ପ୍ରତିରକ୍ଷା ମନ୍ତ୍ରଣାଳୟ

ଚାନ୍ଦିପୁରରୁ ‘ଅଭ୍ୟାସ’ର ସଫଳ ପରୀକ୍ଷଣ


ଓଡିଶା ଉପକୂଳରୁ ଦ୍ରୁତ ଗତି ସମ୍ପନ୍ନ ଉପଭୋଜିତ ଆକାଶମାର୍ଗୀୟ ଲକ୍ଷ୍ୟ - ଅଭ୍ୟାସର ସଫଳତାର ସହିତ ଉଡାଣ ପରୀକ୍ଷଣ ହୋଇଛି

Posted On: 29 JUN 2022 2:50PM by PIB Bhubaneshwar

 ଓଡିଶାର ଉପକୂଳରେ ରହିଥିବା ଚାନ୍ଦିପୁରର ଇଂଟିଗ୍ରେଟେଡ୍ ଟେଷ୍ଟ ରେଂଜ (ଆଇଟିଆର୍‌)ରୁ ଦ୍ରୁତ ଗତି ସମ୍ପନ୍ନ ଉପଭୋଜିତ ଆକାଶମାର୍ଗୀୟ ଲକ୍ଷ୍ୟ (ଏଚ୍‌ଇଏଟି) - ଅଭ୍ୟାସର ଆଜି ସଫଳତାପୂର୍ବକ ଉଡାଣ ପରୀକ୍ଷଣ କରା ଯାଇଛି ।

ଉଡାଣର ପରୀକ୍ଷଣ ସମୟରେ ବିମାନର ନିମ୍ନ ଉଚ୍ଚତାରେ ସ୍ଥାୟୀ ସ୍ତରକୁ ମିଶାଇ ପରିଚାଳନାଗତ କୌଶଳ ପ୍ରଦର୍ଶିତ ହୋଇଥିଲା । ଏହି ଲକ୍ଷ୍ୟଭେଦୀ ବିମାନଟି ପୂର୍ବରୁ ପ୍ରସ୍ତୁତ ହୋଇଥିବା ନିୟନ୍ତ୍ରଣକାରୀ ସ୍ଥଳରୁ ଉଡିବା ଆରମ୍ଭ କରିଥିଲା, ଯାହା ଏକ ପୂର୍ବ ନିର୍ଦ୍ଧାରିତ ନିମ୍ନ ଉଚ୍ଚତାରେ ରହିଥିବା ଉଡାଣ ପଥରେ ଏକ ଭୁପୃଷ୍ଠ ଆଧାରିତ ନିୟନ୍ତ୍ରକ ଦ୍ୱାରା ଉଡା ଯାଇଥିଲା, ଯାହା ଉପରେ ରାଡାର ତଥା ଇଲେକ୍ଟ୍ରୋ ଅପଟିକାଲ୍ ଟାର୍ଗେଟିଂ ସିଷ୍ଟମ୍ ସହିତ ଆଇଟିଆର୍ ଦ୍ୱାରା ନିୟୋଜିତ କରା ଯାଇଥିବା ବିଭିନ୍ନ ଗତିପଥ ନିରୀକ୍ଷକ ସେନ୍‌ସର ଗୁଡିକ ଦ୍ୱାରା ନିରୀକ୍ଷଣ କରା ଯାଇଥିଲା । 

