ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ଜର୍ଣ୍ଣାଲିଷ୍ଟ ୱେଲଫେୟାର ସ୍କିମ୍ ଅନ୍ତର୍ଗତ ସରକାର 7 ସାମ୍ବାଦିକ ଓ 35 ଜଣ ସାମ୍ବାଦିକଙ୍କ ପରିବାର ପାଇଁ ସହାୟତା ମଞ୍ଜୁର କରିଛନ୍ତି


କୋଭିଡ୍-19 ହେତୁ ଜୀବନ ହରାଇଥିବା 16 ସାମ୍ବାଦିକଙ୍କ ପରିବାର ସରକାରୀ ସହାୟତା ପାଇବେ

Posted On: 01 JUL 2022 6:24PM by PIB Bhubaneshwar

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଶ୍ରୀ ଅପୂର୍ବ ଚନ୍ଦ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜର୍ଣ୍ଣାଲିଷ୍ଟ ୱେଲଫେୟାର ସ୍କିମ କମିଟିର ପ୍ରସ୍ତାବକୁ ମଞ୍ଜୁର କରାଯାଇଛି । ଏହା ଅନ୍ତର୍ଗତ ଜୀବନ ହରାଇଥିବା 35 ଜଣ ସାମ୍ବାଦିକ ପରିବାରଙ୍କୁ  ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏଥିରେ ଅନ୍ତର୍ଭୁକ୍ତ ରହିଛନ୍ତି 16 ଜଣ ସାମ୍ବାଦିକଙ୍କ  ପରିବାର ଯେଉଁମାନେ କୋଭିଡ-19 ହେତୁ ଜୀବନ ହରାଇଛନ୍ତି। ଏହି ସହାୟତା ଜର୍ଣ୍ଣାଲିଷ୍ଟ ୱେଲଫେୟାର ସ୍କିମ୍ (ଜେଡବ୍ଲୁଏସ) ଅନ୍ତର୍ଗତ ପ୍ରଦାନ କରାଯିବ। ଏହି ପରିବାରଗୁଡ଼ିକୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯିବ।

ଜେଡବ୍ଲୁଏସ୍ କମିଟି ସ୍ଥାୟୀ ଭିନ୍ନକ୍ଷମତାରେ ପୀଡ଼ିତ ଥିବା ଦୁଇ ଜଣ ସାମ୍ବାଦିକଙ୍କୁ ଓ ଗୁରୁତର ରୋଗରେ ପୀଡ଼ିତ ଥିବା ପାଞ୍ଚ ଜଣ ସାମ୍ବାଦିକଙ୍କ ପାଇଁ ଜେଡବ୍ଲୁଏସ୍ ନିୟମାବଳୀ ଅନୁସାରେ ସହାୟତା ପାଇଁ ସୁପାରିଶ୍ କରିଛନ୍ତି। ଏହି ମିଟିଂରେ କମିଟି ସମୁଦାୟ ଟ.1.81 କୋଟିର ସହାୟତା ମଞ୍ଜୁର କରିଛନ୍ତି।

ଏପର୍ଯ୍ୟନ୍ତ କୋଭିଡ୍-19 ହେତୁ ଜୀବନ ହରାଇଥିବା 123 ଜଣ ସାମ୍ବାଦିକଙ୍କ ପରିବାରକୁ ସହାୟତା ପ୍ରଦାନ କରାଯାଇଛି। ଚଳିତ ମିଟିଂର ବର୍ତ୍ତମାନର ମଞ୍ଜୁର ସହିତ, ସମୁଦାୟ 139 ପରିବାରକୁ ସହାୟତା ପ୍ରଦାନ କରାଯାଇଛି।

ଏହି ସ୍କିମ୍ ଅନ୍ତର୍ଗତ ସମ୍ବାଦିକଙ୍କ  ପରିବାରକୁ  ସାମ୍ବାଦିକଙ୍କ ମୃତ୍ୟୁ କ୍ଷେତ୍ରରେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହା ସହିତ ସ୍ଥାୟୀ ଅକ୍ଷମତା, ଗୁରୁତର ଦୁର୍ଘଟଣା ଓ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ପାଇଁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ଗତ ଆର୍ଥିକ ବର୍ଷରେ, ବିଭିନ୍ନ ବର୍ଗରେ 134 ଜଣ ସାମ୍ବାଦିକ ଓ ତାଙ୍କର ପରିବାରକୁ 6.47 କୋଟିର ସହାୟତା ପ୍ରଦାନ କରାଯାଇଥିଲା।

ଏହି ଜେଡବ୍ଲୁଏସ କମିଟି ମିଟିଂରେ ଶ୍ରୀ ଜୟଦୀପ ଭଟ୍ଟନାଗର, ପ୍ରମୁଖ ମହାନିର୍ଦ୍ଦେଶକ, ପିଆଇବି, ଶ୍ରୀ ବିକ୍ରମ ସହାୟ, ଯୁଗ୍ମ ସଚିବ ଏବଂ କମିଟିର ସମ୍ବାଦିକମାନଙ୍କ ପ୍ରତିନିଧି ଶ୍ରୀ ସନ୍ତୋଷ ଠାକୁର, ଶ୍ରୀ ଅମିତ କୁମାର, ଶ୍ରୀ ଉମେଶ୍ବର କୁମାର, ଶ୍ରୀମତୀ ସର୍ଜନା ଶର୍ମା, ଶ୍ରୀ ରାଜକିଶୋର ତିୱାରୀ ଓ ଶ୍ରୀ ଗଣେଶ ବିଷ୍ଟ ଉପସ୍ଥିତ ଥିଲେ ।

ଜର୍ଣ୍ଣାଲିଷ୍ଟ ୱେଲଫେୟାର ସ୍କିମ୍ (ଜେଡବ୍ଲୁଏସ୍) ଅନ୍ତର୍ଗତ ସମ୍ବାଦିକ ଓ ତାଙ୍କର ପରିବାର ସହାୟତା ପାଇଁ ପିଆଇବି ର ୱେବସାଇଟ୍ https://accreditation.pib.gov.in/jws/default.aspx ରେ ଆବେଦନ କରିପାରିବେ।

BS



(Release ID: 1838699) Visitor Counter : 161