ଶକ୍ତି ମନ୍ତ୍ରଣାଳୟ
azadi ka amrit mahotsav

ମୁକ୍ତ ସବୁଜ ଶକ୍ତି ଆହରଣ ଜରିଆରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ଆସିବ ସଂସ୍କାର


ଡିସକମରୁ ଖାଉଟି ମାନେ ସବୁଜ ଶକ୍ତି ଯୋଗାଣ ପାଇଁ ଦାବି କରିପାରିବେ

ପ୍ରତ୍ୟେକ ଖାଉଟି ୨୦୩୦ ସୁଦ୍ଧା ଭାରତର ୫୦୦ ଜିଡବ୍ଲୁ ଅଣ-ଜୀବାଶ୍ମ ଇନ୍ଧନ ପ୍ରତିବଦ୍ଧତା ପାଇଁ ଅଂଶୀଦାର ହୋଇପାରିବ

Posted On: 07 JUN 2022 4:36PM by PIB Bhubaneshwar

ଆମର ଅକ୍ଷୟ ଶକ୍ତି କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରିବା ତଥା ସମସ୍ତଙ୍କ ପାଇଁ କମ୍ ବ୍ୟୟ ସାପେକ୍ଷ ଭରସାଯୋଗ୍ୟ ଓ ସ୍ଥାୟୀ ଓ ନିରନ୍ତର ସବୁଜ ଶକ୍ତି ଲକ୍ଷ୍ୟ ନେଇ ଓପନ ଆକ୍‌ସେସ୍ ନିୟମ ୨୦୨୨କୁ ୦୬.୦୬.୨୨ରେ ବିଜ୍ଞପିତ କରାଯାଇଛି ।

ଶକ୍ତି ଉତ୍ପାଦନ, କ୍ର୍ରୟ ଓ ସବୁଜ ଶକ୍ତି ବିନିଯୋଗ ଓ ବର୍ଜ୍ୟବସ୍ତୁରୁ ଶକ୍ତି ସଂଗ୍ରହ ଉଦ୍ଦେଶ୍ୟରେ ଏହି ନିୟମ ପାଇଁ ବିଜ୍ଞପ୍ତିଜାରି କରାଯାଇଛି । 

 ବିଜ୍ଞପିତ ନିୟମ ଜରିଆରେ ସବୁଜ ଶକ୍ତି ପାଇବା ପାଇଁ ସରଳ ବ୍ୟବସ୍ଥା କରାଯାଇଛି । ଗ୍ରୀନ ଓଏ ନିମନ୍ତେ ତୁରନ୍ତ ଅନୁମୋଦନ, ଏକ ପ୍ରକାର ବ୍ୟାଙ୍କିଂ ସୁବିଧା, ସ୍ୱେଚ୍ଛାକୃତ ଭାବେ ବାଣିଜ୍ୟିକ ଓ ଶିଳ୍ପ ବ୍ୟବହାରକାରୀମାନଙ୍କ ଦ୍ୱାରା ଆରଇ ଶକ୍ତି କ୍ରୟ ଓ ଓଏ ଦେୟ ଇତ୍ୟାଦି ଏହାର ଅନ୍ତର୍ଭୁକ୍ତ ।

ବାଣିଜ୍ୟିକ ଓ ଶିଳ୍ପ ପାଇଁ ଶକ୍ତି ବ୍ୟବହାରକାରୀ ମାନଙ୍କୁ ସ୍ୱେଚ୍ଛାକୃତ ସବୁଜ ଶକ୍ତି କ୍ରୟ କରିବାକୁ ଅନୁମତି ପ୍ରଦାନ କରାଯାଇଛି ।

