋଧ କେନ୍ଦ୍ରରେ ଆରୋଗ୍ୟ ଲାଭ କରୁଛନ୍ତି । ରୋଗୀର ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ମାନଙ୍କୁ ଚିହ୍ନଟ କରା ଯାଇଛି ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମାଗଦର୍ଶିକା ଅନୁସାରେ ସଙ୍ଗରୋଧରେ ରଖା ଯାଇଅଛି । ପରବର୍ତୀ ଜନସ୍ୱାସ୍ଥ୍ୟ ହସ୍ତକ୍ଷେପ ଗୁଡିକ ଯଥା, ସଂକ୍ରମଣ ଉତ୍ସର ଚିହ୍ନଟୀକରଣ, ପରିବର୍ଦ୍ଧିତ ସମ୍ପର୍କ ନିରୂପଣ, ଘରୋଇ ଚିକିତ୍ସକ ମାନଙ୍କର ପରୀକ୍ଷଣ ସମ୍ବେଦନଶୀଳତା ଇତ୍ୟାଦି କାର୍ଯ୍ୟ ସମ୍ପାଦନ କରାଯାଉଛି । ଆଜି ଅପରାହ୍ନ ୩ଟାରେ ପରିସ୍ଥିତିର ଏକ ଉଚ୍ଚ ସ୍ତରୀୟ ସମୀକ୍ଷା କରା ଯିବାକୁ ଯୋଜନା କରାଯାଇଛି ।

****

SSP


(रिलीज़ आईडी: 1844387) आगंतुक पटल : 225
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Bengali , Manipuri , Punjabi , Gujarati