ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
azadi ka amrit mahotsav

ଦେଶରେ କୋଭିଡ୍-19 ସ୍ଥିତିର ସମୀକ୍ଷା କରିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡା. ମନସୁଖ ମାଣ୍ଡଭିୟ ଏକ ଉଚ୍ଚ ସ୍ତରୀୟ ମିଟିଂରେ ସଭାପତିତ୍ବ କରିଛନ୍ତି


ଅଧିକାରୀମାନଙ୍କୁ ସର୍ଭେଲାନ୍‌ସ ଓ ଜିନୋମ୍ ସିକୁଏନ୍‌ସିଂ ଉପରେ ଧ୍ୟାନ ପ୍ରଦାନ କରିବା ସହିତ ହସ୍‌ପିଟାଲରେ ଭର୍ତ୍ତି ରୋଗୀମାନଙ୍କୁ ଅନୁଧ୍ୟାନ କରିବାକୁ ପରାମର୍ଶ

ଯୋଗ୍ୟ ଲୋକମାନଙ୍କର କୋଭିଡ-19 ଟିକାକରଣକୁ ତ୍ବରାନ୍ବିତ କରିବା ସହିତ ଟେଷ୍ଟିଂ ବୃଦ୍ଧି କରିବା ପାଇଁ ଅନୁରୋଧ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 23 JUN 2022 6:35PM by PIB Bhubaneswar

କେତେକ ରାଜ୍ୟରେ କୋଭିଡ୍- 19 ମାମଲା ବୃଦ୍ଧି ପାଉଥିବାରୁ ଡା. ମନସୁଖ ମାଣ୍ଡଭିୟ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ କେନ୍ଦ୍ର ମନ୍ତ୍ରୀ ଆଜି ବିଶେଷଜ୍ଞ ଓ ଅଧିକାରୀମାନଙ୍କ ସହିତ ଏକ ଉଚ୍ଚ ସ୍ତରୀୟ ମିଟିଂରେ ସଭାପତିତ୍ବ କରିଥିଲେ। ଡା. ଭାରତୀ ପରବୀନ ପାୱାର, ଏମଓଏସ୍ (ଏଚଏଫଡବ୍ଲୁ) ଓ ଡା. ଭି କେ ପୌଲ, ସଦସ୍ୟ, ନୀତି ଆୟୋଗ ମଧ୍ୟ ଏହି ସଭାରେ ଉପସ୍ଥିତ ରହିଥିଲେ। 

ଶ୍ରୀ ଲବ୍ ଅଗରୱାଲ୍, ଜେଏସ୍ (ଏମଓଏଚଏଫଡବ୍ଲୁ) କୋଭିଡ୍ ମାମଲା ବୃଦ୍ଧିର ବିଶ୍ବ ପରିସ୍ଥିତିର ଏକ ସବିଶେଷ ଓ ଦେଶରେ କୋଭିଡର ସ୍ଥିତି ବିଷୟରେ ଉପସ୍ଥାପନା କରିଥିଲେ। ଏଥିରେ କୋଭିଡ୍-19 ମାମଲାର ବିଶ୍ଲେଷଣ ଓ ସ୍ଥିତିକୁ ଉପସ୍ଥାପନା କରାଯାଇଥିଲା। ଏହା ସହିତ ଦୈନିକ ଓ ସକ୍ରିୟ ମାମଲା, ପଜିଟିଭ୍ ଓ ମୃତ୍ୟୁ; ଟେଷ୍ଟିଂର ସ୍ଥିତି ସହିତ ପ୍ରତି ନିୟୁତରେ ରାଜ୍ୟ ୱାରୀ ସାପ୍ତାହିକ ପରୀକ୍ଷା, ସାପ୍ତାହିକ ପରୀକ୍ଷାରେ ଆରଟି ପିସିଆର ସେୟାର, ଜେନୋମ୍ ସିକୁଏନ୍‌ସିଂ ଓ ଟିକାକରଣ ସ୍ଥିତିକୁ ସାମିଲ୍ କରାଯାଇଥିଲା। 

