ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରାଜସ୍ଥାନର ଜାଲୋରରେ ସଡକ ଦୁର୍ଘଟଣାରେ ଜୀବନ ହାନିକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 28 JUN 2022 11:10AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର ଜାଲୋରରେ ଏକ ସଡ଼କ ଦୁର୍ଘଟଣାରେ ଜୀବନ ହାନିକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ପରିବାରଗୁଡିକୁ ଏଭଳି ଦୁଃଖ ସହିବାକୁ ଶକ୍ତି ଦେବାପାଇଁ ପ୍ରାର୍ଥନା କରିଛନ୍ତି ।

ପିଏମ୍‍ଓ ଟୁଇଟ୍ ଜରିଆରେ କହିଛି:

“ରାଜସ୍ଥାନର ଜାଲୋରରେ ସଡ଼କ ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦାୟକ । ଯେଉଁମାନେ ଏଥିରେ ଜୀବନ ହରାଇଛନ୍ତି ସେମାନଙ୍କ ପରିବାର ପ୍ରତି ମୁଁ ସମବେଦନା ଜଣାଉଛି । ଏହି ଦୁଃଖ ସମୟରେ ଭଗବାନ ସେମାନଙ୍କୁ ଶକ୍ତି ଦିଅନ୍ତୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।”

HS


(ରିଲିଜ ଆଡି: 1837764) ପରିଦର୍ଶକ କାଉଣ୍ଟର : 177