ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ

ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମର ମାନ୍ୟତା ପ୍ରଦାନ ପ୍ରକ୍ରିୟାକୁ ସୁଂସହତ କରିବା ପାଇଁ ଏନ୍‌ସିଟିଇ ପକ୍ଷରୁ ଆରମ୍ଭ ହେଲା ଅନଲାଇନ ପୋର୍ଟାଲ


ନୂଆ କରି ଆରମ୍ଭ ହୋଇଥିବା ୪ବର୍ଷିଆ ଆଇଟିଇପି ଏହି ପୋର୍ଟାଲରେ ପ୍ରୋସେସ୍ ହେବ

ଏକ ସ୍ୱୟଂକ୍ରିୟ ସୁଦୃଢ ଢାଞ୍ଚା ପ୍ରଦାନ କରିବା ଏହି ପୋର୍ଟାଲର ଲକ୍ଷ୍ୟ; ଏହା ଫଳରେ କାମ ସହଜ ହେବ, ଉତ୍ତରଦାୟିତ୍ୱ ଓ ସ୍ୱଚ୍ଛତା ବଢିବ

Posted On: 29 MAY 2022 3:49PM by PIB Bhubaneshwar

  ଶିକ୍ଷା ମନ୍ତ୍ରଣାଳୟ ଅଧୀନ ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ (ଏନ୍‌ସିଟିଇ) ଏଚଇଆଇଏସ୍ / ଟିଇଆଇଏସ୍ ସଂକ୍ରାନ୍ତ ସମଗ୍ର ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ ମାନ୍ୟତା ପ୍ରଦାନ ବ୍ୟବସ୍ଥାକୁ ସୁସଂହତ କରିବାକୁ ଏକ ଅନଲାଇନ ପୋର୍ଟାଲ ଆରମ୍ଭ କରିଛି । ପାଠ୍ୟକ୍ରମ ପାଇଁ ଆବେଦନପତ୍ର ଆହ୍ୱାନ କରିବା ଠାରୁ ଆରମ୍ଭ କରି ସ୍ୱୀକୃତି ପ୍ରଦାନ, ଶିକ୍ଷାନୁଷ୍ଠାନର ପରିଦର୍ଶନ ଆଦି ସମସ୍ତ କାର୍ଯ୍ୟ ଏହି ପୋର୍ଟାଲ ମାଧ୍ୟମରେ ପ୍ରକ୍ରିୟାକୃତ ହେବ । ଏହି ପୋର୍ଟାଲ ମଧ୍ୟ ନିକଟରେ ଆରମ୍ଭ ହୋଇଥିବା ୪ବର୍ଷିଆ ଆଇଟିଇପି ଆବେଦନପତ୍ରଗୁଡିକୁ ପ୍ରୋସେସ କରିବ ।

ଏହି ପୋର୍ଟାଲ କାର୍ଯ୍ୟକ୍ଷମ ହୋଇଥିବାରୁ ଏହା ଏନ୍‌ସିଇଟିଇର କାର୍ଯ୍ୟରେ ବଡ ପରିବର୍ତ୍ତନ ଆଣିବ । ଏହା ଏକ ସ୍ୱୟଂକ୍ରିୟ ଦୃଢ ଢାଞ୍ଚା ପ୍ରଦାନ କରି ବ୍ୟବସ୍ଥାର ଉତ୍ତରଦାୟିତ୍ୱ ଓ ସ୍ୱଚ୍ଛତା ବଢାଇ କାମ କରିବାର ପରିବେଶକୁ ସହଜ କରିବ ।

ଆଇଟିଇପି ପାଇଁ ଅନ୍‌ଲାଇନ୍ ଆବେଦନ ଏନସିଟିଇ ପ୍ରସେସ୍ ହେବ ଏବଂ ଏହାର ଆଡମିଶନ ଲଗ୍‌ଇନ୍ ୱେବସାଇଟ୍ । (https://ncte.gov.in/Website/admin_Panel.aspx). ।

ଏଚଇଆଇଏସ/ଟିଇଆଇଏସ୍‌ର ସମସ୍ତ ଯୋଗାଯୋଗ ଏଣିକି ଆଇଟିଇପି ପୋର୍ଟାଲ ମାଧ୍ୟମରେ କରିବାକୁ ପଡିବ । ଅଲଲାଇନ ଇନସ୍ପେକ୍‌ସନ ପାଇଁ ସମ୍ପୃକ୍ତ ପକ୍ଷଙ୍କୁ ଏନସିଟିଇର ୱେବସାଇଟର ି ପୋର୍ଟାଲକୁ ଆକ୍‌ସେସ କରିବାକୁ ପଡିବ ।

 

****

TKM/SLP



(Release ID: 1829278) Visitor Counter : 164