କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ
azadi ka amrit mahotsav

ଅଗ୍ନିପଥ ଭାରତୀୟ ସେନା ନିମନ୍ତେ କୁଶଳୀ କାର୍ଯ୍ୟବଳ ପ୍ରସ୍ତୁତ କରିବ

Posted On: 17 JUN 2022 3:52PM by PIB Bhubaneshwar

କେନ୍ଦ୍ର କ୍ୟାବିନେଟ୍ ମଙ୍ଗଳବାର ଦିନ ଅଗ୍ନିପଥ ଯୋଜନାର ଶୁଭାରମ୍ଭ କରିଛନ୍ତି, ଯାହା ଦେଶର ସେନା ବଳ ମାନଙ୍କର ଆଧୁନିକୀକରଣ କରିବା ନିମନ୍ତେ ଏକ ପରିବର୍ତନକାରୀ ପଦକ୍ଷେପ ଅଟେ, ଏହା ଯୁବକ ମାନଙ୍କ ନିମନ୍ତେ ଦେଶ ପାଇଁ ସେବା କରିବାର ସୁଯୋଗ ସୃଷ୍ଟି କରିବ ଏବଂ ସେନା ସେବା ମାଧ୍ୟମରେ ଦକ୍ଷ ଯୁବକ ମାନଙ୍କର ଏକ ବିଶାଳ ସମାବେଶ ପ୍ରସ୍ତୁତ କରିବ, ଯେଉଁ ମାନେ ଭାରତର ସାମଗ୍ରିକ ପ୍ରତିରକ୍ଷା ପ୍ରସ୍ତୁତି ଗୁଡିକରେ ଯୋଗଦାନ କରି ପାରିବେ । ଏହା ସହିତ ନିଜର ଦକ୍ଷତା ଏବଂ ଅଭିଜ୍ଞତା ବଳରେ ସେମାନେ ନିଜ ପାଇଁ ଏବଂ ଦେଶର ଅର୍ଥନୀତିର ଅଭିବୃଦ୍ଧି ପାଇଁ ଅବଦାନ ରଖି ପାରିବେ ।

ସ୍କିଲ୍ ଇଣ୍ଡିଆ ଏବଂ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ (ଏମ୍‌ଏସ୍‌ଡିଇ) ଅଗ୍ନିପଥ ଯୋଜନା ସହିତ ଯୋଡି ହୋଇ ନିଜକୁ ଗର୍ବିତ ଅନୁଭବ କରୁଛି ଏବଂ ଯେତେବେଳେ କି ଦେଶ ଯୁବ ଭାରତୀୟ ମାନଙ୍କର ଭବିଷ୍ୟତ ସେନା ନିମନ୍ତେ ପ୍ରସ୍ତୁତି କରୁଛି, ଏହା ଏହି କାର୍ଯ୍ୟକ୍ରମର ସଫଳ କାର୍ଯ୍ୟନ୍ୱୟନ ପାଇଁ ସଶସ୍ତ୍ର ବଳ ମାନଙ୍କ ସହିତ ଏକାଠି ହୋଇ କାମ କରିବ । 

ସ୍କିଲ୍ ଇଣ୍ଡିଆ ଏବଂ ଏମ୍‌ଏସ୍‌ଡିଇ ସଶସ୍ତ୍ର ବାହିନୀର ବିଭିନ୍ନ ଶାଖା ଗୁଡିକ ସହିତ ଏକାଠି ହୋଇ ମିଳିତ ଭାବରେ କାର୍ଯ୍ୟ କରିବେ । ଏବଂ ଛାତ୍ର ମାନଙ୍କୁ ଏହି ଚାକିରି ଭୂମିକାରେ ଅଧିକ ଉପଯୁକ୍ତ ତଥା ଅନୁକୂଳ କରିବା ପାଇଁ ଅତିରିକ୍ତ କୌଶଳ ଦ୍ୱାରା ପ୍ରଶିକ୍ଷିତ କରିବେ ।

ଏତଦ୍ ବ୍ୟତୀତ, ସମସ୍ତ ଅଗ୍ନିବୀର ମାନଙ୍କୁ ସେବାରେ ରହିବା ସମୟରେ ସ୍କିଲ୍ ଇଣ୍ଡିଆ ପ୍ରମାଣପତ୍ର ପ୍ରଦାନ କରାଯିବ, ଯାହା ସେମାନଙ୍କୁ ଉଦ୍ୟୋଗ ଏବଂ ଚାକିରି ଭୂମିକା ଗୁଡିକରେ ଅନେକ ପ୍ରକାରର ସୁଯୋଗ ପାଇବା ନିମନ୍ତେ ସକ୍ଷମ କରାଇବ । 