ନିୟମିତ ଖାଉଟିମାନେ କୌଣସି ସୀମା ନ ଥାଇ ଗ୍ରୀନ ଓପନ ଆକ୍‌ସେସ ଜରିଆର ଶକ୍ତି ପାଇପାରିବେ । 

ଡିସକମ୍ ଖାଉଟିମାନେ ନିଜ ଚାହିଦା ମୁତାବକ ସବୁଜ ଶକ୍ତି ଯୋଗାଇବାକୁ କହିପାରିବେ । 

ନିୟମର ମୁଖ୍ୟ ବୈଶିଷ୍ଟ୍ୟଗୁଡିକ ହେଲା -

କ) ସମସ୍ତଙ୍କୁ ସବୁଜ ଶକ୍ତି ଉପଲବ୍ଧତା ନିୟମ ଅନୁସାରେ ସବୁଜ ଶକ୍ତି ନେଣଦେଣ ସୀମା ଏକ ମେଗାୱାଟରୁ ୧୦୦ କିଲୋୱାଟକୁ ହ୍ରାସ କରାଯାଇଛି । ଏହା ଫଳରେ କ୍ଷୁଦ୍ର ଗ୍ରାହକମାନେ ମଧ୍ୟ ଅକ୍ଷୟ ଶକ୍ତି ଖୋଲା ପ୍ରବେଶ ସୁବିଧା ଜରିଆରେ କ୍ରୟ କରିପାରିବେ ।

(କ) ଖୋଲା ପ୍ରବେଶ ସୁବିଧା ଜରିଆରେ ଖାଉଟିମାନଙ୍କ ଠାରୁ ଅସୁଲ ହେବାକୁ ଥିବା ଦେୟରେ ସରବରାହ, ଚକ୍ରୀୟ ଦେୟ, କ୍ରସ ରିହାତି ସରଚାର୍ଜ ଇତ୍ୟାଦି ଫଳରେ ଭାରତରେ ଖୋଲା ପ୍ରବେଶ ସୁବିଧା ନେଇ ଥିବା ବିଧାବିଘ୍ନମାନ ମଧ୍ୟ ଦୂର ହେବ । 

ଗ) ଖୋଲା ପ୍ରବେଶ ସୁବିଧା ଆବେଦନର ସ୍ୱଚ୍ଛତା ରଖି । ୧୫ଦିନ ମଧ୍ୟରେ ଅନୁମୋଦନ ନ ହେଲେ ଏହା ଅନୁମୋଦିତ ହେଲା ବୋଲି ଧରାଯିବ । ଏହା ଜାତୀୟ ପୋର୍ଟାଲ ଜରିଆରେ ହେବ । 

ଘ) ସବୁଜ ଶକ୍ତି ଶୁଳ୍କ ନିର୍ଦ୍ଧାରଣ-ଶୁଳ୍କ ପୃଥକଭାବେ ଉପଯୁକ୍ତ ଆୟୋଗଙ୍କ ଦ୍ୱାରା ହାରାହାରି ଅକ୍ଷୟ ଶକ୍ତି କ୍ରୟକୁ ଭିତ୍ତିକରି କରାଯିବ । 

ଙ) ଏହି ନିୟମ ଯୋଗୁ ସମୟାନୁବର୍ତ୍ତିକ ଅନୁମୋଦନ କରାଯିବ ସହ ଆବେଦନ ପଦ୍ଧତିରେ ମଧ୍ୟ ଏକାକୀତ୍ୱ ରହିବ ।

ଚ) ବଳକା ସବୁଜ ଶକ୍ତି ପରିବଣ୍ଟନ ଅନୁଗତିପ୍ରାପ୍ତ ଅଧିକାରୀଙ୍କ ଉପରେ ନ୍ୟସ୍ତ ହେବ । 

ଛ) ଏକକ ଅକ୍ଷକ୍ଷ ଶକ୍ତି କ୍ରୟ ପାଇଁ ଆନୁଗତ୍ୟ ରହିବା ସହ ଏଥିରେ ସବୁଜ ଉଦ୍‌ଯାନ ଓ ସବୁଜ ଆମୋନିଆ ମଧ୍ୟ ଅନ୍ତର୍ଭୁକ୍ତ ହେବ । 

ଜ) ସବୁଜ ଶକ୍ତି ବ୍ୟବହାରକାରୀ ଖାଉଟିମାନେ ସବୁଜ ପ୍ରମାଣପତ୍ର ମଧ୍ୟ ପାଇବେ । ଗ୍ରୀନ ଉଦ୍‌ଯାନ ଓ ଗ୍ରୀନ ଆମୋନିଆ ଉତ୍ପାଦନ ନିମନ୍ତେ ସବୁଜ ଶକ୍ତି ଉପଯୋଗ ହେଲେ କ୍ରସ ରିହାତି ସରଚାର୍ଯ୍ୟ ଓ ଅତିରିକ୍ତ ସରଚାର୍ଯ୍ୟ ଲାଗୁ ହେବ ନାହିଁ ।

 

***

SM/SLP


(Release ID: 1831920) Visitor Counter : 231