ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜି -୭ ଶିଖର ସମ୍ମିଳନୀ ଅବସରରେ ଜର୍ମାନୀ ରିପବ୍ଲିକର ଚାନସେଲରଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

Posted On: 27 JUN 2022 9:27PM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁନ୍୨୭, ୨୦୨୨ ରେ ଜର୍ମାନୀର ସ୍ଲୋସ୍ଏଲାମୁ ଠାରେ ଜି- ଶିଖର ସମ୍ମିଳନୀ ଅବସରରେ ରିପବ୍ଲିକ୍ ଅଫ୍ ଜର୍ମାନୀର ଚାନସେଲର ମାନ୍ୟବର ଶ୍ରୀ ଓଲାଫ୍ ସ୍କୋଲଜ୍ଙ୍କୁ ଭେଟିଛନ୍ତି

ଚଳିତ ବର୍ଷ ଦୁଇ ନେତାଙ୍କ ମଧ୍ୟରେ ଏହା ଦ୍ୱିତୀୟ ବୈଠକ ଥିଲା; ପୂର୍ବ ବୈଠକ ଭାରତ-ଜର୍ମାନୀ ଆନ୍ତଃ - ସରକାରୀ ପରାମର୍ଶ ପାଇଁ ମଇ ୨୦୨୨ ରେ ପ୍ରଧାନମନ୍ତ୍ରୀଙ୍କ ବର୍ଲିନ ଗସ୍ତ ସମୟରେ ହୋଇଥିଲା ଜି- ଶିଖର ସମ୍ମିଳନୀକୁ ନିମନ୍ତ୍ରଣ ପାଇଁ ପ୍ରଧାନମନ୍ତ୍ରୀ ଚାନସେଲର ସ୍କୋଲଜଙ୍କୁ ଧନ୍ୟବାଦ ଜଣାଇଛନ୍ତି

ଗତ ମାସର ସେମାନଙ୍କର ଆଲୋଚନା ଜାରି ରଖି ଦୁଇ ନେତା ସେମାନଙ୍କର ସବୁଜ ଏବଂ ସ୍ଥାୟୀ ବିକାଶ ସହଭାଗିତାକୁ ଆଗକୁ ନେବା ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ଆଲୋଚନା କାଳରେ ଜଳବାୟୁ କାର୍ଯ୍ୟଯୋଜନା, ଜଳବାୟୁ ପାଇଁ ପୁଞ୍ଜି ଯୋଗାଣ ଏବଂ ପ୍ରଯୁକ୍ତିବିଦ୍ୟା ସ୍ଥାନାନ୍ତର ଭଳି ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା   ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଲୋକଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କକୁ ଆହୁରି ମଜବୁତ କରିବାର ଆବଶ୍ୟକତା ଉପରେ ଉଭୟ ନେତା ମଧ୍ୟ ସହମତ ହୋଇଥିଲେ

ଆନ୍ତର୍ଜାତୀୟ ସଂସ୍ଥାଗୁଡ଼ିକରେ ବୃହତ ସମନ୍ୱୟ, ବିଶେଷକରି ଭାରତର ଆଗାମୀ ଜି -୨୦ ସଭାପତିତ୍ୱ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା ଦୁଇ ନେତା ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ବିକାଶ ଉପରେ ମଧ୍ୟ ମତ ବିନିମୟ କରିଥିଲେ

HS



(Release ID: 1837444) Visitor Counter : 114