ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ସିଏପିଏଫ ଏବଂ ଆସାମ ରାଇଫଲ୍ସରେ ଚାକିରି ପାଇଁ ଅଗ୍ନିବୀରଙ୍କୁ ମିଳିବ ୧୦% ସଂରକ୍ଷଣ ସୁବିଧା


ଖାଲି ଥିବା ପଦବୀରେ ଚାରିବର୍ଷର କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିଥିବା ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ସୁବିଧା ଦେବାକୁ ଗୃହ ମନ୍ତ୍ରଣାଳୟର ନିଷ୍ପତ୍ତି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ଭାରତ ସରକାରଙ୍କ ଦ୍ବାରା ଘୋଷଣା କରାଯାଇଛି ଅଗ୍ନିବୀର ଯୋଜନା

ସିଏପିଏଫ ଏବଂ ଆସାମ ରାଇଫଲ୍ସରେ ଅଗ୍ନିବୀରଙ୍କ ନିଯୁକ୍ତି ଲାଗି ନିର୍ଦ୍ଧାରିତ ସର୍ବାଧିକ ବୟସ ସୀମାରେ ଅତିରିକ୍ତ ତିନି ବର୍ଷ କୋହଳ କରିବା ଲାଗି ମଧ୍ୟ ଗୃହ ମନ୍ତ୍ରଣାଳୟର ନିଷ୍ପତ୍ତି

ଆହୁରି, ପ୍ରଥମ ବ୍ୟାଚର ଅଗ୍ନିବୀରମାନଙ୍କ ପାଇଁ ନିର୍ଦ୍ଧାରିତ ସର୍ବାଧିକ ବୟସ ସୀମାରେ ଅତିରିକ୍ତ ୫ ବର୍ଷ କୋହଳ କରିବାକୁ ମନ୍ତ୍ରଣାଳୟର ନିଷ୍ପତ୍ତି

Posted On: 18 JUN 2022 12:34PM by PIB Bhubaneshwar

କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ (ସିଏପିଏଫ) ଏବଂ ଆସାମ ରାଇଫଲ୍ସରେ ନିଯୁକ୍ତି କ୍ଷେତ୍ରରେ ଅଗ୍ନିବୀରମାନଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ସୁବିଧା ମିଳିବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ଭାରତ ସରକାରଙ୍କ ଦ୍ବାରା ଘୋଷଣା କରାଯାଇଥିବା ଅଗ୍ନିପଥ ଯୋଜନାରେ ୪ ବର୍ଷର କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିଥିବା ଅଗ୍ନିବୀରମାନଙ୍କୁ ସଂରକ୍ଷଣ ସୁବିଧା ଯୋଗାଇ ଦେବାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ଏକାଧିକ ଟୁଇଟ୍‌ ଜରିଆରେ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ‘‘ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ଭାରତ ସରକାରଙ୍କ ଦ୍ବାରା ଘୋଷଣା କରାଯାଇଥିବା ଅଗ୍ନିପଥ ଯୋଜନାରେ ୪ ବର୍ଷର କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିଥିବା ଅଗ୍ନିବୀରମାନଙ୍କୁ ସିଏପିଏଫ ଏବଂ ଆସାମ ରାଇଫଲ୍ସରେ ନିଯୁକ୍ତି ପାଇଁ ୧୦ ପ୍ରତିଶତ ସଂରକ୍ଷଣ ସୁବିଧା ଯୋଗାଇ ଦିଆଯିବ ।’’

ଆହୁରି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ‘‘ସିଏପିଏଫ ଏବଂ ଆସାମ ରାଇଫଲ୍ସରେ ଅଗ୍ନିବୀରଙ୍କ ନିଯୁକ୍ତି ଲାଗି ନିର୍ଦ୍ଧାରିତ ସର୍ବାଧିକ ବୟସ ସୀମାରେ ଅତିରିକ୍ତ ତିନି ବର୍ଷ କୋହଳ କରିବା ଲାଗି ମଧ୍ୟ ନିଷ୍ପତ୍ତି ନିଆଯାଇଛି । ଏଥିସହିତ ପ୍ରଥମ ବ୍ୟାଚର ଅଗ୍ନିବୀରମାନଙ୍କ ନିଯୁକ୍ତି ପାଇଁ ନିର୍ଦ୍ଧାରିତ ସର୍ବାଧିକ ବୟସ ସୀମାରେ ଅତିରିକ୍ତ ୫ ବର୍ଷ କୋହଳ କରାଯିବ ।’’ 

********

P.S. 



(Release ID: 1835142) Visitor Counter : 166