ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି

ନିଉ ଗ୍ରୀନ୍‌ଫିଲ୍ଡ ବିମାନ ବନ୍ଦର ବିକାଶକୁ କ୍ୟାବିନେଟ୍ ମଞ୍ଜୁରୀ


ଅହମ୍ମଦାବାଦ ସ୍ଥିତ ନିଉ ଗ୍ରୀନ୍‌ଫିଲ୍ଡ ବିମାନ ବନ୍ଦର, ଧୋଲେରାର ବିକାଶକୁ କ୍ୟାବିନେଟ୍ କମିଟି ମଞ୍ଜୁରୀ ପ୍ରଦାନ କରିଛନ୍ତି

Posted On: 14 JUN 2022 4:17PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅର୍ଥନୈତିକ ବ୍ୟାପାର ସମ୍ବନ୍ଧୀୟ କ୍ୟାବିନେଟ୍ କମିଟି ଗୁଜରାଟର ଧୋଲେରା ଠାରେ ୧୩୫୦ କୋଟି ଟଙ୍କା ବ୍ୟୟରେ ନିୟୁ ଗ୍ରିନ୍ ଫିଲ୍ଫ ବିମାନ ବନ୍ଦରର ୪୮ ମାସ ଭିତରେ ସମ୍ପୂର୍ଣ୍ଣ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ବିକାଶ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ପ୍ରକଳ୍ପଟି ଧୋଲେରା ଆନ୍ତର୍ଜାତିକ କମ୍ପାନୀ ଲିମିଟେଡ୍ (ଡିଆଇଏସିଏଲ୍‌) ଦ୍ୱାରା କାର୍ଯ୍ୟାନ୍ୱୟନ କରା ଯାଉଛି, ଯାହା ୫୧ : ୩୩: ୧୬ ଅଂଶଧନ ଅନୁପାତରେ ଭାରତ ସରକାରଙ୍କ ବିମାନ ବନ୍ଦର ପ୍ରାଧିକରଣ (ଏଏଆଇ), ଗୁଜରାଟ ସରକାର (ଜିଓଜି) ଏବଂ ରାଷ୍ଟ୍ରୀୟ ଔଦ୍ୟୋଗିକ କରିଡର ବିକାଶ ଏବଂ କାର୍ଯ୍ୟାନ୍ୱୟନ ଟ୍ରଷ୍ଟ (ଏନ୍‌ଆଇସିଡିଆଇଟି)କୁ ନେଇ ଗଠିତ ଏକ ମିଳିତ ଉଦ୍ୟୋଗ କମ୍ପାନୀ ଅଟେ । 

ଧୋଲେରା ବିମାନ ବନ୍ଦର ଧୋଲେରା ବିଶେଷ ପୁଞ୍ଜି ନିବେଶ ଅଂଚଳ (ଡିଏସ୍‌ଆଇଆର)ରୁ ଯାତ୍ରୀ ଏବଂ ମାଲ୍ ପରିବହନ ଲାଭ କରିବାକୁ ଯାଉଛି ଏବଂ ଏହା ଔଦ୍ୟୋଗିକ ଅଂଚଳର ଏକ ପ୍ରମୁଖ ମାଲ୍ ପରିବାହୀ କେନ୍ଦ୍ର ଭାବରେ ସେବା ଯୋଗାଇବା ଆଶା କରା ଯାଉଛି । ଏହି ବିମାନ ବନ୍ଦର ମଧ୍ୟ ନିକଟବର୍ତୀ ଅଂଚଳ ଏବଂ ଅହମ୍ମଦାବାଦକୁ ଏକ ଦ୍ୱିତୀୟ ବିମାନ ବନ୍ଦର ଭାବରେ ସେବା ପ୍ରଦାନ କରିବ ।

ଧୋଲେରା ସ୍ଥିତ ନିଉ ଗ୍ରୀନ୍‌ଫିଲ୍ଡ ବିମାନ ବନ୍ଦର ଅହମ୍ମଦାବାଦ ବିମାନ ବନ୍ଦର ଠାରୁ ୮୦ କିଲୋମିଟର ଆକାଶୀୟ ଦୂରତାରେ ଅବସ୍ଥିତ । ଏହି ବିମାନ ବନ୍ଦରଟି ୨୦୨୫ -୨୬ ଠାରୁ କାର୍ଯ୍ୟକ୍ଷମ ହେବାକୁ ଯୋଜନା କରା ଯାଇଛି ଏବଂ ବାର୍ଷିକ ୩ ଲକ୍ଷ ପ୍ରାରମ୍ଭିକ ଯାତ୍ରୀ ପରିବହନ ଠାରୁ ଆରମ୍ଭ କରି ଆଗାମୀ ୨୦ ବର୍ଷ ଭିତରେ ବାର୍ଷିକ ଏହା୨୩ ଲକ୍ଷକୁ ବୃଦ୍ଧି ପାଇବା ଆଶା କରା ଯାଉଛି । ବାର୍ଷିକ ମାଲ୍ ପରିବହନ ୨୦୨୫ -୨୬ରେ ୨୦,୦୦୦ଟନ୍‌ରୁ ଆରମ୍ଭ ହୋଇ ଆଗାମୀ ୨୦ ବର୍ଷ ମଧ୍ୟରେ ୨,୭୩,୦୦୦ ଟନ୍‌କୁ ବୃଦ୍ଧି ପାଇବ ବୋଲି ଅଟକଳ କରାଯାଇଛି ।

****

SSP

 



(Release ID: 1834050) Visitor Counter : 160