ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜୁନ ୨୬-୨୮, ୨୦୨୨ରେ ପ୍ରଧାନମନ୍ତ୍ରୀଙ୍କ ଜର୍ମାନୀ ଓ ୟୁଏଇ ଗସ୍ତ ଅବ୍ୟବହିତ ପୂର୍ବରୁ ବିବୃତ୍ତି

Posted On: 25 JUN 2022 3:53PM by PIB Bhubaneshwar

ଜର୍ମାନ ଚାନସେଲର ମହାମହିମ ଓଲାଫ ସୋଜଙ୍କ ଆମନ୍ତ୍ରଣ କ୍ରମେ ଜି୭ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ମୁଁ ଜର୍ମାନୀର ସୋଲସ ଏଲାମୁ ଗସ୍ତରେ ଯାଉଛି । ଗତ ମାସର ଭାରତ-ଜର୍ମାନୀ ଆନ୍ତଃ ସରକାରୀ ଫଳପ୍ରଦ ବିଚାରବିମର୍ଶ ପରେ ଚାନସେଲର ସୋଜଙ୍କୁ ପୁଣି ଦେଖାକରିବା ଏକ ନିଶ୍ଚିତ ଭାବେ ସୁଖଦ ଅବସର ।

ମାନବତା ଉପରେ ପ୍ରଭାବ ବିସ୍ତାରକାରୀ ଗୁରୁତ୍ୱପୂର୍ଣ୍ଣ ବୈଶ୍ୱିକ ସମସ୍ୟାକୁ ନେଇ ଆନ୍ତର୍ଜାତିକ ସହଯୋଗକୁ ମଜବୁତ କରିବା ନିମନ୍ତେ ଜର୍ମାନୀ ଏବଂ ଅନ୍ୟ ଗଣତାନ୍ତ୍ରିକ ରାଷ୍ଟ୍ର ଯଥା ଆର୍ଜେଣ୍ଟିନା, ଇଣ୍ଡୋନେସିଆ, ସେନେଗାଲ ଓ ଦକ୍ଷିଣ ଆଫ୍ରିକାକୁ ମଧ୍ୟ ଜି୭ ଶିଖର ସମ୍ମିଳନୀକୁ ଆମନ୍ତ୍ରଣ କରିଛୁ । ଶିଖର ସମ୍ମିଳନୀର ଅଧିବେଶନ କାଳରେ ମୁଁ ଜି-୭ ଦେଶ ସମୂହ, ଜି-୭ ସହଯୋଗୀ ରାଷ୍ଟ୍ର ଓ ଅତିଥି ଆନ୍ତର୍ଜାତିକ ସଂଗଠନଗୁଡ଼ିକ ସହ ପରିବେଶ, ଶକ୍ତି, ଜଳବାୟୁ, ଖାଦ୍ୟ, ସୁରକ୍ଷା, ସ୍ୱାସ୍ଥ୍ୟ, ଆତଙ୍କବାଦ ନିରୋଧ, ଲିଙ୍ଗଗତ ସମାନତା ଓ ଗଣତନ୍ତ୍ର ଉପରେ ମତ ବିନିମୟ କରିବି । ସମ୍ମିଳନୀ କାଳରେ ମୁଁ କେତେକ ଜି-୭ ଅଂଶଗ୍ରହଣକାରୀ ଦେଶ ଓ ଅତିଥି ଦେଶ ନେତୃବୃନ୍ଦଙ୍କ ସହ ଆଲୋଚନା କରିବି ।

ଜର୍ମାନୀ ଗସ୍ତ କାଳରେ ମୁଁ ମଧ୍ୟ ୟୁରୋପର ବିଭିନ୍ନ ଦେଶରେ ରହୁଥିବା ପ୍ରବାସୀ ଭାରତୀୟମାନଙ୍କ ସହ ସାକ୍ଷାତ କରିବି । ସେମାନେ ସ୍ଥାନୀୟ ଅର୍ଥନୀତିକୁ ଏକ ବିରାଟ ଅବଦାନ ଦେବା ସହ ୟୁରୋପୀୟ ଦେଶଗୁଡ଼ିକ ସହ ଆମର ସୁସମ୍ପର୍କ ପାଇଁ ଅନେକ କିଛି କରିଛନ୍ତି ।

ଭାରତ ପ୍ରତ୍ୟାବର୍ତ୍ତନ କାଳରେ ମୁଁ ୟୁଏଇ ରାଜଧାନୀ ଆବୁଧାବିରେ ଅଳ୍ପ ସମୟ ପାଇଁ ଜୁନ ୨୮, ୨୦୨୨ରେ ଅଟକି ୟୁଏଇ ରାଷ୍ଟ୍ରପତି ତଥା ଆବୁଧାବିର ଶାସକ ମହାମହିମ ଶେଖ ମହମ୍ମଦବିନ ଜାୟେଦ ଆଲ ନାହ୍ୟାନଙ୍କୁ ଭେଟିବି । ତାଙ୍କୁ ମୁଁ ୟୁଏଇର ପୂର୍ବତନ ରାଷ୍ଟ୍ରପତି ତଥା ଆବୁଧାବିର ଶାସକ ଶେଖ ଖାଲିଫାବିନ ଜାୟେଦ ଆଲ ନାହ୍ୟାନଙ୍କ ଶୋକ ସନ୍ଦେଶ ବ୍ୟକ୍ତିଗତ ଭାବେ ଜଣାଇବି ।

 

SM/MB



(Release ID: 1836981) Visitor Counter : 248