ଅଭ୍ୟାସର ଡିଜାଇନ୍ ଏବଂ ତାର ବିକାଶ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଙ୍ଗଠନ (ଡିଆର୍‌ଡିଓ)ର ବିମାନ ସମ୍ପର୍କିତ ବିକାଶ ପ୍ରତିଷ୍ଠାନ ଦ୍ୱାରା କରା ଯାଇଛି । ଏହି ବିମାନକୁ ଟ୍ୱିନ୍ ଅଣ୍ଡର ସ୍ଲଗ୍ ବୁଷ୍ଟର, ଯାହା ଯାନଟିକୁ ପ୍ରାରମ୍ଭିକ ଗତି ପ୍ରଦାନ କରିଥାଏ, ତାହାକୁ ଉପଯୋଗ କରାଯାଇ ତାହା ମାଧ୍ୟମରେ ଲଂଚ୍ କରା ଯାଇଥିଲା । ଏହା ଉଚ୍ଚ ସବସୋନିକ୍ ଗତିରେ ଏକ ଦୀର୍ଘ କାଳୀନ ନିରବଚ୍ଛିନ୍ନ ଉଡାଣ କରିବା ପାଇଁ ଏକ ଛୋଟ ଗ୍ୟାସ୍ ଟର୍ବାଇନ୍ ଦ୍ୱାରା ସଂଚାଳିତ ହୋଇଥାଏ ।

ଲକ୍ଷ୍ୟଭେଦୀ ବିମାନ ବହୁତ ଉଚ୍ଚାକୁ ଉଡିବା ପାଇଁ ସ୍ୱଦେଶୀ ରେଡିଓ ଅଲ୍ଟିମିଟର ତଥା ଭୂତଳ ନିୟନ୍ତ୍ରଣକାରୀ କେନ୍ଦ୍ର ତଥା ଲକ୍ଷ୍ୟଭେଦୀ ବିମାନ ମଧ୍ୟରେ ଲିପିବଦ୍ଧ (ଏନକ୍ରିପ୍ଟେଡ୍‌) ଯୋଗାଯୋଗ ନିମନ୍ତେ ତଥ୍ୟ ସଂଯୋଗ ସହିତ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣ ନିମନ୍ତେ ବିମାନ ନିୟନ୍ତ୍ରକ କମ୍ପ୍ୟୁଟର ସହିତ ନ୍ୟାଭିଗେସନ୍ ନିମନ୍ତେ ମାଇକ୍ରୋ ଇଲେକ୍ଟ୍ରୋ ମେକାନିକାଲ୍ ସିଷ୍ଟମ୍ ଆଧାରିତ ଇନିର୍ସିଆଲ୍ ନ୍ୟାଭିଗେସନ୍ ସିଷ୍ଟମ୍ ସହିତ ସୁସଜ୍ଜିତ ଅଟେ । ଏହି ଯାନଟିକୁ ସମ୍ପୂର୍ଣ୍ଣ ଭାବରେ ସ୍ୱୟଂଚାଳିତ ଉଡାଣ ନିମନ୍ତେ ବ୍ୟବସ୍ଥିତ କରା ଯାଇଛି ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅଭ୍ୟାସର ସଫଳ ଉଡାଣ ପରୀକ୍ଷଣ ନିମନ୍ତେ ଡିଆର୍‌ଡିଓ, ସଶସ୍ତ୍ର ବାହିନୀ ତଥା ଉଦ୍ୟୋଗକୁ ଶୁଭେଚ୍ଛା ଜଣାଇଥିଲେ । କହିଥିଲେ ଯେ ଏହି ସିଷ୍ଟମ୍‌ର ବିକାଶ ସଶସ୍ତ୍ର ବାହିନୀ ମାନଙ୍କ ନିମନ୍ତେ ଆକାଶମାର୍ଗୀୟ ଲକ୍ଷ୍ୟର ଆବଶ୍ୟକତାକୁ ପୂରଣ କରିବ ।

ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଙ୍ଗଠନ ବିଭାଗ ତଥା ଡିଆର୍‌ଡିଓର ଅଧ୍ୟକ୍ଷ ଡଃ. ଜି. ସତୀଶ ରେଡ୍ଡୀ ସିଷ୍ଟମ୍‌ର ଡିଜାଇନ୍‌, ବିକାଶ ଏବଂ ପରୀକ୍ଷଣ ସହିତ ଯୋଡି ହୋଇ ରହିଥିବା ଦଳର ପ୍ରୟାସକୁ ଭୁରି ଭୁରି ପ୍ରଶଂସା କରିଥିଲେ ।

***********

SSP



(Release ID: 1838068) Visitor Counter : 161