ସ୍କିଲ୍ ଇଣ୍ଡିଆର ସମସ୍ତ ସଙ୍ଗଠନ - ପ୍ରଶିକ୍ଷଣ ମହାନିର୍ଦ୍ଦେଶାଳୟ (ଡିଜିଟି), ଜାତୀୟ ଦକ୍ଷତା ବିକାଶ ନିଗମ (ଏନ୍‌ଏସ୍‌ଡିସି), ବିଭିନ୍ନ କ୍ଷେତ୍ରର ଦକ୍ଷତା ପରିଷଦ, ଉଦ୍ୟୋଗ ସଂସ୍ଥାନ ଏନ୍‌ଆଇଇଏସ୍‌ବିୟୁଡି ଏବଂ ଆଇଆଇଇ, ଏହା ସହିତ ଦକ୍ଷତା ନିୟାମକ ଏନ୍‌ସିଭିଇଟି, ଏହି କାର୍ଯ୍ୟ ସହିତ ଯୋଡି ହେବେ, ଯାହା ଫଳରେ ଏହା ସୁନିଶ୍ଚିତ କରା ଯାଇ ପାରିବ ଯେ ଅଗ୍ନିବୀର ସେବାରେ ରହି ନିଜର ଚାକିରି ସହିତ ସମ୍ପୃକ୍ତ ଆବଶ୍ୟକ ଦକ୍ଷତା ପ୍ରମାଣପତ୍ର ପ୍ରାପ୍ତ କରି ପାରିବେ । 

ସେବା କାଳରେ ସେମାନଙ୍କର ଚାକିରି ସମୟରେ ଶିକ୍ଷା ଦିଆ ଯାଇଥିବା କିଛି ଦକ୍ଷତା/ କୌଶଳର ଏନ୍‌ଏସ୍‌କ୍ୟୁଏଫ୍ ପାଠ୍ୟକ୍ରମ ସହିତ ପ୍ରତ୍ୟେକ୍ଷ ସମାନତା ରହି ଥାଇପାରେ । 

ଆଉ କେତେକଙ୍କ ପାଇଁ, ଚାକିରି ଭିତିକ ଅଭିଜ୍ଞତାକୁ ସୁହାଉ ଥିବା ଅତିରିକ୍ତ ଅନ୍‌ଲାଇନ୍ କିମ୍ବା ଅଫ୍‌ଲାଇନ୍‌, ସିଦ୍ଧାନ୍ତମୂଳକ କିମ୍ବା ବ୍ୟବହାରିକ କୌଶଳ ହୁଏତ ଆବଶ୍ୟକ ହୋଇ ପାରେ । ଏହି ସବୁ ବିସ୍ତୃତ ବିବରଣୀ ଗୁଡିକ ସହିତ ସଶସ୍ତ୍ର ସେନା ବାହିନୀର ପ୍ରଶିକ୍ଷକଗଣ ଏବଂ ପ୍ରଶିକ୍ଷଣ ମୂଲ୍ୟାୟନକାରୀ ମାନଙ୍କ ନିମନ୍ତେ 

ସେନା ବଳ ଦ୍ୱାରା କୌଣସି ବି ପ୍ରଶିକ୍ଷଣ ଅଧିମାନ: ମୂଲ୍ୟାଙ୍କନ ଦ୍ୱାରା ଏବଂ ପ୍ରମାଣିତ କରିବା ଭଳି ବିଭିନ୍ନ ଦିଗ ଗୁଡିକ ଉପରେ କାର୍ଯ୍ୟ କରା ଯାଉଛି । ବାହାରକୁ ବାହାରିବା ସମୟରେ ଏହି ଯୁବକ ଅଗ୍ନିବୀର ମାନଙ୍କ ନିମନ୍ତେ ସମ୍ପୂର୍ଣ୍ଣ ଦକ୍ଷତା ପାରିବେଶିକ ବ୍ୟବସ୍ଥା ଖୋଲା ରହିବ, ଯାହା ଦ୍ୱାରା ସେମାନେ ସେମାନଙ୍କ ନିମନ୍ତେ ଉପଲବ୍ଧ ଦକ୍ଷତା ଉନ୍ନୟନ / ବହୁବିଧ– କୌଶଳ ପ୍ରଶିକ୍ଷଣ ଏବଂ ଉଦ୍ୟୋଗ ପାଠ୍ୟକ୍ରମ ଦ୍ୱାରା ଲାଭବାନ ହୋଇ ପାରିବେ । 

ଅଗ୍ନିପଥ ଯୋଜନା ଏକ ପରିବର୍ତନକାରୀ ଯୋଜନା ଅଟେ । ଏହା ଏକ ବୈଷୟିକ ଜ୍ଞାନ କୌଶଳ ସମ୍ପନ୍ନ ଯୁବ କାର୍ଯ୍ୟବଳର ନିର୍ମାଣ ସହିତ ଆମର ସେବାର ମୌଳିକ ମୂଲ୍ୟବୋଧ, ଯଥା ପ୍ରଥମେ ଦେଶ ମନୋଭାବ ସୃଷ୍ଟି କରିବାର ପରିଣତି ଆଣି ଦେବ, ଯାହା ଭାରତର ନିରନ୍ତର ବିକାଶ ଏବଂ ପ୍ରଗତି ନିମନ୍ତେ ମହତ୍ୱପୂର୍ଣ୍ଣ ଅଟେ । ଅଗ୍ନିବୀର ମାନେ ଉଭୟ ଆମର ସୀମା ସୁରକ୍ଷା ଏବଂ ଭାରତକୁ ଆଧୁନିକ, ପ୍ରଯୁକ୍ତିର ନେତୃତ୍ୱ ନେଇ ପାରୁଥିବା, ବିଶ୍ୱସ୍ତରୀୟ ଯୁବ ମହାଶକ୍ତି କରିବାର ନିକଟକୁ ନେଇ ଯିବା ପାଇଁ ସମ୍ପତିରେ ପରିଣତ ହେବେ ।

*****

SSP

 

 


(Release ID: 1834886) Visitor Counter : 257