ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ

ନ୍ୟାୟିକ ସେବା କ୍ଷେତ୍ରରେ ଭାରତ – ମାଳଦ୍ୱୀପ ରାଜିନାମା ସ୍ୱାକ୍ଷରକୁ କ୍ୟାବିନେଟ୍ ମଞ୍ଜୁରି

Posted On: 20 JUL 2022 2:32PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ଭାରତ ଏବଂ ମାଳଦ୍ୱୀପ ଗଣରାଜ୍ୟର ନ୍ୟାୟିକ ସେବା ଆୟୋଗ ମଧ୍ୟରେ ନ୍ୟାୟିକ ସହଯୋଗ କ୍ଷେତ୍ରରେ ରାଜିନାମା (ଏମ୍‌ଓୟୁ) ସ୍ୱାକ୍ଷର କରିବା ନିମନ୍ତେ ମଞ୍ଜୁରି ପ୍ରଦାନ କରିଛି । ଭାରତ ଏବଂ ଅନ୍ୟାନ୍ୟ ଦେଶ ମାନଙ୍କ ମଧ୍ୟରେ ନ୍ୟାୟିକ ସହଯୋଗ କ୍ଷେତ୍ରରେ ଏହା ହେଉଛି ଅଷ୍ଟମ ରାଜିନାମା ।

ଏହି ରାଜିନାମା ଅଦାଲତର ଡିଜିଟାଲକରଣ ନିମନ୍ତେ ସୂଚନା ପ୍ରଯୁକ୍ତିର ଲାଭକୁ ଉଠାଇବା ପାଇଁ ଏକ ମଂଚ ପ୍ରଦାନ କରିବ ଏବଂ ଉଭୟ ଦେଶ ମଧ୍ୟରେ ଆଇଟି କମ୍ପାନୀ ଗୁଡିକ ପାଇଁ ଏବଂ ଷ୍ଟାର୍ଟ - ଅପ୍ ଗୁଡିକ ନିମନ୍ତେ ଏକ ସମ୍ଭାବ୍ୟ ବିକଶିତ କ୍ଷେତ୍ର ହୋଇ ପାରିବ ।

ସାମ୍ପ୍ରତିକ ବର୍ଷ ଗୁଡିକରେ, ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ବହୁ କ୍ଷେତ୍ରରେ ସମ୍ବନ୍ଧ ପ୍ରଗାଢ଼ ହୋଇଛି । ଆଇନ୍ ଏବଂ ନ୍ୟାୟ କ୍ଷେତ୍ରରେ ସହଯୋଗ ଉପରେ ଏହି ରାଜିମାନା ଉପରେ ସ୍ୱାକ୍ଷର ସହିତ, ଦୁଇ ଦେଶ ମଧ୍ୟରେ ଭଲ ସମ୍ପର୍କକୁ ମଧ୍ୟ ପ୍ରୋତ୍ସାହନ ମିଳିବ । ଏହା ଦୁଇ ଦେଶ ମଧ୍ୟରେ ନ୍ୟାୟିକ ଏବଂ ଅନ୍ୟ ଆଇନ୍ କ୍ଷେତ୍ର ଗୁଡିକରେ ଜ୍ଞାନ ଏବଂ ପ୍ରଯୁକ୍ତିର ଆଦାନ - ପ୍ରଦାନକୁ ସକ୍ଷମ କରିବା ସହିତ, “ପ୍ରଥମେ ପଡୋଶୀ” ନୀତିର ଉଦ୍ଦେଶ୍ୟ ଗୁଡିକୁ ଆଗକୁ ବଢ଼ାଇବ ।

*****

SSP



(Release ID: 1843262) Visitor Counter : 135