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଅଧିକ ମାମଲା ଥିବା ଜିଲ୍ଲା ଗୁଡ଼ିକୁ ଗୁରୁତ୍ବ ପ୍ରଦାନ କରିବା ସହିତ ଟେଷ୍ଟିଂର ମାତ୍ରା ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ (ଆରଟିପିସିଆରର ଅଧିକ ମାତ୍ରା ସହିତ) କହିଥିଲେ। ଏହା ସହିତ ଫଳପ୍ରଦ ଭାବରେ କୋଭିଡ୍-19 ସର୍ଭେଲାନ୍‌ସ ଉପରେ ଗୁରୁତ୍ବ ପ୍ରଦାନ କରାଯାଇଥିଲା ଯଦ୍ବାରା ଏହି ସଂକ୍ରମଣର ବୃଦ୍ଧିକୁ ସଠିକ୍ ସମୟରେ ନିୟନ୍ତ୍ରଣ କରାଯାଇପାରିବ। ଡା. ମାଣ୍ଡଭିୟ ଅଧିକାରୀମାନଙ୍କୁ ସର୍ଭେଲାନ୍‌ସ ଓ ହୋଲ୍ ଜେନୋମ୍ ସିକୁଏନ୍‌ସିଂ (ଡବ୍ଲୁଜିଏସ୍) ଉପରେ ଧ୍ୟାନ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ। ସେ ମଧ୍ୟ କୋଭିଡ୍-19, ଏସଏଆରଆଇ / ଆଇଏଲ୍‌ଆଇ ହେତୁ ହସ୍‌ପିଟାଲରେ ଭର୍ତ୍ତି ହେଉଥିବା ରୋଗୀମାନଙ୍କୁ ଧ୍ୟାନ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। 

ଯେଉଁ ଜିଲ୍ଲାମାନଙ୍କରେ ଅଧିକ ମାତ୍ରାରେ ମାମଲା ଦେଖାଯାଉଛି ସେଠାରେ ସେ ଟିକାକରଣ ପ୍ରକ୍ରିୟା ସହିତ ବୁଷ୍ଟର ଡୋଜ୍ ମାତ୍ରାକୁ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯେହେତୁ ପର୍ଯ୍ୟାପ୍ତ ମାତ୍ରାରେ ଟିକା ଉପଲବ୍ଧ ରହିଛି, ତେଣୁ ଟିକାକରଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ସହିତ ଟିକାକୁ ନଷ୍ଟ ନକରିବା ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ। 

ଏହି ମିଟିଂରେ ଉପସ୍ଥିତ ରହିଥିଲେ ଡା. ଅଜୟ କେ ସୁଦ୍, ସରକାରଙ୍କ ପ୍ରିନ୍‌ସିପାଲ୍ ସାଇଣ୍ଟିଫିକ୍ ଆଡଭାଇଜର, ଡା. ରାଜେଶ ଗୋଖଲେ, ସେକ୍ରେଟାରି, ଡିବିଟି; ଡ. ବଲରାମ ଭାର୍ଗବ, ଡିଜି, ଆଇସିଏମଆ; ବୈଦ୍ୟ ରାଜେଶ କୋଟେଚା, ସେକ୍ରେଟାରି, ଆୟୁଷ, ଡା. ମନୋହର ଅଗ୍‌ନେନି, ଏଏସ୍ ଓ ଏମଡି, ଡା. ରନଦୀପ ଗୁଲେରିଆ, ନିର୍ଦ୍ଦେଶକ, ଏମ୍‌ସ, ଡା. ଏନ.କେ. ଅରୋରା, କୋଭିଡ୍ ଟାସ୍କ ଗ୍ରୁପର ହେଡ୍‌, ଏନଟିଏଜିଆଇ, ଡା. ସୁଜିତ୍ ସିଂ, ନିର୍ଦ୍ଦେଶକ, ଏନସିଡିସି ଓ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ। 

BS


(ରିଲିଜ ଆଡି: 1836623) ପରିଦର୍ଶକ କାଉଣ୍ଟର : 152
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Marathi , Manipuri , Gujarati